Posted inଫୁରସତ

ଅମୃତଭଣ୍ଡାରେ ଫୁଲ

ଅମୃତଭଣ୍ଡାକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ହେଲେ ଏହାକୁ ନେଇ କଳାକୃତୀ ବି ଗଢାଯାଏ ତାହା ହୁଏତ ଅନେକେ ଜାଣି ନ ଥିବେ। ଭିଏତନାମରେ କଞ୍ଚା ଅମୃତଭଣ୍ଡାକୁ ବ୍ୟବହାର କରି ସୁନ୍ଦର ଫୁଲର କଳାକୃତୀ ତିଆରି କରିବା ଏକ ପାରମ୍ପରିକ କଳା। କିନ୍ତୁ ଏବେ ଏହାର ସତ୍ତା ଦିନକୁ ଦିନ ହଜିବାକୁ ଲାଗିଲାଣି। ହେଲେ ହାନୋଇର ନୁୟେନ ଥି ଥୁ ହେଉଛନ୍ତି ଏମିତି ଜଣେ ମହିଳା ଯେକି ହଜି ଯାଉଥିବା ଏହି କଳାକୁ ବଞ୍ଚାଇ ରଖିବା ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍ତି। ସେ ଏଥିରେ ଏତେ ସୁନ୍ଦର ଓ ଜୀବନ୍ତ ଫୁଲ ତିଆରି କରୁଛନ୍ତି ଯେ, ତାହା ସବୁ ସତସତିକା ଫୁଲ ପରି ହିଁ ଲାଗେ। ଏଥିପାଇଁ ସେ କଞ୍ଚା ସବୁଜ ଅମୃତଭଣ୍ଡା ଆବଶ୍ୟକ କରନ୍ତି। କଳାକୃତୀ ଗଢିବା ପୂର୍ବରୁ ସେ ଏହାକୁ ମଝିରୁ ଦୁଇ ଫାଳ କରି କାଟି ଥଣ୍ଡା ପାଣିରେ ଏକ ଘଣ୍ଟା ବୁଡାଇ ରଖନ୍ତି। ମଞ୍ଜି ବାହାର କରି ଛୁରୀ ସାହାଯ୍ୟରେ ଅମୃତଭଣ୍ଡାକୁ ପତଳା ପତଳା କାଟନ୍ତି। କଇଁଚିରେ ସେସବୁକୁ କାଟି ପାଖୁଡାର ରୂପ ଦିଅନ୍ତି। ଚପ୍‌ଷ୍ଟିକ୍‌ ମାଧ୍ୟମରେ ପାଖୁଡାକୁ ମୋଡନ୍ତି। ପରେ ଫୁଡ କଲର୍‌ରେ ପାଖୁଡ଼ାଗୁଡିକୁ ରଙ୍ଗ ଦେଇ ସତସତିକା ଫୁଲର ରୂପ ଦିଅନ୍ତି। ପଦ୍ମ, କଇଁ ପରି ନାନା ପ୍ରକାରର ଫୁଲ ସେ ଅମୃତ ଭଣ୍ଡାରେ କରି ପାରନ୍ତି। ଆଉ ତା’ର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି। ଗୋଟିଏ ଫୁଲ ତିଆରି କରିବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗେ। ସେ କୁହନ୍ତି, ଏହି ଫୁଲକୁ ଫ୍ରିଜ୍‌ରେ ରଖିଲେ ଅଧିକ ସମୟ ରହିପାରେ। ତେବେ ପ୍ରଦର୍ଶନୀରେ ପ୍ରଦର୍ଶିତ କଲାବଳେ ଏହାକୁ ଖରାଠୁ ଦୂରରେ ରଖିବାକୁ ଚେଷ୍ଟା କରେ। ଏହାଛଡ଼ା ମୋ କଳାକୁ ଅଧିକ ସମୟ ବଞ୍ଚାଇ ରଖିବା ଲାଗି ମୁଁ ବିଭିନ୍ନ ପ୍ରିଜରଭେଟିଭ୍‌ସ ଉପରେ ଗବେଷଣା କରୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri