ଆକୃଷ୍ଟ କରାଉଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୩୦।୫: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଜନତା ମଇଦାନ ଠାରେ ୮ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସାଙ୍ଗକୁ ଗ୍ଲୋବାଲ ବିଜନେସ୍‌ କାର୍ନିଭାଲ ଆୟୋଜିତ ହେଉଛି। ଉଲ୍ଲେଖଯୋଗ୍ୟ ୨୦୨୩ ମେ ୧୯ରୁ ୨୯ ପର୍ଯ୍ୟନ୍ତ ଉକ୍ତ ମେଳାର ଆୟୋଜନ ହୋଇଥିବା ବେଳେ ବର୍ତ୍ତମାନ ସମୟର ପାଗ ଓ ଗ୍ରାହକଙ୍କ ଚାହିଦା ଏବଂ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ଉକ୍ତ ମେଳା ଆଉ ୬ ଦିନ ବଢାଇ ଦିଆଯାଇଛି। ଫଳରେ ଉକ୍ତ ମେଳା ମେ ୨୯ ପରିବର୍ତ୍ତେ ଜୁନ୍‌ ୪ ତାରିଖ ଦିନ ଶେଷ ହେବ ବୋଲି ଆୟୋଜକ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ସୁଜିତ ଗୁପ୍ତା ଓ ନିର୍ଦ୍ଦେଶିକା ପାୟଲ ଗୁପ୍ତା ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ବିଶେଷ କରି ଗୋଟିଏ ସ୍ଥାନରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସାମଗ୍ରୀ ସାଙ୍ଗକୁ ସ୍ବଦେଶୀ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ରହୁଛି। ଏପରିକି ସବୁ ବର୍ଗର ଗ୍ରାହକ ମେଳାରେ କିଣାକିଣି ଓ ମନୋରଞ୍ଜନ ସହିତ ଭଳିକି ଭଳି ଖାଦ୍ୟର ମଧ୍ୟ ମଜା ଉଠାଉଛନ୍ତି।
ଅପରପକ୍ଷରେ ମେଳା ପରିସରରେ ମୋଟ ୧୩ଟି ଏସି ହ୍ୟାଙ୍ଗର ଉପଲବ୍ଧ ରହିଛି। ପ୍ରତି ହ୍ୟାଙ୍ଗରରେ ଉଭୟ ଓ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବ୍ୟବସାୟୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ବିଶେଷ କରି ବାଂଲାଦେଶୀ ଶାଢ଼ି, ଦୁବାଇ ସୁଟ, ଥାଇଲାଣ୍ଡ କୁର୍ତ୍ତି ଓ ମହିଳା ଉପାଦାନ ସହ ଆଫଗାନିସ୍ତାନର ଶୁଦ୍ଧ ଓ ବିଭିନ୍ନ ପ୍ରକାରର ଡ୍ରାଏ ଫୁ୍ରଡ୍‌ସ ଓ କେରଳର ବାନାନା ଚିପ୍ସ, ଇରାନି କାର୍ପେଟ ଏବଂ ଡିଜାଇନର ଲାଇଟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ସେହିଭଳି ମାଲେସିଆର ଜଳ ଫୁଆରା ସମେତ ବିଭିନ୍ନ ପ୍ରକାରର ଘର ସାଜସଜ୍ଜା ଓ ଆସବା ପତ୍ରର ବିସ୍ତୃତ ଚାହିଦା ସାଙ୍ଗକୁ ହାଇଦ୍ରାବାଦର ଫ୍ୟାନ୍ସ ଫର୍ନିଚର ଓ କୋଲକାତାର ସୋଫା-ବେଡର ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏପରିକି ଆସାମରୁ ଆସିଥିବା ଡିଜାଇନର ବାମ୍ବୁ କ୍ରକରୀ ଓଜନରେ ବିକ୍ରି ହେଉଥିବାରୁ ଗ୍ରାହକମାନେ କାମ ଦାମରେ ଅଧିକ ସାମଗ୍ରୀ ପାଇପାରୁଛନ୍ତି। ସେହିପରି ରାଜସ୍ଥାନରୁ ଆସିଥିବା ଡିଜାଇନର ଓ ଫ୍ୟାନ୍ସି ଗାର୍ମେଣ୍ଟ, ଦିଲ୍ଲୀ ଓ ପଞ୍ଜାବର ସର୍ବପୁରାତନ ସାମଗ୍ରୀର ସମ୍ଭାର ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରୁଛି, ଭାଗଲପୁର୍‌, ହରିୟାଣା, କେରଳର ବିଭିନ୍ନ ଆସବାବପତ୍ରଗୁଡ଼ିକ ମେଳାର ଭିଡକୁ ଦ୍ୱିଗୁଣିତ କରାଉଛି।
ସୂଚନାଯୋଗ୍ୟ, ଉକ୍ତ ମେଳା ପରିସରରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରର ପ୍ରୋମୋସନ କରାଯାଉଛି। ବିଶେଷ କରି ରିଲିଜ ହେବାକୁ ଥିବା ବା ନିକଟରେ ରିଲିଜ ହୋଇଥିବା ଓଡ଼ିଆ ସିନେମାର କଳାକାରମାନଙ୍କୁ ନେଇ ଉକ୍ତ ମଞ୍ଚରେ ସମ୍ପୃକ୍ତ ସିନେମାର ପ୍ରଚାର ପ୍ରସାର କରାଯାଉଛି। ମେଳାର ୧୦ମ ସନ୍ଧ୍ୟାରେ ଜିତେଶ ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଟି-ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?