ଆକୃଷ୍ଟ କରାଉଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୩୦।୫: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଜନତା ମଇଦାନ ଠାରେ ୮ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସାଙ୍ଗକୁ ଗ୍ଲୋବାଲ ବିଜନେସ୍‌ କାର୍ନିଭାଲ ଆୟୋଜିତ ହେଉଛି। ଉଲ୍ଲେଖଯୋଗ୍ୟ ୨୦୨୩ ମେ ୧୯ରୁ ୨୯ ପର୍ଯ୍ୟନ୍ତ ଉକ୍ତ ମେଳାର ଆୟୋଜନ ହୋଇଥିବା ବେଳେ ବର୍ତ୍ତମାନ ସମୟର ପାଗ ଓ ଗ୍ରାହକଙ୍କ ଚାହିଦା ଏବଂ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ଉକ୍ତ ମେଳା ଆଉ ୬ ଦିନ ବଢାଇ ଦିଆଯାଇଛି। ଫଳରେ ଉକ୍ତ ମେଳା ମେ ୨୯ ପରିବର୍ତ୍ତେ ଜୁନ୍‌ ୪ ତାରିଖ ଦିନ ଶେଷ ହେବ ବୋଲି ଆୟୋଜକ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ସୁଜିତ ଗୁପ୍ତା ଓ ନିର୍ଦ୍ଦେଶିକା ପାୟଲ ଗୁପ୍ତା ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ବିଶେଷ କରି ଗୋଟିଏ ସ୍ଥାନରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସାମଗ୍ରୀ ସାଙ୍ଗକୁ ସ୍ବଦେଶୀ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ରହୁଛି। ଏପରିକି ସବୁ ବର୍ଗର ଗ୍ରାହକ ମେଳାରେ କିଣାକିଣି ଓ ମନୋରଞ୍ଜନ ସହିତ ଭଳିକି ଭଳି ଖାଦ୍ୟର ମଧ୍ୟ ମଜା ଉଠାଉଛନ୍ତି।
ଅପରପକ୍ଷରେ ମେଳା ପରିସରରେ ମୋଟ ୧୩ଟି ଏସି ହ୍ୟାଙ୍ଗର ଉପଲବ୍ଧ ରହିଛି। ପ୍ରତି ହ୍ୟାଙ୍ଗରରେ ଉଭୟ ଓ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବ୍ୟବସାୟୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ବିଶେଷ କରି ବାଂଲାଦେଶୀ ଶାଢ଼ି, ଦୁବାଇ ସୁଟ, ଥାଇଲାଣ୍ଡ କୁର୍ତ୍ତି ଓ ମହିଳା ଉପାଦାନ ସହ ଆଫଗାନିସ୍ତାନର ଶୁଦ୍ଧ ଓ ବିଭିନ୍ନ ପ୍ରକାରର ଡ୍ରାଏ ଫୁ୍ରଡ୍‌ସ ଓ କେରଳର ବାନାନା ଚିପ୍ସ, ଇରାନି କାର୍ପେଟ ଏବଂ ଡିଜାଇନର ଲାଇଟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ସେହିଭଳି ମାଲେସିଆର ଜଳ ଫୁଆରା ସମେତ ବିଭିନ୍ନ ପ୍ରକାରର ଘର ସାଜସଜ୍ଜା ଓ ଆସବା ପତ୍ରର ବିସ୍ତୃତ ଚାହିଦା ସାଙ୍ଗକୁ ହାଇଦ୍ରାବାଦର ଫ୍ୟାନ୍ସ ଫର୍ନିଚର ଓ କୋଲକାତାର ସୋଫା-ବେଡର ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏପରିକି ଆସାମରୁ ଆସିଥିବା ଡିଜାଇନର ବାମ୍ବୁ କ୍ରକରୀ ଓଜନରେ ବିକ୍ରି ହେଉଥିବାରୁ ଗ୍ରାହକମାନେ କାମ ଦାମରେ ଅଧିକ ସାମଗ୍ରୀ ପାଇପାରୁଛନ୍ତି। ସେହିପରି ରାଜସ୍ଥାନରୁ ଆସିଥିବା ଡିଜାଇନର ଓ ଫ୍ୟାନ୍ସି ଗାର୍ମେଣ୍ଟ, ଦିଲ୍ଲୀ ଓ ପଞ୍ଜାବର ସର୍ବପୁରାତନ ସାମଗ୍ରୀର ସମ୍ଭାର ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରୁଛି, ଭାଗଲପୁର୍‌, ହରିୟାଣା, କେରଳର ବିଭିନ୍ନ ଆସବାବପତ୍ରଗୁଡ଼ିକ ମେଳାର ଭିଡକୁ ଦ୍ୱିଗୁଣିତ କରାଉଛି।
ସୂଚନାଯୋଗ୍ୟ, ଉକ୍ତ ମେଳା ପରିସରରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରର ପ୍ରୋମୋସନ କରାଯାଉଛି। ବିଶେଷ କରି ରିଲିଜ ହେବାକୁ ଥିବା ବା ନିକଟରେ ରିଲିଜ ହୋଇଥିବା ଓଡ଼ିଆ ସିନେମାର କଳାକାରମାନଙ୍କୁ ନେଇ ଉକ୍ତ ମଞ୍ଚରେ ସମ୍ପୃକ୍ତ ସିନେମାର ପ୍ରଚାର ପ୍ରସାର କରାଯାଉଛି। ମେଳାର ୧୦ମ ସନ୍ଧ୍ୟାରେ ଜିତେଶ ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଟି-ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri