ଡରି ଯାଇଥିଲେ ମଲାଇକା!

ମୁମ୍ବାଇ: ପର୍ସନାଲ ହେଉ ବା ପ୍ରଫେସନାଲ । କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି ମଲାଇକା ଆରୋରା । ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛି । ମଲାଇକା ୧୯୯୮ରେ ବଲିଉଡ ଅଭିନେତା ଅରବାଜ ଖାଁଙ୍କୁ ବିବାହ କରିଥିଲେ । ହେଲେ ଦୀର୍ଘ ୧୯ ବର୍ଷର ସମ୍ପର୍କ ପରେ ୨୦୧୭ରେ ଏମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏହି ୧୯ ବର୍ଷ ମଧ୍ୟରେ ଖୁବ୍ କଷ୍ଟ ପାଇଥିବା କହିଛନ୍ତି ମଲାଇକା । ସେ କହିଛନ୍ତି ଅରବାଜଙ୍କ ସହ ସେ ଥିବା ବେଳେ ଖୁବ୍ ଭୟ କରୁଥିଲେ ଏମିତିକି ସେ ନିଜକୁ ଦୁର୍ବଳ ବୋଲି ବି ଭାବୁଥିଲେ । ହେଲେ ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଅରବାଜଙ୍କଠାରୁ ଅଲଗା ହେବାକୁ ଚିନ୍ତା କରିଥିଲେ । ହେଲେ ତାଙ୍କୁ ପଛକୁ ଟାଣୁଥିଲା ପୁଅ ଅରହାନ । ସେ ନିଜ ପୁଅ କଥା ଚିନ୍ତା କରି ଆହୁରି ଦୁର୍ବଳ ହୋଇ ଯାଉଥିବା ବେଳେ ଦିନେ କିନ୍ତୁ ସ୍ଥିର କରିଥିଲେ ସେ ସିଙ୍ଗଲ ମଦରର ଭୂମିକା ସମ୍ପାଦନ କରିବେ । ଅର୍ଥାତ୍ ଏକା ଏକା ପୁଅକୁ ପାଳିବେ । କାରଣ ସେ ଯେଉଁ ସମୟରେ ଅରବାଜଙ୍କଠାରୁ ଅଲଗା ହେବାକୁ ଚିନ୍ତା କରୁଥିଲେ ସେତେବେଳେ ପୁଅ ପାଇଁ ତାଙ୍କର ଆବଶ୍ୟକତା ଅଧିକ ଥିଲା । ଶେଷରେ ୨୦୧୭ରେ ସେ ଅରବାଜଙ୍କଠାରୁ ଅଲଗା ହୋଇ ପୁଅ ପ୍ରତି ଧ୍ୟାନ ଦେବା ସହ ଜଣେ ୱର୍ାକିଂ ସିଙ୍ଗଲ ମଦର ଭୂମିକାରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ବୋଲି ଲାଗି ପଡିଥିଲେ । ଆଉ ଏବେ ମଲାଇକା ଏକଦମ ଷ୍ଟ୍ରଙ୍ଗ ହୋଇ ଯାଇଛନ୍ତି । ୨୦୧୭ରେ ସେ ଅରବାଜଙ୍କଠାରୁ ଅଲଗା ହେବା ପରେ ୨୦୧୯ରେ ବଲିଉଡ ନାୟକ ଅର୍ଜୁନ କପୁରଙ୍କ ସହ ରିଲେସନଶିପରେ ରହିଥିବା ଆଲୋଚନା ହେଉଛି । ମଲାଇକା ଅର୍ଜୁନଙ୍କଠାରୁ ୧୨ ବର୍ଷ ସାନ ହୋଇଥିବା ବେଳେ ତାଙ୍କର ଏହି ରିଲେସନଶିପ ଖୁବ୍ ଚର୍ଚ୍ଚାରେ । ହେଲେ ଏଥିପ୍ରତି ଏହି ପ୍ରେମୀ ଯୁଗଳ ଆଦୌ ଧ୍ୟାନ ଦିଅନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?