ଇରାନ ରିଭଲ୍ୟୁଶନାରି ଗାର୍ଡ ଉପରେ ଆମେରିକାର ବଡ଼ ଆକ୍ରମଣ

ଦୁବାଇ,୧୯ା୭: ଜୋର୍ଡାନରେ ଇରାନର ମିଶାଇଲ ଆକ୍ରମଣରେ ୨ ଜଣ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଏହାର ଜବାବରେ ଓ୍ବାଶିଂଟନ ରବିବାର ଇରାନ ଅର୍ଦ୍ଧସାମରିକ ବାହିନୀ ରିଭଲ୍ୟୁଶନାରି ଗାର୍ଡ ଉପରେ ଜୋର୍‌ଦାର ଆକ୍ରମଣ କରିଛି।

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନିୟନ୍ତ୍ରଣକୁ ନେଇ ସପ୍ତାହେରୁ ଊର୍ଦ୍ଧ୍ୱ ହେଲା ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ଇରାନର ବ୍ରିଜ୍‌, ବିଦ୍ୟୁତ୍‌ ପ୍ରକଳ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ଉପରେ ଆକ୍ରମଣ କରୁଥିବାବେଳେ ତେହରାନ୍‌ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ଆକ୍ରମଣ ଚଳାଇଛି।

କୁଏଟ୍‌ର ପାଓ୍ବାର ପ୍ଲାଣ୍ଟ ଏବଂ ଲବଣ ଜଳକୁ ମଧୁର ଜଳରେ ପରିଣତ କରୁଥିବା ଡିସାଲାଇନେଶନ ପ୍ଲାଣ୍ଟ ଉପରେ ତେହରାନ୍‌ ଆକ୍ରମଣ କରିଥିବାରୁ ଏହା ସେଠାର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଏଥିସହିତ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ), ବାହାରିନ୍‌, ଜୋର୍ଡାନ ଉପରେ ଇରାନ ଆକ୍ରମଣ ଚଳାଇଛି। ଫଳରେ ଯୁଦ୍ଧ ବନ୍ଦ ଲାଗି ଗତ ମାସରେ ସ୍ବାକ୍ଷର ହୋଇଥିବା ଅନ୍ତରୀଣ ଚୁକ୍ତିନାମା ଅକାମୀ ହୋଇଯାଇଛି ଏବଂ ପୁଣିଥରେ ସମ୍ପୂର୍ଣ୍ଣ ଯୁଦ୍ଧ ହେବା ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମୁଖ୍ୟାଳୟରୁ ଡିଜିପିଙ୍କ ମୃତଦେହ ଉଦ୍ଧାର, କାରଣ ଜାଣିଲେ….

ଅଗରତାଲା,୨୦।୭: ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଖବର ପୋଲିସ…

ଧୂଷୁରୀ ଅଞ୍ଚଳରେ ରହସ୍ୟମୟ ମୃତ୍ୟୁ: ନାଳରେ ଭାସୁଛି ଅଜଣା ମୃତଦେହ

ଧାମନଗର,୨୦ା୭(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧୀନ ବୟାଙ୍ଗଡିହି ପଞ୍ଚାୟତର ନୂଆଗାଁ ବଜାର ନିକଟସ୍ଥ ଏକ ନାଳରୁ ସୋମବାର ସକାଳେ ଜଣେ…

ମେସିଙ୍କ ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡ

ନ୍ୟୁୟର୍କ, ୨୦।୭: ଆର୍ଜେଣ୍ଟିନାର ଲିଓନେଲ ମେସି ସ୍ପେନ ବିପକ୍ଷ ଫାଇନାଲରେ ଦୁଇଟି ସ୍ବତନ୍ତ୍ର ବିଶ୍ୱକପ୍‌ ରେଡର୍କର ଅଧିକାରୀ ହୋଇଛନ୍ତି। ବିଶ୍ୱକପ୍‌ ବେଳେ ୩୯ ବର୍ଷରେ ପଦାର୍ପଣ କରିଥିବା…

ଅବସର ଗୁଜବକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, ଲର୍ଡସ ମ୍ୟାଚ ପରେ ସେ କହିଲେ…

ନୂଆଦିଲ୍ଲୀ,୨୦।୭: ଗତ କିଛି ଦିନ ଧରି ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପରେ ରୋହିତ ଶର୍ମାଙ୍କୁ ବାଦ ଦିଆଯିବ ବୋଲି କଳ୍ପନାଜଳ୍ପନା ମୁଖ୍ୟ ସ୍ଥାନ ପାଇଛି। ବିସିସିଆଇ…

ପ୍ରେମିକଙ୍କୁ ନିର୍ମମ ହତ୍ୟା: ଶବକୁ ପଚାଇବା ପାଇଁ ୨୪ ଘଣ୍ଟା ପାଣିରେ ବୁଡ଼ାଇ ରଖିଲେ ପ୍ରେମିକା, ତାପରେ…

ମୁମ୍ବାଇ,୨୦।୭: ମହାରାଷ୍ଟ୍ରର ଥାଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।…

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

FIFA World Cup 2026 Prize Money: ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ ହେବା ପରେ କେତେ ପୁରସ୍କାର ରାଶି ପାଇଲା ସ୍ପେନ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନ୍ୟୁୟର୍କ,୨୦।୭: ସ୍ପେନ ଅତିରିକ୍ତ ସମୟରେ ଏକ ଗୋଲ ଦେଇ ଆର୍ଜେଣ୍ଟିନାକୁ ପରାସ୍ତ କରି ଫିଫା ବିଶ୍ୱକପ 2026 ଟାଇଟଲ ହାସଲ କଲା। ଏହି ବିଜୟ ସହିତ, ସ୍ପେନ…

ମେଟଲାଇଫରେ ପୁଣି ଭାଙ୍ଗିଲା ମେସିଙ୍କ ମନ: ମନେପଡିଲା ୨୦୧୬, ଶେଷ ହେଲା ଦ୍ୱିତୀୟ ବିଶ୍ୱକପ ଟାଇଟଲର ସ୍ବପ୍ନ

ନ୍ୟୁୟର୍କ,୨୦।୭: ନ୍ୟୁ ଜର୍ସିର ମେଟଲାଇଫ ଷ୍ଟାଡିୟମ ପୁଣି ଥରେ ଲିଓନେଲ ମେସିଙ୍କ କ୍ୟାରିୟରର ସବୁଠାରୁ ଭାବପ୍ରବଣ ଅଧ୍ୟାୟ ପାଇଁ ସ୍ଥାନ ପାଇଲା। ଦଶ ବର୍ଷ ପୂର୍ବେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri