ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ଖୋଲିଲେ ଗୁମର

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ପଥରପାଟଣା ଗଁାରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଫିଟିଛି। ପରକୀୟାରୁ କଟକ ଜିଲା ଲାଲବାଗ୍‌ ଥାନା ସତୀଚଉରା ମହାନ୍ତିପଡ଼ାର ଶୈଳେନ୍ଦ୍ରନାଥ ଜେନାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପଥରପାଟଣା ଗଁାର ଦୀପୁ ସାହୁ ଓ ତାଙ୍କ ବାପା ତଥା ଅନ୍ୟତମ ଅଭିଯୁକ୍ତ ଭାବ ସାହୁ ଫେରାର ହୋଇଯାଇଛନ୍ତି। ପୋଲିସ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୀପୁଙ୍କ ସ୍ତ୍ରୀ ସୁନୀତା ସାହୁ ଏବଂ ସାଙ୍ଗ ସୁରିଆ ସାହୁଙ୍କୁ ଗିରଫ କରିଛି। ପୋଲିସ ସୁନୀତାଙ୍କଠାରୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିବାବେଳେ ସହଯୋଗୀ ସୁରିଆଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌ କରାଇ ପ୍ରମାଣ ନଷ୍ଟର ଗୁମର ପାଇଛି। ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନା, ଡିଏସ୍‌ପି ଦପସ୍ବିନୀ କହଁର, ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରା, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରି ପାଳ ପାଉଁଶ ଗଦା ଓ ପୋଖରୀରୁ ଅନେକ ହାଡ ଜବତ କରିଛନ୍ତି।
ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କ ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ଦୀପୁ ସ୍ତ୍ରୀ ସୁନୀତାଙ୍କ ସହ କଟକରେ ରହି ଦହିବରା ବେପାର କରୁଥିଲେ। ଏହି ସମୟରେ ଶୈଳେନ୍ଦ୍ର ଓ ଦୀପୁଙ୍କ ପରିବାର ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଏଣୁ ଶୈଳେନ୍ଦ୍ର ଦୀପୁଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହାକୁ ଦୀପୁ ପରକୀୟା ଭାବି ସନ୍ଦେହ କରୁଥିଲେ। ଏ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିଲା। ତେଣୁ ଶୈଳେନ୍ଦ୍ରଙ୍କୁ ଜୀବନରେ ମାରିଦେବା ପାଇଁ ପୂର୍ବରୁ ଦୀପୁ ଯୋଜନା କରିଥିଲେ। ଗତ ୩ ତାରିଖରେ ଶୈଳେନ୍ଦ୍ର ତାଙ୍କ ସାଙ୍ଗ ଜୟପ୍ରକାଶଙ୍କ ସହ ପଥରପାଟଣା ଗଁାକୁ ଆସିଥିଲେ। ଏହି ସମୟରେ ଦୀପୁ ଶୈଳେନ୍ଦ୍ରଙ୍କୁ ଅପହରଣ କରି ନେଇ ଘରେ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଶୈଳେନ୍ଦ୍ର ଫେରିବାରେ ବିଳମ୍ବ କରିବାରୁ ଜୟପ୍ରକାଶ ଅତିଷ୍ଠ ହୋଇ ପଳାଇ ଯାଇଥିଲେ। ଶୈଳେନ୍ଦ୍ର ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ସଂଘମିତ୍ରା ମୋବାଇଲ ଫୋନକୁ କଲ୍‌ କରିଥିଲେ। ହେଲେ ଶୈଳେନ୍ଦ୍ରଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଦର୍ଶାଇଥିଲା। କୌଣସି ଖୋଜ ଖବର ନ ମିଳିବାରୁ ସଂଘମିତ୍ରା ଗତ ୪ ତାରିଖରେ କଟକ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ତେବେ ଶୈଳେନ୍ଦ୍ରଙ୍କ ଫୋନ ନୟାଗଡ଼ର ମହିପୁର ଅଞ୍ଚଳରେ ସୁଇଚ ଅଫ୍‌ ହୋଇଥିବା ପୋଲିସ ଫୋନ ଟ୍ରାକିଂ କରି ଜାଣିବାକୁ ପାଇଥିଲା। ଅନ୍ୟପକ୍ଷେ ଜୟପ୍ରକାଶଙ୍କୁ ପଚରାଉଚୁରା ପରେ ସେମାନେ ପଥରପାଟଣା ଗଁାକୁ ଯାଇଥିବା ଜଣାପଡ଼ିଥିଲା। ଫଳରେ ସଂଘମିତ୍ରା ହତ୍ୟା ସନ୍ଦେହ କରି ନୂଆଗଁା ଥାନାରେ ଗତ ୮ ତାରିଖରେ ଅଭିଯୋଗ କରିଥିଲେ। ନୂଆଗଁା ପୋଲିସ ପ୍ରଥମେ ଦୀପୁଙ୍କ ସ୍ତ୍ରୀ ସୁନୀତା ଏବଂ ସାଙ୍ଗ ସୁରିଆଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ଉଭୟେ ହତ୍ୟା ଘଟଣାକୁ ସ୍ବୀକାର କରିଥିଲେ। ୩ ତାରିଖ ରାତିରେ ତାଙ୍କ ପାଖକୁ ଆସିଥିବା ଶୈଳେନ୍ଦ୍ରଙ୍କୁ ଦୀପୁ ପିଟି ପିଟି ମାରିଦେଇଥିବା କଥା ସୁନୀତା ପୋଲିସ ଆଗରେ କହିଥିଲେ। ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ମୃତଦେହକୁ ଦୀପୁ, ସୁରିଆ ଓ ଭାବ ସାହୁ ମିଶି ପୋଡ଼ି ଦେଇଥିଲେ। କିଭଳି ଏବଂ କେଉଁଠାରେ ମୃତଦେହକୁ ପୋଡ଼ାଯାଇଥିଲା, ତାହା ସୁରିଆ ସିନ୍‌ ରିକ୍ରିଏସନ ସମୟରେ ଦେଖାଇଥିଲେ। ସୁରିଆଙ୍କ କହିବା ମୁତାବକ ଶୈଳେନ୍ଦ୍ରଙ୍କୁ ମାରିଦେବା ପରେ ଘର ପଛ ପାଖେ ପୋତିଦେବାର ଯୋଜନା କରାଯାଇଥିଲା। ତେବେ ଘର ନିକଟରେ ପୋତିଲେ ଧରାପଡ଼ିବା ଭୟରେ ସେମାନେ ମୃତଦେହକୁ ବାହାରେ ନଷ୍ଟ କରିବାକୁ ଯୋଜନା କରିଥିଲେ। ତଦନୁଯାୟୀ ନଦୀ ନିକଟ ହରିଡ଼ା ବନ୍ଧ ଗହୀରରେ ଥିବା ପାଳ ଗଦାରେ ମୃତଦେହକୁ ସେମାନେ ପୋଡ଼ି ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଅଧାପୋଡ଼ା ହାଡ଼କୁ ଗୁଣ୍ଡ କରି ହରିଡାବନ୍ଧ ପୋଖରୀରେ ଫୋପାଡି ଦେଇଥିଲେ ବୋଲି ସୁରିଆ କହିଥିବା ଏସ୍‌ପି କହିଛନ୍ତି। ୨୦୨/୨୨ନମ୍ବରରେ ମାମଲା ରୁଜୁ ହୋଇ ୨ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୁଣି ତାଙ୍କୁ ପୋଲିସ ସିନ୍‌ ରିକ୍ରିଏସନ କରିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri