ମଣିଷ, ପ୍ରାଣୀ ଓ ସଭ୍ୟତା

ମାନବ ସମାଜ ସହ ପ୍ରାଣୀଙ୍କ ସମ୍ପର୍କ ବହୁ ପୁରୁଣା। ମାନବୀୟ ସହଯୋଗ ତଥା ପରସ୍ପର ସାହାଯ୍ୟଭିତ୍ତିକ ତଥା ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ପ୍ରାଣୀମାନଙ୍କର ବି ନିବିଡ଼ ସମ୍ପର୍କ ରହିଛି। ପାଖାପାଖି ୪୫୦୦ ବର୍ଷ ପୂର୍ବେ ଭାରତର ଉତ୍ତରପଶ୍ଚିମରେ ହରପ୍ପା ସଭ୍ୟତାର ସହରଗୁଡ଼ିକରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରାଣୀମାନଙ୍କ କଳାକୃତି ଛବି ଥିବା ପଥରର ଶହ ଶହ ମୋହର(ସିଲ୍‌) ପାଇଥିଲେ। ସେହି ଛବି ବା ଚିହ୍ନଗୁଡ଼ିକର ଗୁପ୍ତ ବାର୍ତ୍ତାକୁ ବୁଝି ଲୋକଲୋଚନକୁ ଅଣାଯିବା ଆବଶ୍ୟକ। ତେବେ ସ୍ପଷ୍ଟ ଯେ, ଇମୋଜି (ଚରିତ୍ରକୁ ପରିପ୍ରକାଶ କରୁଥିବା ଏକ ପ୍ରକାର ଛବି) ଭଳି ଚିହ୍ନ ସବୁ ସହରଗୁଡ଼ିକରେ ବାଣିଜ୍ୟ ସଂଚାଳନରେ କିଛି ଭୂମିକା ନେଉଥିଲା। ଉକ୍ତ ମୋହରଗୁଡ଼ିକ ମଧ୍ୟରୁ ଅନେକରେ କେବଳ ଜଙ୍ଗଲୀ ଜୀବ, ଯଥା ହାତୀ, ଗଣ୍ଡା, ସିଂହ, କୁଜଥିବା ମଇଁଷି,ଛେଳି, କୁଜଥିବା ଷଣ୍ଢଙ୍କ ଛବି ରହିଛି। ଏସବୁରେ ଗାଈର ଛବି କେଉଁଠି ବି ଦୃଷ୍ଟିଗୋଚର ହୁଏ ନାହିଁ। ସ୍ପଷ୍ଟତଃ, ଏଠାରେ ବନ୍ୟଜନ୍ତୁ ସ୍ବାଧୀନତା ତଥା ସହଯୋଗକୁ ଇଙ୍ଗିତ କରୁଛି। ଏହାବ୍ୟତୀତ ତିନି ମୁଣ୍ଡ ଏକାଠି ଥିବା ପ୍ରାଣୀ କିମ୍ବା ବହୁପ୍ରକାର ବୃହତ୍‌ ପ୍ରଣୀଙ୍କ ମିଶ୍ରିତ ଛବି ମଧ୍ୟ ସିଲ୍‌ଗୁଡ଼ିକରେ ଦେଖାଯାଏ। ସମ୍ଭବତଃ ବିଭିନ୍ନ ପ୍ରାଣୀଙ୍କୁ ଏକାଠି କରି ସିଲ୍‌ରେ ଯେଉଁ ଛବି କରାଯାଇଛି ତାହା ବିଭିନ୍ନ ମୁଷ୍ଟିମେୟ ଗୋଷ୍ଠୀର ସମାବେଶକୁ ସୂଚାଇଥାଏ। ଏହା କୌଣସି ନିର୍ଦ୍ଦିଷ୍ଟ ସଂଘକୁ ସମର୍ଥନ ନ କରି ସମସ୍ତ ସଂଘଗୁଡ଼ିକ ସହ ଜଡ଼ିତ ରହିଥିଲା ବୋଲି ବିଶ୍ୱାସ କରାଯାଏ, ଯାହା ଏକ ସାମଗ୍ରିକ ସହଯୋଗକୁ ପ୍ରତିପାଦିତ କରେ।
ଖ୍ରୀଷ୍ଟପୂର୍ବ ୧୯୦୦ ସୁଦ୍ଧା ହରପ୍ପାର ସହରଗୁଡ଼ିକ ପ୍ରାଧାନ୍ୟ ହରାଇଥିଲା। ଏହାର ୧ ହଜାରରୁ ଊର୍ଦ୍ଧ୍ୱ ବର୍ଷ ପରେ ବେଦିକ୍‌ ସମୟରେ ଗାଙ୍ଗେୟ ସମତଳଅଞ୍ଚଳ ଭଲ ଭାବେ ବିକଶିତ ହୋଇପାରିଥିତ୍ଲା। ସେଠାରେ ଆମେ ବିଭିନ୍ନ ଜାତି ଏବଂ ଗୋଷ୍ଠୀର ଲୋକଙ୍କୁ ଦେଖିବାକୁ ପାଉ। ପୁନଶ୍ଚ ସେଠାରେ ସେମାନେ ପ୍ରାଣୀଙ୍କ ରୂପାଙ୍କନ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଏ। କିନ୍ତୁ ସେହି ସମୟରେ କୌଣସି ମୋହରରେ ପ୍ରାଣୀଙ୍କ ଛବି ଦେଖିବାକୁ ମିଳେନି। କେବଳ ଯାହା ସେମାନଙ୍କ ନାମ ଶୁଣିବାକୁ ମିଳେ। ଏହା ବ୍ୟତୀତ ରାମାୟଣରେ ଆମେ ନାଗ(ସାପ),ହସ୍ତୀ(ହାତୀ),ସୁପର୍ନ(ପକ୍ଷୀ),ରିକ୍ଷା(ଭାଲୁ) ସମ୍ପର୍କରେ ଜାଣିବାକୁ ପାଉ। ଏମାନଙ୍କ ସମ୍ପର୍କରେ ରାମାୟଣରେ ବି ଭଲ ଭାବେ ବର୍ଣ୍ଣନା କରାଯାଇଛି। ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସମାଜର ଆଧ୍ୟାମତ୍ିକ ପ୍ରତୀକ, ବିଭିନ୍ନ ବର୍ଗର କୁଳଦେବତା, ଯାହାକୁ ଜନଜାତିମାନେ ସମ୍ମାନ କରୁଥିଲେ ଏବଂ ସେମାନଙ୍କ ପରିଚୟର ପ୍ରତୀକ ଭାବେ ବ୍ୟବହାର କରୁଥିଲେ। ତେବେ ବିଭିନ୍ନ ପ୍ରଜାତିର ପ୍ରାଣୀ ଯେଭଳି ପରଷ୍ପର ସହ ମିଶନ୍ତି ନାହିଁ , ସେହିଭଳି ଏହି ସବୁ ବିଭିନ୍ନ ପ୍ରକାର ପ୍ରାଣୀଙ୍କ ପ୍ରତୀକ ଅଧୀନରେ ଥିବା ଜନଜାତିମାନେ ନିଜ ନିଜ ମଧ୍ୟରେ ବିହାହ କରୁ ନ ଥିଲେ। ବିଭିନ୍ନତାର ରୂପ ପ୍ରକାଶ ପାଇଥିଲା। ଯେଉଁଥିପାଇଁ ଅନେକ ଅଜବ ବାହାଘର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଜଣେ ନାଗ କନ୍ୟା ଜଣେ ମାନବ ସହ ପ୍ରେମ ସମ୍ପର୍କ ଗଢି ଉଠିଥିବା ଆମେ ଦେଖିବାକୁ ପାଉ। ଉଦାହରଣସ୍ବରୂପ, କୃଷ୍ଣ ଜଣେ ଭଲ୍ଲୁକ ରାଜକନ୍ୟା ଜାମ୍ବବତୀଙ୍କୁ ବିବାହ କରିଛନ୍ତି। ରାବଣଙ୍କ ପୁତ୍ର ମେଘନାଦ ନାଗ ରାଜକୁମାରୀ ସୁଲୋଚନାଙ୍କୁ ବିବାହ କରିଛନ୍ତି। ସେହିଭଳି ନାଗ ରାଜକନ୍ୟା ଉଲୁପିଙ୍କୁ ବିବାହ କରିଛନ୍ତି ଅର୍ଜୁନ। ଏହି ସବୁ କାହାଣୀ ମନୁଷ୍ୟର ପ୍ରାଣୀ ପ୍ରବୃତ୍ତିକୁ ମଧ୍ୟ ମନେପକାଇଦିଏ। ପ୍ରାଣୀମାନଙ୍କର ଅଧିକାର କ୍ଷେତ୍ର ରହିଛି ଏବଂ ସେମାନେ ‘କେବଳ ଯୋଗ୍ୟତମ ବଞ୍ଚିରହିବା’ନୀତିକୁ ନିଶ୍ଚିତ କରିବାକୁ ପଦାନୁକ୍ରମ ମଧ୍ୟ ପ୍ରତିଷ୍ଠା କରିବା ଭଳି ମନୁଷ୍ୟମାନଙ୍କର ସମ୍ପତ୍ତି ଓ ପଦକ୍ରମର ଅଧିକାର କ୍ଷେତ୍ର ରହିଛି। ବର୍ତ୍ତମାନ ଆମେ କର୍ପୋରେଟ ବିଶ୍ୱକୁ ଡଗ୍‌- ଇଟ୍‌- ଡଗ୍‌ ଏବଂ ର଼୍ୟାଟ୍‌ ରେସ୍‌ ଭାବେ ବର୍ଣ୍ଣନା କରି ମଣିଷକୁ ପ୍ରାଣୀମାନଙ୍କ ସହ ସମାନ କରିଦେଉଛୁ। ସମସ୍ତ ନେତାମାନଙ୍କୁ ଆମେ ଆଲଫା ପ୍ରିଡେଟର ଭାବେ ଦେଖୁଛୁ କିମ୍ବା ଯେଉଁମାନେ ସମ୍ପୂର୍ଣ୍ଣ ଆନୁଗତ୍ୟ ଦାବି କରନ୍ତି ସେମାନଙ୍କୁ ଆମେ କୁଇନ୍‌ -ବି ରୂପେ ଦେଖୁଛୁ। ବ୍ୟବସାୟୀ ପରିବାରଗୁଡ଼ିକ ସେମାନଙ୍କ ଝିଅ ଓ ପୁଅଙ୍କୁ ଅଣ ବ୍ୟବସାୟିକ ପରିବାର କିମ୍ବା ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟ ପରିବାରଗୁଡ଼ିକର ଝିଅପୁଅ ସହ ବାହାଘର କରିବାକୁ ଯେଭଳି ବାଧା ଦେଇଥାନ୍ତି ଠିକ୍‌ ଏମିତି ବି ପ୍ରାଣୀ ପ୍ରଜାତିଗୁଡ଼ିକର ଆନୁବାଂଶିକ କ୍ଷେତ୍ରରେ ଦେଖାଯାଏ। ତେବେ ବୁଝିବାକୁ ପଡ଼ିବ ଯେ, ଏବକାର ମଣିଷ ପ୍ରଣୀପ୍ରବୃତ୍ତିରୁ ନିବୃତ୍ତ ହୋଇପାରିନାହିଁ।
ମଣିଷକୁ ଅତିମାନବ ହେବା ଲାଗି ଏହି ସବୁ ପ୍ରତିବନ୍ଧକ ଓ ସୀମାରେଖାକୁ ଭାଙ୍ଗିବାକୁ ପଡ଼ିବ। ପ୍ରାଣୀ ପ୍ରବୃତ୍ତିରୁ ଊର୍ଦ୍ଧ୍ୱକୁ ଯିବାକୁ ହେବ। ପ୍ରତିବନ୍ଧକୁ ଭାଙ୍ଗିବା କହିଲେ ଆମକୁ ସଭ୍ୟତା ପତନର ମୂଳରେ ଥିବା ସବୁ ଜାତି ବିଚାର ଦୂର କରିବାକୁ ହିଁ ବୁଝାଏ। ଅବଶ୍ୟ ଏବେ ବି ଜାତିବାଦ ସଭ୍ୟତାର ପରିଚୟକୁ ପ୍ରତିନିଧିତ୍ୱ କରୁଛି। କାରଣ, ସଭ୍ୟତା ହିଁ ତାହା, ଯେଉଁଠି ତୁମ ପାଖରେ ଯାହା ଅଛି ତାହାକୁ ଶେୟାର କରିବା; ଅନ୍ୟର ବିଚାରଧାରା ସହ ସାମିଲ ହେବା ଓ ଗ୍ରହଣ କରିବା ଏବଂ ତୁମେ ଯାହା ଜାଣିଛ ତାହାକୁ ସମ୍ପ୍ରସାରିତ କରିବା। ଅନ୍ୟମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ଅନ୍ୟମାନଙ୍କୁ ଭୟଭୀତ କରିବା ଲାଗି ପ୍ରତିବନ୍ଧକ ଏବଂ ପଦକ୍ରମ ସୃଷ୍ଟି କରିବାର କୁତ୍ସିତ ମାନସିକତା ମଧ୍ୟରେ ଏକ ପଦକ୍ରମ ବିହୀନ, ଏକ ପ୍ରତିବନ୍ଧକ ଶୂନ୍ୟ ସମାଜ ଗଠନର ସଂଘର୍ଷ ସବୁବେଳେ ଆହ୍ବାନପୂର୍ଣ୍ଣ ହୋଇଆସୁଛି। କିନ୍ତୁ ପ୍ରାଚୀନ କାଳରେ ଶତ୍ରୁ ବା ପ୍ରତିଦ୍ୱନ୍ଦ୍ୱୀ ଜାତି ମଧ୍ୟରେ ହେଉଥିବା ବିବାହ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହେଉଥିଲା। ବିବାହ ଦ୍ୱାରା ଶତ୍ରୁବର୍ଗସବୁ ଏକାଠି ହୋଇପାରୁଥିଲେ।
ଗ୍ରୀକ୍‌ ପୁରାଣରେ ଚିମେରା ନାମକ ଜଣେ ରାକ୍ଷସ ଏକ ପ୍ରାଣୀ ଥିଲା। ଏହାର ଏକ ଭାଗ ଛେଳି, ଏକ ଭାଗ ସାପ ଓ ଆଉ ଏକ ଭାଗ ସିଂହ। ଭାରତରେ ମଧ୍ୟ ବହୁ ପ୍ରାଣୀଙ୍କ ମିଶ୍ରଣର ଦେବତା ରହିଛନ୍ତି। ପଞ୍ଚମୁଖୀ ହନୁମାନଙ୍କର ମୁଖ ଏକ ମାର୍କଟ, ସିଂହ, ଗରୁଡ଼, ବରାହ ଏବଂ ଘୋଡା ମୁହଁକୁ ପ୍ରକାଶ କରେ। ଓଡ଼ିଆ ରାମାୟଣ ନବଗୁଞ୍ଜରଙ୍କ ସମ୍ପର୍କରେ କହେ ଯେ, ଏହା ୯ ପ୍ରକାର ଜଙ୍ଗଲୀ ଜୀବ ଯଥା ଗଞ୍ଜା, ମୟୂର, ଷଣ୍ଢ, ହରିଣ, ସିଂହ, ବାଘ, ହାତୀ, ସାପ ଏବଂ ମଣିଷର ଏକ ମିଶ୍ରିତ ରୂପ। ଠିକ୍‌ ଏହି ପ୍ରକାର ବନ୍ୟଜୀବଙ୍କ ମିଶ୍ରିତ ରୂପାଙ୍କନ ମଧ୍ୟ ହରପ୍ପା ମୋହରରେ ଦେଖିବାକୁ ମିଳେ। ସେଗୁଡ଼ିକ ସମ୍ଭବତଃ ପୁରାତନ ଯୁଗରେ ବିଭିନ୍ନ ଜନଜାତି ଏବଂ ବ୍ୟବସାୟିକ ସଂଘ ମଧ୍ୟରେ ସହଯୋଗର ଓ ଏକତାର ଅନୁସ୍ମାରକ।
ଏବେ କିନ୍ତୁ ଧର୍ମ, ଜାତି, ବର୍ଗ ଏବଂ ଜାତୀୟତା ବ୍ୟବସାୟିକ ସଂଘ ଏବଂ ଜନଜାତିମାନଙ୍କର ନୂଆ ରୂପ ଭାବେ ମଣିଷକୁ ବିଭିନ୍ନ ବର୍ଗରେ ଭାଗ ଭାଗ କରିଛି। ଯାହା ଫଳରେ ପରସ୍ପର ମଧ୍ୟରେ ବିବାହ କରିପାରିବେ ନାହିଁ କି ମିଶିିପାରିବେ ନାହିଁ। ଯେତେବେଳେ ଆନ୍ତଃ ଧର୍ମ, ଜାତି ଓ ବର୍ଗ ଏବଂ ଆନ୍ତଃ ଦେଶୀୟ ବିହାହ ହୁଏ ସେତେବେଳେ ଲୋକେ କିଭଳି କ୍ରେଧ ପ୍ରକାଶ କରନ୍ତି ତାହା ଆମେ ଦେଖୁ। ଏହା ଏକ ସାଂସ୍କୃତିକ ସମସ୍ୟା। ଆରମ୍ଭରୁ ମଣିଷ ଗୋଟିଏ ଜାତି ହୋଇ ରହିଥିବାବେଳେ ଏହି ସମସ୍ୟା ଆପେ ଆପେ ସୃଷ୍ଟି ହୋଇନାହିଁ। ପରେ ଏହାକୁ ମଣିଷ ହିଁ ସୃଷ୍ଟି କରିଛି। ମଣିଷ ସମ୍ପର୍କ ଯୋଡ଼ିବା ବଦଳରେ ବିଭିନ୍ନ ପ୍ରତିବନ୍ଧକର ପାଚେରି ଠିଆ କରିଛି। ଏହା ଯୋଗୁ ଆମ ମଧ୍ୟରେ ଅସୁରକ୍ଷା ମାନସିକତା ସୃଷ୍ଟି ହୋଇଛି ଓ ଏହା ଆମକୁ ଭାଗ ଭାଗ କରି ଦେଇଛି। ଏହା ମଧ୍ୟ ଆମକୁ ପ୍ରାଣୀ ସଦୃଶ କରିଦେଇଛି। ଆମେ ପରସ୍ପରକୁ ଶିକାରୀ ଓ ଶିକାର ଭାବେ ଦେଖୁଛୁ ଏବଂ ଶତ୍ରୁ ଭାବେ ମଧ୍ୟ। ଆମେ ‘ମଣିଷ ଗୋଟିଏ ଜାତି’ବୋଲି ଭାବୁନାହଁୁ।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri