ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଏବି ଡି ଭିଲିୟର୍ସଙ୍କ ପ୍ରେମ କାହାଣୀ ବେଶ୍ ନିଆରା। ଏବିଙ୍କୁ ୨୩ ବର୍ଷ ହୋଇଥିଲାବେଳେ ସେ କ୍ରିକେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରେ ସେ ତାଙ୍କ ପିତାଙ୍କ ଫାର୍ମ ହାଉସରେ ଡାନିଏଲ ସ୍ମାର୍ଟଙ୍କୁ ଭେଟିଥିଲେ। କାରଣ ଦୁଇ ପରିବାର ପରସ୍ପରକୁ ଜାଣିଥିଲେ। ଏହାପରେ ଏବି ଡାନିଏଲଙ୍କୁ ମନେ ମନେ ପ୍ରେମ କରି ବସିଥିଲେ। କିନ୍ତୁ ଏକଥା ସେ ତାଙ୍କୁ କହି ପାରୁ ନ ଥିଲେ। ଥରେ ଉଭୟଙ୍କ ପରିବାର କୌଣସି କାର୍ଯ୍ୟକ୍ରମରେ ଏକାଠି ହୋଇଥାନ୍ତି। ଏହି ସମୟରେ ଏବି ଡାନିଏଲ୍ ନିଜ ମନ କଥା ଖୋଲି କହିବେ ବୋଲି ଭାବିଲେ। କିନ୍ତୁ ସାହସ କରିପାରିଲେ ନାହିଁ। ଡାନିଏଲଙ୍କୁ ଦେଖି ସେ ନମସ୍କାର ବ୍ୟତୀତ ଆଉ କିଛି କହି ନ ଥିଲେ। ତା’ପରେ ସେ ଏଥିପାଇଁ ତାଙ୍କ ମା’ଙ୍କ ସାହାଯ୍ୟ ନେଇଥିଲେ। ମା ପୁଅର ଅବସ୍ଥା ବୁଝିଥିଲେ ଏବଂ ଡାନିଏଲଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ନମ୍ବର ନେଇଥିଲେ।
ତାଙ୍କ ଆତ୍ମଜୀବନୀ ‘ଏବି- ଦି ଆତ୍ମଜୀବନୀ’ରେ ସେ ତାଙ୍କର ପ୍ରେମ କାହାଣୀ ପ୍ରକାଶ କରିଥିଲେ। ଏଥିରେ ଡି ଭିଲିୟର୍ସ କହିଥିଲେ ଯେ ଆଇପିଏଲ ୨୦୧୩ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ପ୍ରେମିକା ଡାନିଏଲ ସ୍ମାର୍ଟଙ୍କ ସହ ଆଗ୍ରା ଯାଇଥିଲେ। ଭାରତର ଆଗ୍ରା ସ୍ଥିତ ତାଜମହଲ ଦୁନିଆର ସବୁଠାରୁ ରୋମାଣ୍ଟିକ ସ୍ଥାନ ଭାବରେ ପରିଗଣିତ ହୁଏ। ଏବଂ ଡି ଭିଲିୟର୍ସ ମଧ୍ୟ ଡାନିଏଲଙ୍କୁ ପ୍ରସ୍ତାବ ଦେବା ପାଇଁ ତାଜମହଲକୁ ବାଛିଥିଲେ। ବିବାହର ପ୍ରାୟ ଦୁଇ ବର୍ଷ ପରେ, ଡି ଭିଲିୟର୍ସଙ୍କ ସ୍ତ୍ରୀ ଜୁଲାଇ ୨୦୧୫ରେ ପ୍ରଥମ ପୁଅ ଏବଂ ଜୁଲାଇ ୨୦୧୭ରେ ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁସ ୧୧୪ ଟେଷ୍ଟ ଖେଳି ୯୧ ଇନିଂସରେ ହାରାହାରି ୫୦.୫୫ ହାରରେ ୮୭୬୫ ରନ୍ କରିଛନ୍ତି। ୨୮ଟି ଏକଦିବସୀୟ ଖେଳି ଡି ଭିଲିୟର୍ସ ହାରାହାରି ୫୩.୩୦ରେ ୯,୫୭୭ ରନ ସ୍କୋର କରିଛନ୍ତି।
ନାବାଳକଙ୍କ ବାର୍ହା ସହ ଦୁଇ ଘଣ୍ଟା ଧରି ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…
ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ
ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…
ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର
ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍…
କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…
ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ
ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…
୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ
ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…
ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…
୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…
ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…
Archives

