ଭାଜପାରେ ମମତା, ବିଜେଡିରେ ଚହଳ, ହଠାତ୍‌ ଶଙ୍ଖ ଭବନରେ ହଲଚଲ…

ଭୁବନେଶ୍ୱର,୨।୮: ମମତା ମହାନ୍ତ ଅଚାନକ ରାଜ୍ୟ ସଭା ଏମପି ପଦ ଓ ଦଳରୁ ଇସ୍ତଫା ଦେବା ପରେ, ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛି। ସବୁଠାରୁ ବଡ କଥା ହେଉଛି, ୨୪ ଘଣ୍ଟା ଭିତରେ ମମତା ବିଜେଡି ଛାଡି ଭାଜପାରେ ଯୋଗ ଦେବା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବେଳ ଥାଉ ଥାଉ ସତର୍କ ହେବା ଲାଗି ଚଞ୍ଚଳ ହୋଇ ଉଠିଛି ଦଳ। ସେଥିପାଇଁ ଶୁକ୍ରବାର ଶଙ୍ଖ ଭବନରେ ଗହଳି ଦେଖିବାକୁ ମିଳିଛି।

ଆଜି ମୟୂରଭଞ୍ଜ ବିଜେଡି ନେତୃବୃନ୍ଦ ସଂଧ୍ୟାରେ ନବୀନ ନିବାସଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ମୟୂରଭଞ୍ଜ ଜିଲାର ସାମଗ୍ରିକ ବିକାଶ ତଥା ବିଶେଷକରି ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜେଡି ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ଜିଲାର ବିକାଶରେ ମାଇଲଖୁଣ୍ଟ ହୋଇ ରହିବ ବୋଲି ସେମାନେ ମତ ଦେଇଛନ୍ତି । ସେହିପରି ସାନ୍ତାଳି ଭାଷାକୁ ସାମ୍ବିଧାନିକ ଭାଷାର ମର୍ଯ୍ୟାଦା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲାବାସୀ ସବୁ ଦିନ ମନେ ରଖିବେ ବୋଲି ସେମାନେ କହିଛନ୍ତି ।

ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ବିଜେଡି ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଜିଲାବାସୀ ସହଯୋଗ କରି ଆସିଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲାରେ ଆହୁରି ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଶଙ୍ଖ ଭବନରେ ହୋଇଥିବା ଏହି ବୈଠକରେ ପ୍ରତିନିଧି ଦଳରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ବର ପାତ୍ର, ଜିଲା ପରିଷଦ ସଭାପତି ଭାରତୀ ହାଂସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍‌, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନ୍‌ଗୋ, ଅନସୂୟା ପାତ୍ର, ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲାର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ମମତା ମହାନ୍ତ ରାଜ୍ୟ ସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ଦଳ ଉପରେ କୌଣସି ପ୍ରଭାବ ନାହିଁ ବୋଲି ଜିଲାର ଦଳୀୟ ନେତାମାନେ ବିଜେଡି ସଭାପତିଙ୍କୁ ଭେଟି ଏହି ବାର୍ତ୍ତା ଦେଇଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଅନ୍ୟପଟେ ତେର୍ଚ୍ଚାବାଣ ମାରି ପୁଣି ଥରେ ଡରାଇଛନ୍ତି ଭାଜପା ନେତା। ଆଗକୁ ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଏଭଳି କହି ବିଜେଡିରେ ଭୟ ସୃଷ୍ଟି କରିଛନ୍ତି ଭାଜପା ନେତା । ଅରବିନ୍ଦ ଢାଲିଙ୍କ ନିଆଁରେ ଘିଅ ଢାଳିଛନ୍ତି ଅମର ଶତପଥୀ। ସଂଗଠନକୁ ଠିକ ନ କଲେ ଆଗକୁ ଅଘଟଣ ଘଟିବ ବୋଲ କହି ସତର୍କ କରିଛନ୍ତି। ତେବେ ଏହାର କଡା ଜବାବ ଦେଇ କଟାକ୍ଷ କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ସରକାରର ବଡ଼ ଯୋଜନାକୁ ମନା କରିଦେଲେ ମୋହନ ସରକାର

ଭୁବନେଶ୍ୱର,୧୦।୯ (ଅନିଲଦାସ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରାଜ୍ୟ ସରକାର ସାଇକେଲ ଗୋଟିକୁ ୨୫,୦୦୦ ଟଙ୍କା ଦରରେ କିଣିଥିଲେ। ସେଥିରୁ କିଛି...

ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ ବନ କର୍ମଚାରୀ

ଢେଙ୍କାନାଳ,୧୦ା୯(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ...

୫ଦିନ ଧରି ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା, ଏହି ଜିଲାକୁ ରେର୍ଡ ଆଲର୍ଟ!

ଭୁବନେଶ୍ୱର,୧୦।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତେବେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବର୍ଷାର...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଯୁକ୍ତି ୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଏହିଦିନ ଠୁ ଆରମ୍ଭ ହେବ କ୍ଲାସ

ଭୁବନେଶ୍ୱର,୧୦।୯: ପ୍ରଥମେ ନିଟ୍‌-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ତେବେ ଏଥର ଯୁକ୍ତି ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ...

ରାସନ କାର୍ଡରୁ କଟିଯାଇଛି କି ନାଁ? ଚୁଟ୍‌କିରେ ହୋଇଯିବ ସମାଧାନ, ଜାଣନ୍ତୁ…

ଭୁବନେଶ୍ୱର,୧୦।୯: କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ରାସନ। ତେବେ ରାସନ କେବଳ ରାସନ...

ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଦାଦନ ଦୁଖ ଦେଖୁବାକୁ ମିଳିଛି। ଜିଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଚିନୈଗୁଡା ଗ୍ରାମର ରାକେଶ ସୁନା (୨୮) ନାମକ...

ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସୁଭଦ୍ରା ପାଇଁ ଟଙ୍କା ନେଉଥିଲେ…

ଭୁବନେଶ୍ୱର,୧୦।୯: ରାଜ୍ୟ ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନା ଫର୍ମ ସଂଗ୍ରହ ତଥା ପଞ୍ଜିକରଣ ପାଇଁ ଗତ କିଛିଦିନ ଧରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ଜମୁଛି।...

ନବୀନଙ୍କ ବିରୋଧ, ବିଜେଡି କରିବ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୧୦।୯: ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସରେ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri