ମଣିଷ, ପ୍ରାଣୀ ଓ ସଭ୍ୟତା

ମାନବ ସମାଜ ସହ ପ୍ରାଣୀଙ୍କ ସମ୍ପର୍କ ବହୁ ପୁରୁଣା। ମାନବୀୟ ସହଯୋଗ ତଥା ପରସ୍ପର ସାହାଯ୍ୟଭିତ୍ତିକ ତଥା ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ପ୍ରାଣୀମାନଙ୍କର ବି ନିବିଡ଼ ସମ୍ପର୍କ ରହିଛି। ପାଖାପାଖି ୪୫୦୦ ବର୍ଷ ପୂର୍ବେ ଭାରତର ଉତ୍ତରପଶ୍ଚିମରେ ହରପ୍ପା ସଭ୍ୟତାର ସହରଗୁଡ଼ିକରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରାଣୀମାନଙ୍କ କଳାକୃତି ଛବି ଥିବା ପଥରର ଶହ ଶହ ମୋହର(ସିଲ୍‌) ପାଇଥିଲେ। ସେହି ଛବି ବା ଚିହ୍ନଗୁଡ଼ିକର ଗୁପ୍ତ ବାର୍ତ୍ତାକୁ ବୁଝି ଲୋକଲୋଚନକୁ ଅଣାଯିବା ଆବଶ୍ୟକ। ତେବେ ସ୍ପଷ୍ଟ ଯେ, ଇମୋଜି (ଚରିତ୍ରକୁ ପରିପ୍ରକାଶ କରୁଥିବା ଏକ ପ୍ରକାର ଛବି) ଭଳି ଚିହ୍ନ ସବୁ ସହରଗୁଡ଼ିକରେ ବାଣିଜ୍ୟ ସଂଚାଳନରେ କିଛି ଭୂମିକା ନେଉଥିଲା। ଉକ୍ତ ମୋହରଗୁଡ଼ିକ ମଧ୍ୟରୁ ଅନେକରେ କେବଳ ଜଙ୍ଗଲୀ ଜୀବ, ଯଥା ହାତୀ, ଗଣ୍ଡା, ସିଂହ, କୁଜଥିବା ମଇଁଷି,ଛେଳି, କୁଜଥିବା ଷଣ୍ଢଙ୍କ ଛବି ରହିଛି। ଏସବୁରେ ଗାଈର ଛବି କେଉଁଠି ବି ଦୃଷ୍ଟିଗୋଚର ହୁଏ ନାହିଁ। ସ୍ପଷ୍ଟତଃ, ଏଠାରେ ବନ୍ୟଜନ୍ତୁ ସ୍ବାଧୀନତା ତଥା ସହଯୋଗକୁ ଇଙ୍ଗିତ କରୁଛି। ଏହାବ୍ୟତୀତ ତିନି ମୁଣ୍ଡ ଏକାଠି ଥିବା ପ୍ରାଣୀ କିମ୍ବା ବହୁପ୍ରକାର ବୃହତ୍‌ ପ୍ରଣୀଙ୍କ ମିଶ୍ରିତ ଛବି ମଧ୍ୟ ସିଲ୍‌ଗୁଡ଼ିକରେ ଦେଖାଯାଏ। ସମ୍ଭବତଃ ବିଭିନ୍ନ ପ୍ରାଣୀଙ୍କୁ ଏକାଠି କରି ସିଲ୍‌ରେ ଯେଉଁ ଛବି କରାଯାଇଛି ତାହା ବିଭିନ୍ନ ମୁଷ୍ଟିମେୟ ଗୋଷ୍ଠୀର ସମାବେଶକୁ ସୂଚାଇଥାଏ। ଏହା କୌଣସି ନିର୍ଦ୍ଦିଷ୍ଟ ସଂଘକୁ ସମର୍ଥନ ନ କରି ସମସ୍ତ ସଂଘଗୁଡ଼ିକ ସହ ଜଡ଼ିତ ରହିଥିଲା ବୋଲି ବିଶ୍ୱାସ କରାଯାଏ, ଯାହା ଏକ ସାମଗ୍ରିକ ସହଯୋଗକୁ ପ୍ରତିପାଦିତ କରେ।
ଖ୍ରୀଷ୍ଟପୂର୍ବ ୧୯୦୦ ସୁଦ୍ଧା ହରପ୍ପାର ସହରଗୁଡ଼ିକ ପ୍ରାଧାନ୍ୟ ହରାଇଥିଲା। ଏହାର ୧ ହଜାରରୁ ଊର୍ଦ୍ଧ୍ୱ ବର୍ଷ ପରେ ବେଦିକ୍‌ ସମୟରେ ଗାଙ୍ଗେୟ ସମତଳଅଞ୍ଚଳ ଭଲ ଭାବେ ବିକଶିତ ହୋଇପାରିଥିତ୍ଲା। ସେଠାରେ ଆମେ ବିଭିନ୍ନ ଜାତି ଏବଂ ଗୋଷ୍ଠୀର ଲୋକଙ୍କୁ ଦେଖିବାକୁ ପାଉ। ପୁନଶ୍ଚ ସେଠାରେ ସେମାନେ ପ୍ରାଣୀଙ୍କ ରୂପାଙ୍କନ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଏ। କିନ୍ତୁ ସେହି ସମୟରେ କୌଣସି ମୋହରରେ ପ୍ରାଣୀଙ୍କ ଛବି ଦେଖିବାକୁ ମିଳେନି। କେବଳ ଯାହା ସେମାନଙ୍କ ନାମ ଶୁଣିବାକୁ ମିଳେ। ଏହା ବ୍ୟତୀତ ରାମାୟଣରେ ଆମେ ନାଗ(ସାପ),ହସ୍ତୀ(ହାତୀ),ସୁପର୍ନ(ପକ୍ଷୀ),ରିକ୍ଷା(ଭାଲୁ) ସମ୍ପର୍କରେ ଜାଣିବାକୁ ପାଉ। ଏମାନଙ୍କ ସମ୍ପର୍କରେ ରାମାୟଣରେ ବି ଭଲ ଭାବେ ବର୍ଣ୍ଣନା କରାଯାଇଛି। ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସମାଜର ଆଧ୍ୟାମତ୍ିକ ପ୍ରତୀକ, ବିଭିନ୍ନ ବର୍ଗର କୁଳଦେବତା, ଯାହାକୁ ଜନଜାତିମାନେ ସମ୍ମାନ କରୁଥିଲେ ଏବଂ ସେମାନଙ୍କ ପରିଚୟର ପ୍ରତୀକ ଭାବେ ବ୍ୟବହାର କରୁଥିଲେ। ତେବେ ବିଭିନ୍ନ ପ୍ରଜାତିର ପ୍ରାଣୀ ଯେଭଳି ପରଷ୍ପର ସହ ମିଶନ୍ତି ନାହିଁ , ସେହିଭଳି ଏହି ସବୁ ବିଭିନ୍ନ ପ୍ରକାର ପ୍ରାଣୀଙ୍କ ପ୍ରତୀକ ଅଧୀନରେ ଥିବା ଜନଜାତିମାନେ ନିଜ ନିଜ ମଧ୍ୟରେ ବିହାହ କରୁ ନ ଥିଲେ। ବିଭିନ୍ନତାର ରୂପ ପ୍ରକାଶ ପାଇଥିଲା। ଯେଉଁଥିପାଇଁ ଅନେକ ଅଜବ ବାହାଘର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଜଣେ ନାଗ କନ୍ୟା ଜଣେ ମାନବ ସହ ପ୍ରେମ ସମ୍ପର୍କ ଗଢି ଉଠିଥିବା ଆମେ ଦେଖିବାକୁ ପାଉ। ଉଦାହରଣସ୍ବରୂପ, କୃଷ୍ଣ ଜଣେ ଭଲ୍ଲୁକ ରାଜକନ୍ୟା ଜାମ୍ବବତୀଙ୍କୁ ବିବାହ କରିଛନ୍ତି। ରାବଣଙ୍କ ପୁତ୍ର ମେଘନାଦ ନାଗ ରାଜକୁମାରୀ ସୁଲୋଚନାଙ୍କୁ ବିବାହ କରିଛନ୍ତି। ସେହିଭଳି ନାଗ ରାଜକନ୍ୟା ଉଲୁପିଙ୍କୁ ବିବାହ କରିଛନ୍ତି ଅର୍ଜୁନ। ଏହି ସବୁ କାହାଣୀ ମନୁଷ୍ୟର ପ୍ରାଣୀ ପ୍ରବୃତ୍ତିକୁ ମଧ୍ୟ ମନେପକାଇଦିଏ। ପ୍ରାଣୀମାନଙ୍କର ଅଧିକାର କ୍ଷେତ୍ର ରହିଛି ଏବଂ ସେମାନେ ‘କେବଳ ଯୋଗ୍ୟତମ ବଞ୍ଚିରହିବା’ନୀତିକୁ ନିଶ୍ଚିତ କରିବାକୁ ପଦାନୁକ୍ରମ ମଧ୍ୟ ପ୍ରତିଷ୍ଠା କରିବା ଭଳି ମନୁଷ୍ୟମାନଙ୍କର ସମ୍ପତ୍ତି ଓ ପଦକ୍ରମର ଅଧିକାର କ୍ଷେତ୍ର ରହିଛି। ବର୍ତ୍ତମାନ ଆମେ କର୍ପୋରେଟ ବିଶ୍ୱକୁ ଡଗ୍‌- ଇଟ୍‌- ଡଗ୍‌ ଏବଂ ର଼୍ୟାଟ୍‌ ରେସ୍‌ ଭାବେ ବର୍ଣ୍ଣନା କରି ମଣିଷକୁ ପ୍ରାଣୀମାନଙ୍କ ସହ ସମାନ କରିଦେଉଛୁ। ସମସ୍ତ ନେତାମାନଙ୍କୁ ଆମେ ଆଲଫା ପ୍ରିଡେଟର ଭାବେ ଦେଖୁଛୁ କିମ୍ବା ଯେଉଁମାନେ ସମ୍ପୂର୍ଣ୍ଣ ଆନୁଗତ୍ୟ ଦାବି କରନ୍ତି ସେମାନଙ୍କୁ ଆମେ କୁଇନ୍‌ -ବି ରୂପେ ଦେଖୁଛୁ। ବ୍ୟବସାୟୀ ପରିବାରଗୁଡ଼ିକ ସେମାନଙ୍କ ଝିଅ ଓ ପୁଅଙ୍କୁ ଅଣ ବ୍ୟବସାୟିକ ପରିବାର କିମ୍ବା ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟ ପରିବାରଗୁଡ଼ିକର ଝିଅପୁଅ ସହ ବାହାଘର କରିବାକୁ ଯେଭଳି ବାଧା ଦେଇଥାନ୍ତି ଠିକ୍‌ ଏମିତି ବି ପ୍ରାଣୀ ପ୍ରଜାତିଗୁଡ଼ିକର ଆନୁବାଂଶିକ କ୍ଷେତ୍ରରେ ଦେଖାଯାଏ। ତେବେ ବୁଝିବାକୁ ପଡ଼ିବ ଯେ, ଏବକାର ମଣିଷ ପ୍ରଣୀପ୍ରବୃତ୍ତିରୁ ନିବୃତ୍ତ ହୋଇପାରିନାହିଁ।
ମଣିଷକୁ ଅତିମାନବ ହେବା ଲାଗି ଏହି ସବୁ ପ୍ରତିବନ୍ଧକ ଓ ସୀମାରେଖାକୁ ଭାଙ୍ଗିବାକୁ ପଡ଼ିବ। ପ୍ରାଣୀ ପ୍ରବୃତ୍ତିରୁ ଊର୍ଦ୍ଧ୍ୱକୁ ଯିବାକୁ ହେବ। ପ୍ରତିବନ୍ଧକୁ ଭାଙ୍ଗିବା କହିଲେ ଆମକୁ ସଭ୍ୟତା ପତନର ମୂଳରେ ଥିବା ସବୁ ଜାତି ବିଚାର ଦୂର କରିବାକୁ ହିଁ ବୁଝାଏ। ଅବଶ୍ୟ ଏବେ ବି ଜାତିବାଦ ସଭ୍ୟତାର ପରିଚୟକୁ ପ୍ରତିନିଧିତ୍ୱ କରୁଛି। କାରଣ, ସଭ୍ୟତା ହିଁ ତାହା, ଯେଉଁଠି ତୁମ ପାଖରେ ଯାହା ଅଛି ତାହାକୁ ଶେୟାର କରିବା; ଅନ୍ୟର ବିଚାରଧାରା ସହ ସାମିଲ ହେବା ଓ ଗ୍ରହଣ କରିବା ଏବଂ ତୁମେ ଯାହା ଜାଣିଛ ତାହାକୁ ସମ୍ପ୍ରସାରିତ କରିବା। ଅନ୍ୟମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ଅନ୍ୟମାନଙ୍କୁ ଭୟଭୀତ କରିବା ଲାଗି ପ୍ରତିବନ୍ଧକ ଏବଂ ପଦକ୍ରମ ସୃଷ୍ଟି କରିବାର କୁତ୍ସିତ ମାନସିକତା ମଧ୍ୟରେ ଏକ ପଦକ୍ରମ ବିହୀନ, ଏକ ପ୍ରତିବନ୍ଧକ ଶୂନ୍ୟ ସମାଜ ଗଠନର ସଂଘର୍ଷ ସବୁବେଳେ ଆହ୍ବାନପୂର୍ଣ୍ଣ ହୋଇଆସୁଛି। କିନ୍ତୁ ପ୍ରାଚୀନ କାଳରେ ଶତ୍ରୁ ବା ପ୍ରତିଦ୍ୱନ୍ଦ୍ୱୀ ଜାତି ମଧ୍ୟରେ ହେଉଥିବା ବିବାହ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହେଉଥିଲା। ବିବାହ ଦ୍ୱାରା ଶତ୍ରୁବର୍ଗସବୁ ଏକାଠି ହୋଇପାରୁଥିଲେ।
ଗ୍ରୀକ୍‌ ପୁରାଣରେ ଚିମେରା ନାମକ ଜଣେ ରାକ୍ଷସ ଏକ ପ୍ରାଣୀ ଥିଲା। ଏହାର ଏକ ଭାଗ ଛେଳି, ଏକ ଭାଗ ସାପ ଓ ଆଉ ଏକ ଭାଗ ସିଂହ। ଭାରତରେ ମଧ୍ୟ ବହୁ ପ୍ରାଣୀଙ୍କ ମିଶ୍ରଣର ଦେବତା ରହିଛନ୍ତି। ପଞ୍ଚମୁଖୀ ହନୁମାନଙ୍କର ମୁଖ ଏକ ମାର୍କଟ, ସିଂହ, ଗରୁଡ଼, ବରାହ ଏବଂ ଘୋଡା ମୁହଁକୁ ପ୍ରକାଶ କରେ। ଓଡ଼ିଆ ରାମାୟଣ ନବଗୁଞ୍ଜରଙ୍କ ସମ୍ପର୍କରେ କହେ ଯେ, ଏହା ୯ ପ୍ରକାର ଜଙ୍ଗଲୀ ଜୀବ ଯଥା ଗଞ୍ଜା, ମୟୂର, ଷଣ୍ଢ, ହରିଣ, ସିଂହ, ବାଘ, ହାତୀ, ସାପ ଏବଂ ମଣିଷର ଏକ ମିଶ୍ରିତ ରୂପ। ଠିକ୍‌ ଏହି ପ୍ରକାର ବନ୍ୟଜୀବଙ୍କ ମିଶ୍ରିତ ରୂପାଙ୍କନ ମଧ୍ୟ ହରପ୍ପା ମୋହରରେ ଦେଖିବାକୁ ମିଳେ। ସେଗୁଡ଼ିକ ସମ୍ଭବତଃ ପୁରାତନ ଯୁଗରେ ବିଭିନ୍ନ ଜନଜାତି ଏବଂ ବ୍ୟବସାୟିକ ସଂଘ ମଧ୍ୟରେ ସହଯୋଗର ଓ ଏକତାର ଅନୁସ୍ମାରକ।
ଏବେ କିନ୍ତୁ ଧର୍ମ, ଜାତି, ବର୍ଗ ଏବଂ ଜାତୀୟତା ବ୍ୟବସାୟିକ ସଂଘ ଏବଂ ଜନଜାତିମାନଙ୍କର ନୂଆ ରୂପ ଭାବେ ମଣିଷକୁ ବିଭିନ୍ନ ବର୍ଗରେ ଭାଗ ଭାଗ କରିଛି। ଯାହା ଫଳରେ ପରସ୍ପର ମଧ୍ୟରେ ବିବାହ କରିପାରିବେ ନାହିଁ କି ମିଶିିପାରିବେ ନାହିଁ। ଯେତେବେଳେ ଆନ୍ତଃ ଧର୍ମ, ଜାତି ଓ ବର୍ଗ ଏବଂ ଆନ୍ତଃ ଦେଶୀୟ ବିହାହ ହୁଏ ସେତେବେଳେ ଲୋକେ କିଭଳି କ୍ରେଧ ପ୍ରକାଶ କରନ୍ତି ତାହା ଆମେ ଦେଖୁ। ଏହା ଏକ ସାଂସ୍କୃତିକ ସମସ୍ୟା। ଆରମ୍ଭରୁ ମଣିଷ ଗୋଟିଏ ଜାତି ହୋଇ ରହିଥିବାବେଳେ ଏହି ସମସ୍ୟା ଆପେ ଆପେ ସୃଷ୍ଟି ହୋଇନାହିଁ। ପରେ ଏହାକୁ ମଣିଷ ହିଁ ସୃଷ୍ଟି କରିଛି। ମଣିଷ ସମ୍ପର୍କ ଯୋଡ଼ିବା ବଦଳରେ ବିଭିନ୍ନ ପ୍ରତିବନ୍ଧକର ପାଚେରି ଠିଆ କରିଛି। ଏହା ଯୋଗୁ ଆମ ମଧ୍ୟରେ ଅସୁରକ୍ଷା ମାନସିକତା ସୃଷ୍ଟି ହୋଇଛି ଓ ଏହା ଆମକୁ ଭାଗ ଭାଗ କରି ଦେଇଛି। ଏହା ମଧ୍ୟ ଆମକୁ ପ୍ରାଣୀ ସଦୃଶ କରିଦେଇଛି। ଆମେ ପରସ୍ପରକୁ ଶିକାରୀ ଓ ଶିକାର ଭାବେ ଦେଖୁଛୁ ଏବଂ ଶତ୍ରୁ ଭାବେ ମଧ୍ୟ। ଆମେ ‘ମଣିଷ ଗୋଟିଏ ଜାତି’ବୋଲି ଭାବୁନାହଁୁ।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri