ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, କଂଗ୍ରେସର ବରିଷ୍ଠ ନେତା ଆପଲସ୍ୱାମୀ କାଡ୍ରାକା ଓ ଭାଜପାର ବସନ୍ତ ଉଲାକାଙ୍କୁ ପଛରେ ପକାଇ ଦେଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା । ନିର୍ବାଚନରେ ୫୨୮୪୪ ଖଣ୍ଡ ଭୋଟ ପାଇ ବିଜେଡ଼ି ପ୍ରାର୍ଥି ଲାଲବିହାରୀ ହିମିରିକାଙ୍କୁ ୪୮୭୦ଭୋଟରେ ପରାସ୍ତ କରିଥିଲେ ।

ଏହାପୂର୍ବରୁ ସେ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥି ହୋଇ ୬୧୩୪୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ରହି ବିଜେଡ଼ି ପ୍ରାର୍ଥି ଲାଲ ବିହାରୀ ହିମିରିକାଙ୍କ ଠାରୁ ୮୨୮୬ ଭୋଟରେ ପରାସ୍ତ ହୋଇଥିଲେ । ତେବେ ୨୦୧୯ରେ ବିଧାୟକ ହେବା ପରେ କିନ୍ତୁ ପରବର୍ତି ସମୟରେ ଦଳରେ ସାମିଲ ହୋଇନଥିଲେ ମଧ୍ୟ ବିଜେଡ଼ି ଶିବିରରେ ଦେଖିବାକୁ ମିଳିଥିଲା ମକରନ୍ଦଙ୍କୁ । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥି ହେବା ନେଇ ବିଜେଡ଼ି କର୍ମୀ ମହଲରେ ଚର୍ଚ୍ଚା ମଧ୍ୟ ଉଠିଥିଲା ।

ତେବେ ବର୍ତମାନ ଆଗାମୀ ସାଧାରଣ ନିର୍ବାଚନରେ ମକରନ୍ଦଙ୍କୁ ପଛରେ ପକାଇ ବିଜେଡ଼ିରୁ ପ୍ରାର୍ଥିନୀ ହୋଇଛନ୍ତି ଅନୂସୟା ମାଝି । ଯାହାଫଳରେ ବର୍ତମାନ ମକରନ୍ଦଙ୍କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଚା’ ଖଟି ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ନିର୍ବାଚନ ଆଲୋଚନାରେ ଗୋଟିଏ କଥା ଆଲୋଚନା ଧରିଛି ଯେ, ଏଥର କଣ କରିବେ ମକରନ୍ଦ । ବିଜେଡ଼ି ପ୍ରାର୍ଥିଙ୍କୁ ସମର୍ଥନ କରିବେ ନା ସ୍ୱାଧୀନ ଭାବେ ଲଢ଼ିବେ । ଅନ୍ୟପଟେ ଅନୂସୟାଙ୍କୁ ପ୍ରାର୍ଥି ଘୋଷଣା କରିବା ପରେ ଦଳରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ତୀବ୍ର ବିରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି ।

ପ୍ରାର୍ଥି ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ନିର୍ବାଚନମଣ୍ଡଳୀର କର୍ମୀ, ଦଳୀୟ ନେତା ଓ ନିର୍ବାଚିତ ପ୍ରତିନିଧି । ବର୍ତମାନ ଅନୂସୟାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିବାରୁ ମକରନ୍ଦ ଏହାର ଲାଭ ଉଠାଇବାକୁ ପୁଣି ଥରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏନେଇ ମକରନ୍ଦଙ୍କୁ ପଚାରିବାରୁ ଜନସାଧାରଣ ଓ ସମର୍ଥକ ଚାହିଁଲେ ଜନମାନସ ସେବା ପାଇଁ ପୁଣି ଥରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri