Posted inଜାତୀୟ

ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ: ୮ ଜୀବନ ଗଲା

ଗାନ୍ଧୀନଗର,୯।୮:ଗୁଜରାଟର ଆମରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହାତଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଭୋର ୩ଟାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଆମରେଲି ପୋଲିସ ଅଧୀଧ୍ୟକ ନିର୍ଲିପ୍ତ ରାୟ କହିଛନ୍ତି ଯେ, ଡ୍ରାଇଭର୍‌ଙ୍କୁ ହଠାତ୍‌ ନିଦ ଆସିଯାଇଥିବାରୁ ସେ ନିୟନ୍ତ୍ରଣ ହରାଇ ଦେଇଥିଲେ। ରାସ୍ତାକଡରେ ୧୦ ଲୋକ ଶୋଇଥିବାବେଳେ ଟ୍ରକଟି ମାଡିଯାଇଥିଲା। ମୃତକ ୮ ଜଣଙ୍କ ମଧ୍ୟ ୧୩ ବର୍ଷର ୨ ପିଲା ମଧ୍ୟ ସାମିଲ ଅଛନ୍ତି। ପୋଲିସ ଏବେ ଡ୍ରାଇଭରଙ୍କୁ ଗିରଫ କରିଥିବାବେଳେ ଟ୍ରକ୍‌କୁ ଜବତ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶୋକ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ପାକିସ୍ତାନ: ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୯।୯: ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି ପାକିସ୍ତାନ, ପୁଣି ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଗୁରୁବାର କଠୁଆ ଜିଲାର ହିରାନଗର ସେକ୍ଟରରେ...

ପାହାଡ଼ରୁ ଏବେ ବି ଖସୁଛି ପଥର, ଅଟକିଛି ଉଦ୍ଧାର କାର୍ଯ୍ୟ

କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ...

ଚାଇନା ଗୋଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ

ନୂଆଦିଲ୍ଲୀ,୨୧।୯(ପି.ଟି.): ଚାଇନା ଗୋଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ରାଜୀବ ଶର୍ମା...

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପ୍ରତିକ୍ରିୟା ରଖିଲେ ଅଖିଳେଶ

ଲକ୍ଷ୍ନୌ,୧୦।୭: ଉତ୍ତରପ୍ରଦେଶ କାନପୁର ବିକରୁ ଗାଁରେ ୮ଜଣ ପୋଲିସକର୍ମଚାରୀଙ୍କ ହତ୍ୟା ପଛରେ ଥିବା ମାଷ୍ଟର ମାଇଣ୍ଡ ବିକାଶ ଦୁବେଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ...

୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ...

ପୁଣି ଘନେଇଲା ଆତଙ୍କ, ଦୈନିକ ମୃତ୍ୟୁସଂଖ୍ୟା ୧,୩୭୩…

ନୂଆଦିଲ୍ଲୀ, ୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ଇମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନ୍‌ସନ

ମୁମ୍ବାଇ, ୨୬ା୬: ଇମର୍ଜେନ୍ସି ସମୟରେ ଗିରଫ ହୋଇ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ସକ୍ରିୟ ମାମଲା ୨୦ ହଜାର ଟପିଲା…

ନୂଆଦିଲ୍ଲୀ, ୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week