ଦିବ୍ୟାଙ୍ଗ ଭାଇଙ୍କୁ ପରିଚୟ ଦେଇଛି ଚିତ୍ରକଳା

କଟକ ଅଫିସ,୯।୮: କଟକ ଯୋବ୍ରା ମଲ୍ଲାସାହି ଅଞ୍ଚଳର ଦୁଇଭାଇ ଶ୍ରୀହର୍ଷ ଶୁକ୍ଲା ଓ ସିଦ୍ଧାର୍ଥ ଶୁକ୍ଲା। ଜନ୍ମରୁ ସେମାନେ କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ। ଠାର ମାଧ୍ୟମରେ ସମସ୍ତଙ୍କ ଭାବନା ବୁଝିପାରନ୍ତି। ଏବେ ଏହି ଦୁଇ ଦିବ୍ୟାଙ୍ଗ ଭାଇଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ଚିତ୍ରକଳା। ସେମାନେ ପଟ୍ଟଚିତ୍ର, ମର୍ଡନ୍‌ ଆର୍ଟ, କୋଲାର୍ଜ ଆର୍ଟରେ ନିଜର ନିଆରା ପ୍ରତିଭା ଦେଖାଇଛନ୍ତି। ଦେଶବିଦେଶରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଜନ୍ମ ହେବାର କିଛି ମାସ ପରେ ଶ୍ରୀହର୍ଷ ଓ ସିଦ୍ଧାର୍ଥ ଦିବ୍ୟାଙ୍ଗ ବୋଲି ମା’ବାପା ଜାଣିବା ପରେ ଅନେକ ସ୍ଥାନରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ୪ବର୍ଷ ବୟସରୁ ସେମାନଙ୍କର ଚିତ୍ରକଳା ପ୍ରତିଭା ବାରି ହୋଇପଡିଥିଲା। କାଗଜରେ ସୁନ୍ଦର ଚିତ୍ର ଆଙ୍କୁଥିବା ଦେଖି ମାଆ କଲ୍ୟାଣୀ ମହାପାତ୍ର ସେମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ। ଏଥିପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦେଇଥିଲେ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ସେମାନେ ଗୁରୁ ଗଣେଶ୍ୱର ବାରିକଙ୍କଠାରୁ ଚିତ୍ର ଶିଖିବା ଆରମ୍ଭ କରିଥିଲେ। ଉଭୟଙ୍କ ଆକର୍ଷଣୀୟ ଚିତ୍ର ଦେଖି ସ୍ଥାନୀୟ ଲୋକଙ୍କ ପ୍ରଶଂସା ସେମାନଙ୍କୁ ଆହୁରି ପ୍ରେରଣା ଦେଇଥିଲା। ଏହାପରେ ଦୁଇଭାଇ ଅନେକ ଥର ଆଞ୍ଚଳିକ ଓ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ୧୯୯୨ ମସିହାରେ ଦିଲ୍ଲୀର ଭେରି ସ୍ପେଶାଲ ଆଟର୍‌ସ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ଅନେକ ପ୍ରଶଂସା ସାଉଁଣ୍ଟିଥିଲେ। ସେଠାରେ ଆମେରିକାର ଜଣେ ମହିଳା ଫଟୋଗ୍ରାଫର ସେମାନଙ୍କ ଚିତ୍ରକଳାରେ ପ୍ରଭାବିତ ହୋଇ ଆମେରିକାରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରଦର୍ଶନୀରେ ଅଶଂଗ୍ରହଣ କରିବାକୁ କହିଥିଲେ। ଫଳରେ ଦୁଇଭାଇ ଆମେରିକାର ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ନିଜ ପ୍ରତିଭା ଦେଖାଇ ବହୁ ପୁରସ୍କାର ହାସଲ କରିଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ କୋଲାର୍ଜ ଆର୍ଟ ବିଦେଶୀଙ୍କ ମନକୁ ବେଶ୍‌ ଆକୃଷ୍ଟ କରିଥିଲା। ଏଥିସହ ସେମାନେ ମୁମ୍ବାଇ, ରାଜସ୍ଥାନ, ଫ୍ରାନ୍ସ, ନେପାଳ ଭଳି ଅନେକ ସ୍ଥାନ ଭ୍ରମଣ କରି ସେଠାକର ଦୃଶ୍ୟକ ନିଜ କ୍ୟାମେରାରେ କଏଦ କରିଥାନ୍ତି। ପରେ ସେହି ଫଟୋକୁ ନେଇ ଚିତ୍ର ଆଙ୍କିଥାନ୍ତି। ଏପର୍ଯ୍ୟନ୍ତ ଶ୍ରୀହର୍ଷ ଓ ସିଦ୍ଧାର୍ଥ ଦେଶବିଦେଶରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ୭୦ରୁ ଊର୍ଦ୍ଧ୍ୱ ଥର ପୁରସ୍କୃତ ହୋଇଛନ୍ତି। ଶ୍ରୀହର୍ଷ ଏବେ କଟକ ରେଲୱେ ସେଟଲମେଣ୍ଟ ହାଇସ୍କୁଲ ଓ ସିଦ୍ଧାର୍ଥ ଯୋବ୍ରା ମ୍ୟୁନିସିପାଲ ହାଇସ୍କୁଲରେ ଆର୍ଟ ଟିଚର ଭାବେ କାର୍ଯ୍ୟ କରୁଛନ୍ତି।
ଶ୍ରୀହର୍ଷ ଓ ସିଦ୍ଧାର୍ଥଙ୍କ କହିବା ଅନୁଯାୟୀ, ଦେଶବିଦେଶରେ ସେମାନଙ୍କ ଚିତ୍ରକଳାର ଚାହିଦା ଅଧିକ ରହିଛି। ସେମାନେ ପ୍ରସ୍ତୁତ କରିଥିବା ଚିତ୍ରଗୁଡିକ ଆମେରିକାରେ ଅଧିକ ମାତ୍ରାରେ ବିକ୍ରି ହୋଇଥାଏ ା ଦିବ୍ୟାଙ୍ଗ ହେବାର ଦୁଃଖକୁ ସେ କେବେ ଅନୁଭବ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri