Posted inଫୁରସତ

ପଥର ବଦଳାଇ ଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ, ଗରିବରୁ ଏବେ କୋଟିପତି

କୁହାଯାଏ, ଭାଗ୍ୟର ପରିବର୍ତ୍ତନ ହେଲେ ରାତାରାତି ଗରିବରୁ ଜଣେ କୋଟିପତି ହୋଇଯାଏ। ଠିକ୍‌ ଏମିତି ଏକ ଘଟଣା ଘଟିଛି ତାଞ୍ଜାନିଆରେ। ଗାତ ଖୋଳିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ନିଆରା ପଥର ମିଳିଥିଲା, ଯାହାକୁ ବିକି ସେ ୧୪.୭ କୋଟି ଟଙ୍କା ରୋଜଗାର କରିଛନ୍ତି। ମାତ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ଆଉ ଏକ ପଥର ପାଇଥିଲେ। ତାହା ବିକ୍ରି କରି ୨୩.୫ କୋଟି ଟଙ୍କା ରୋଜଗାର କରିଥିଲେ। ଦୁଇଦୁଇ ଥର କୋଟିକୋଟି ଟଙ୍କାର ପଥର ଜିତିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ସାନିନିୟୁ ଲାଜରସ୍‌। ସେ ତାଞ୍ଜାନିଆର ଏକ ଖଣିରେ କାମ କରୁଥିବା ବେଳେ ଏହି ପଥରଗୁଡ଼ିକୁ ପାଇଥିଲେ। ଯାହାକୁ ତାଞ୍ଜାନାଇଟ୍‌ ପଥର କୁହାଯାଏ। ତାଞ୍ଜାନିଆ ହେଉଛି ପୂର୍ବ ଆଫ୍ରିକୀୟ ଦେଶ, ଯାହା କେନିଆ ଏବଂ ଜିମ୍ବାଓ୍ବେ ନିକଟରେ ଅବସ୍ଥିତ।


ସାନିନିୟୁ ଯେଉଁ ପଥର ପାଇଥିଲେ, ତାହାର ଓଜନ ୬.୩ କିଲୋଗ୍ରାମ ଥିଲା। ସେ ଏହାକୁ ଗତ ସୋମବାର ଏକ ସ୍ବତନ୍ତ୍ର ସମାରୋହରେ ୧୪.୭ କୋଟିରେ ବିକ୍ରି କରିଛନ୍ତି। ଏହାକୁ ଦେଖିବା ପାଇଁ ଶତାଧିକ ଲୋକ ଉପସ୍ଥିତ ଥିଲେ।
ସାନିନୟୁଙ୍କର ୪ ପତ୍ନୀ ଏବଂ ୩୦ ପିଲା ଅଛନ୍ତି। ପଥର ବିକି ଏତେ ଟଙ୍କା ରୋଜଗାର କରିବା ପରେ ସେ କହିଛନ୍ତି, କିଛି ଟଙ୍କା ଦେଇ ସେ ଏକ ସ୍କୁଲ ଏବଂ ଶପିଂ ମଲ୍‌ ନିର୍ମାଣ କରିବେ। ସେ ଏହା ମଧ୍ୟ କହିଛନ୍ତି, ଏତେ ଟଙ୍କା ରୋଜଗାର କଲେ ମଧ୍ୟ ସେ ନିଜ ମୂଳ କର୍ମକୁ ଛାଡ଼ିବେ ନାହିଁ। ଅର୍ଥାତ୍‌ ପୂର୍ବପରି ରଖିଥିବା ୨୦୦୦ ଗୋରୁଙ୍କ ଯତ୍ନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri