କାର୍‌ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା

କାର୍‌, ବାଇକ୍‌ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍‌ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍‌ ଚଲାଇବାବେଳେ ସିଟ୍‌ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ ଚଲାଇବାବେଳେ ହେଲମେଟ୍‌ ପିନ୍ଧିବା ଜରୁରୀ ଅଟେ। ଏହି ନିୟମ ଉଲ୍ଲଘଂନ କଲେ ଫାଇନ୍‌ ପଡିବା ସହ ଚାଲାଣ କଟିଥାଏ। ପୂର୍ବରୁ ଟ୍ରାଫିକ ଛକରେ ପୋଲିସ ତଦାରଖ କରୁଥିବାବେଳେ ଏବେ ସେହି କାମ ସିସି କ୍ୟାମେରା କରୁଛି। ଏହାଦ୍ୱାରା କେହି ନିୟମ ଉଲ୍ଲଘଂନ କଲେ ମୋବାଇଲ ନମ୍ବରକୁ ଚାଲାଣ କଟିବା ମେସେଜ ଆସି ଯାଉଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। କାର୍‌ ଚଲାଉଥିବାବେଳେ ଜଣେ ବ୍ୟକ୍ତି ମୁଣ୍ଡ କୁଣ୍ଡାଇବାରୁ ତାଙ୍କ ଉପରେ ୩୩୧୯୮ଟଙ୍କାର ଜରିମାନା ଲାଗିଛି।

ଏହି ଘଟଣାଟି ଘଟିଛି ଡଚ୍‌ରେ। ଯେଉଁଠି ଡ୍ରାଇଭିଂ ସମୟରେ ମୁଣ୍ଡ କୁଣ୍ଡାଇବାରୁ ବ୍ୟକ୍ତିଙ୍କୁ ୩୮୦ୟୁରୋ(୩୩୧୯୮ଟଙ୍କା) ଦେବାକୁ ପଡିଛି। କହିରଖୁଛୁ କି, ଏକ ଏଆଇ ସଞ୍ଚାଳିତ କ୍ୟାମେରା ତାଙ୍କୁ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିବା ଦେଖି ଫଟୋ ଉଠାଇଛି। ଯାହାପରେ ତାଙ୍କ ପାଖକୁ ୩୩୧୯୮ଟଙ୍କାର ଚାଲାଣ କଟିଥିବା ମେସେଜ ଆସିଛି। କିନ୍ତୁ ବ୍ୟକ୍ତିଜଣକ ଦାବି କରିଛନ୍ତି କି, ସେ ସେତେବେଳେ ମୁଣ୍ଡ କୁଣ୍ଡାଉ ଥିଲେ। ଏଆଇ କ୍ୟାମେରା ଦ୍ୱାରା ଏପରି ଭୁଲ ହୋଇଛି।

ଏହାପରେ ସେଣ୍ଟ୍ରାଲ ଜୁଡିସିଆଲ କଲେକ୍ସନ ଏଜେନ୍ସି କ୍ୟାମେରା କଏଦ କରିଥିବା ଫଟୋକୁ ଯାଞ୍ଚ କରିଛି। ପ୍ରଥମ ନଜରରେ ବ୍ୟକ୍ତିଜଣକ ଫୋନର କଥା ହେଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଯେତେବେଳେ ଏହାକୁ ଜୁମ୍‌ କରାଯାଇଥିଲା ଜଣାପଡିଥିଲା କି, ବ୍ୟକ୍ତିଜଣକ ମୁଣ୍ଡ କୁଣ୍ଡାଉଥିଲେ, ଯାହାକୁ ଏଆଇ କ୍ୟାମେରା ମୋବାଇଲରେ କଥା ହେଉଥିବାର ଭାବି ଫଟୋ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?