ଘରେ କରନ୍ତୁ ପ୍ରାକୃତିକ ରଙ୍ଗ

ରାସାୟନିକ ରଙ୍ଗରେ ହୋଲି ଖେଳିରେ ତାହା ତ୍ୱଚାର ବହୁ କ୍ଷତି କରିଥାଏ। ତେଣୁ ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ଆଉ ଏଥିପାଇଁ ନିଜେ ଘରେ ତିଆରି କରନ୍ତୁ ପ୍ରାକୃତିକ ରଙ୍ଗ।
ହଳଦିଆ-ପ୍ରାକୃତିକଭାବେ ହଳଦିଆ ରଙ୍ଗ ତିଆରି କରିବା ପାଇଁ ଏକ ଭାଗ ହଳଦୀରେ ଦୁଇ ଭାଗ ବେସନ ମିଶାଇ ଅବିର ଭଳି ରଙ୍ଗ ତିଆରି କରନ୍ତୁ। ଏହା ବ୍ୟତୀତ ଗେଣ୍ଡୁ ଫୁଲ ଏବଂ ଡାଲିଆ ଫୁଲକୁ ଭଲଭାବେ ଶୁଖାଇ ଗୁଣ୍ଡ କରି ହଳଦିଆ ରଙ୍ଗ ତିଆରି କରିପାରିବେ।
ଲାଲ-ମନ୍ଦାର ଫୁଲକୁ ଭଲ ଭାବେ ଶୁଖାଇ ଗୁଣ୍ଡ କରିଦେଲେ ଲାଲ ରଙ୍ଗ ହୋଇପାରିବ। ସେହିପରି ଚାଇନା ରୋଜ୍‌ ବ୍ୟବହାର କରି ବି ଲାଲ ରଙ୍ଗ କରିହେବ। ଲାଲ୍‌ ଚନ୍ଦନରେ ଚାଉଳ ଗୁଣ୍ଡ ମିଶାଇ ଲାଲ୍‌ ରଙ୍ଗ ପ୍ରସ୍ତୁତ କରିପାରିବେ। ଆପଣଙ୍କୁ ଯଦି ପାଣି ରଙ୍ଗ ପସନ୍ଦ ହୋଇଥାଏ ତେବେ ଡାଳିମ୍ବ ଚୋପାକୁ ସିଝାଇ ତାର ପାଣିକୁ ଲାଲ ରଙ୍ଗଭାବେ ବ୍ୟବହାର କରିପାରିବେ।
ସବୁଜ-ପାଳଙ୍ଗ, ନିମ୍ବ ଆଦି ବିଭିନ୍ନ ପ୍ରକାରର ସବୁଜ ପତ୍ରକୁ ଗୁଣ୍ଡ କରି ଏହି ରଙ୍ଗ ତିଆରି କରନ୍ତୁ। ମେହେନ୍ଦୀ ପାଉଡରରେ ମଧ୍ୟ ସବୁଜ ରଙ୍ଗ ତିଆରି କିରପାରିବେ।
ମାଜେଣ୍ଟା-ବିଟ୍‌କୁ ଛୋଟ ଛୋଟ କାଟି ତାକୁ ସାରା ରାତି ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ବିଟକୁ ଛାଣି ମାଜେଣ୍ଟା ରଙ୍ଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri