ଏହି କାରଣରୁ ଭାଜପାରେ ଯୋଗଦେଲେ ଆକାଶ ଦାସନାୟକ: ନିଜେ କଲେ ଖୁଲାସା

ଭୁବନେଶ୍ୱର,୩୧।୮: କୋରେଇ ବିଧାୟକ ତଥା ଓଲିଉଡ ଅଭିନେତା ଆକାଶ ଦାସନାୟକ ରବିବାର ଭାଜପାରେ ସାମିଲ ହୋଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଆକାଶ ଯୋଗ ଦେଇଛନ୍ତି। ଆକାଶଙ୍କ ସମର୍ଥକ ମଧ୍ୟ ଭାଜପାରେ ମିଶିଥିଲେ। ଶନିବାର କାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ।
ଭାଜପାରେ ଯୋଗଦେବା ପରେ ଆକାଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଆହ୍ବାନରେ ଅନୁପ୍ରାଣିତ ହୋଇ ମୁଁ ଏହି ଦଳରେ ସାମିଲ ହୋଇଛି। ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ। ମାଆ, ମାଟି ଓ ସ୍ବାଭିମାନ ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ। ଆମେ ସମସ୍ତେ ଜଣେ ଜଣେ ସୈନିକ ଭାବେ ଏ ସଂଗ୍ରାମ ଜାରି ରଖିବା। ମୁଁ ଆତ୍ମ ସମ୍ମାନକୁ ଦଳିଦେବା ଅପେକ୍ଷା ଓଡିଶାର ବିକାଶ ପାଇଁ ଭାଜପାରେ ସାମିଲ ହୋଇଛି ବୋଲି ଆକାଶ କହିଛନ୍ତି।
ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଆକାଶ ଅନ୍ତରଆତ୍ମାର ସ୍ବର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ବାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଥିଲେ। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଆକାଶ ଯାଜପୁର ଜିଲା କୋରେଇ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

କ୍ରିକେଟରୁ ଅଚାନକ ସନ୍ନ୍ୟାସ ନେଇ ଚମକାଇଦେଲେ ଏହି ଖେଳାଳି, ୧୧ ବର୍ଷର କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡ କ୍ରିକେଟ ଦଳର ସୁପରଷ୍ଟାର ବ୍ୟାଟର୍ସଙ୍କ କଥା ଉଠିଲେ ସର୍ବପ୍ରଥମେ ଜୋ ରୁଟ୍‌ଙ୍କ ନାମ ଆସିଥାଏ। ଜୋ ରୁଟ୍‌ଙ୍କ ସାନ ଭାଇ ବିଲି ରୁଟ୍‌ ମଧ୍ୟ…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଆସନ୍ତା ୧୨ ଘଣ୍ଟା ଯାଏ…

ନୂଆଦିଲ୍ଲୀ,୨୪।୯: ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଥିବା ଗଭୀର ଅବପାତ (Deep Depression) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ…

ମଙ୍ଗଳ-ବୃହସ୍ପତିଙ୍କ ନୀଚଭଙ୍ଗ ରାଜଯୋଗ: ଅକ୍ଟୋବର ପହିଲାରୁ ମାଲାମାଲ ହେବେ କନ୍ୟା ସମେତ ୪ ରାଶି, ଧନଲାଭର ପ୍ରବଳ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନର ବିଶେଷ ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ। ବର୍ତ୍ତମାନ ମଙ୍ଗଳ ନିଜର ନୀଚ ରାଶି କର୍କଟରେ ଗୋଚର କରୁଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?