ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ ମୃତ୍ୟୁ ଘଟିଛି। ସେ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ।
ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୭ଟା ୩୦ରେ ଦୟାନିଧି ଘରେ ବିଦ୍ୟୁତ୍ ସମ୍ପର୍କିତ କାମ କରୁଥିବାବେଳେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୟାନିଧିଙ୍କ ଅକାଳ ମୃତ୍ୟୁରେ ମୂଷାନାଳି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

