Posted inଜାତୀୟ

ସହଜରେ ବୁଝିହେବା ଭଳି ରାୟ ଦିଅ

ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ ହାଇକୋର୍ଟ ବିଚାରପତିମାନେ ଦେଉଥିବା ରାୟକୁ ସେମାନେ ଏପରି ଢଙ୍ଗରେ ଲେଖିବା ଉଚିତ, ଯାହାକୁ ସହଜରେ ପଢ଼ି ବୁଝି ହେଉଥିବ। ରାୟ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଓ ସଂକ୍ଷିପ୍ତ ହେବା ଆବଶ୍ୟକ। ଏହାର ନିଷ୍କର୍ଷ ରେକର୍ଡ ଆଧାରିତ ଯୁକ୍ତିସଙ୍ଗତ ହୋଇଥିବା ଦରକାର ବୋଲି ହାଇକୋର୍ଟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।
କେତେକ ହାଇକୋର୍ଟର ବିଚାରପତିମାନେ ଲେଖୁଥିବା ରାୟକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଚାରପତିମାନେ ଏପରି ରାୟ ଦେବା ଉଚିତ ଯେମିତି କି ତାହା ସ୍ପଷ୍ଟ ଭାବେ ବୁଝି ହେଉଥିବ। ତାହା ଆଇନ ଓ ତଥ୍ୟ ସମ୍ବଳିତ ସଂକ୍ଷିପ୍ତ ରାୟ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଉତ୍ତର ପ୍ରଦେଶର ୫ ଦୋଷୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଜାମିନ ଦେଇଥିଲେ। ଶକୁନ୍ତଳା ଶୁକ୍ଳା ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ରାୟରେ କୌଣସି ସ୍ପଷ୍ଟତା ନ ଥିବା ଦର୍ଶାଇ ତାକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବିଚାରପତିମାନେ ନିଜ ରାୟରେ ଯାହା ଜଣାଇବାକୁ ଚାହୁଁଛନ୍ତି, ତାକୁ ପ୍ରଶଂସା କରିହେଉନାହିଁ। ମାମଲାର ପୁନର୍ବିଚାର ପାଇଁ ଶୀର୍ଷ ଅଦାଲତ ରେସ୍‌ ରେକର୍ଡ ମଗାଇବାକୁ ବାଧ୍ୟ ହେଉଛନ୍ତି।
ବିଚାରପତିମାନଙ୍କ ଉପରେ ମାମଲାର ବୋଝ ଅଧିକ ଥାଇପାରେ ବୋଲି ସୁପ୍ରିମକୋର୍ଟ ସହମତ ହୋଇଛନ୍ତି। କିନ୍ତୁ ତା’ ସହ କହିଛନ୍ତି, ପରିମାଣ ପାଇଁ ଗୁଣବତ୍ତାକୁ ବଳି ଦିଆଯାଇପାରିବ ନାହିଁ। ରାୟ କିପରି ଲେଖାଯିବା ଦରକାର ଓ ସେଥିରେ କ’ଣ ରହିବା ଉଚିତ ତାହା ବି ସୁପ୍ରିମକୋର୍ଟ ବୁଝାଇବେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଖଣ୍ଡପୀଠ ଆହୁରି କହିଛନ୍ତି, ଏକ ରାୟ ବୋଧଗମ୍ୟ, ବ୍ୟବସ୍ଥିତ ଓ ଯୁକ୍ତିସଙ୍ଗତ ହେବା ଉଚିତ। ଏହାକୁ ପଢ଼ିଲେ ଆଇନଗତ ସିଦ୍ଧାନ୍ତ ଆଧାରରେ ଏକ ଯୁକ୍ତିଯୁକ୍ତ ନିଷ୍କର୍ଷରେ ପହଞ୍ଚତ୍ ହେଉଥିବା ଦରକାର। ଖଣ୍ଡପୀଠ ଆହୁରି କହିଛନ୍ତି, ଜଜ୍‌ମେଣ୍ଟର ଅର୍ଥ ହେଉଛି ଏକ ନ୍ୟାୟିକ ମତ, ଯାହା ସମ୍ପୃକ୍ତ ମାମଲାର କାହାଣୀକୁ ବୟାନ କରିଥାଏ। ମାମଲା କ’ଣ ଏବଂ କୋର୍ଟ ତାକୁ କିପରି ଓ କାହିଁକି ଫଇସଲା କରୁଛନ୍ତି, ସେସବୁ ରାୟରୁ ହିଁ ଜଣାପଡ଼ିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri