ରାଜ୍ୟରେ ମ୍ୟାଲେରିଆ ୪୦.୩୯% କମିଛି

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ମ୍ୟାଲେରିଆ ହ୍ରାସ କରିବାରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ୨୦୧୮ ତୁଳନାରେ ୨୦୧୯ରେ ୧୭.୬% ହ୍ରାସ ପାଇଥିବା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୨୦ରେ ପ୍ରକାଶ ପାଇଛି। ତେବେ ଦେଶରେ ମ୍ୟାଲେରିଆ ହ୍ରାସ କରାଇବାରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ରାଜ୍ୟରେ ୨୦୧୭ ତୁଳନାରେ ୨୦୧୮ରେ ସର୍ବାଧିକ ୮୧% ହ୍ରାସ ପାଇଥିଲା। ୨୦୧୯ରେ ୩୯,୫୫୬ ମ୍ୟାଲେରିଆ କେସ୍‌ ରହିଥିବାବେଳେ ଏହା ୨୦୧୮ଠାରୁ ୪୦.୩୯% କମ୍‌। ୨୦୧୮ରେ ମୋଟ ପଜିଟିଭିଟି ରେଟ୍‌ ୧.୦୮% ଥିବାବେଳେ ୨୦୧୯ରେ ୦.୬%କୁ ଖସି ଆସିଥିବାରୁ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏହା ରାଜ୍ୟର ବଡ଼ ସଫଳତା ବୋଲି କୁହାଯାଉଛି।
ଜାତୀୟସ୍ତରରେ ମ୍ୟାଲେରିଆ ହାର ହ୍ରାସ କରିବାରେ ୨୦୧୬ରୁ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ରାଜ୍ୟ ସରକାରଙ୍କ ଦୃଢ଼ ତଥା ଶକ୍ତିଶାଳୀ ପଦକ୍ଷେପ ଓ ନିରନ୍ତର ପ୍ରୟାସ ଯୋଗୁ ମ୍ୟାଲେରିଆ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିଲା। ଓଡ଼ିଶାରେ ୨୦୧୬ରେ ରେକର୍ଡ ସଂଖ୍ୟକ ୪,୪୪,୮୪୨ ମାମଲା ରହିଥିଲା। ଏହା ଜାତୀୟ ହାରର ୪୦.୯୧% ଥିଲା। ସେହିବର୍ଷ ମୃତ୍ୟୁ ହାର ମଧ୍ୟ ୨୩.୨୬% ରହିଥିଲା। ୨୦୧୭ରେ ମ୍ୟାଲେରିଆ ମାମଲା ସଂଖ୍ୟା ୩,୪୭,୮୬୦କୁ ଖସିଥିଲା। ସେହିଭଳି ମୃତ୍ୟୁ ସଂଖ୍ୟା କମିବା ସହିତ ଜାତୀୟ ହାର ମଧ୍ୟ ହ୍ରାସ ପାଇଥିଲା। ୨୦୧୬ରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୭୭ ଥିବାବେଳେ ୨୦୧୭ରେ ୨୪କୁ ଖସି ଆସିଥିଲା, ଯାହା ଜାତୀୟ ହାରର ୧୨.୩୭% ଥିଲା। ୨୦୧୮ରେ ମାମଲା ସଂଖ୍ୟା ୬୬,୩୧୧ ଓ ମୃତ୍ୟୁ ସଂଖ୍ୟା ୩କୁ ଖସି ଆସିଥିବାବେଳେ ୨୦୧୯ରେ ୩୯,୫୫୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୯ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri