ଏଜିଙ୍କ କୁଶପୁତ୍ତଳିକା ଦାହ, ପୋଲିସକୁ ଦାୟୀକଲେ ଓକିଲ

ସମ୍ବଲପୁର,୧୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସୋମବାର ସମ୍ବଲପୁର କୋର୍ଟ ପରିସରରେ ତୁମୂଳ କାଣ୍ଡ ଘଟିଛି। ଶତାଧିକ ଆନ୍ଦୋଳନକାରୀ କୋର୍ଟ ପରିସରକୁ ଧସେଇ ପଶି ହୋହଲ୍ଲା, ଭଙ୍ଗାରୁଜା କରିଥିଲେ। ପରେ କୋର୍ଟ ପରିସରରୁ ବିଚାରପତିମାନଙ୍କୁ ବାହାର କରିଦେଇଥିଲେ। ଏଭଳି ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ଜିଲା ଓକିଲ ସଂଘ ପୋଲିସର ଅବହେଳାକୁ ଦାୟୀ କରିଛି। ଏହାସହ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛି। ଅନ୍ୟପଟେ ସୁପ୍ରିମକୋର୍ଟ ରାଜ୍ୟ ପୋଲିସର ଅପାରଗତା ନେଇ ଭର୍ତ୍ସନା କରିଛନ୍ତି। ପୋଲିସ ଡିିଜି ଓ ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ପୂର୍ବାହ୍ନରେ ଆନ୍ଦୋଳନକାରୀ କଚେରି ଛକରେ ହାଇକୋର୍ଟ ଆଡ୍‌ଭୋକେଟ ଜେନେରାଲ (ଏଜି) ଅଶୋକ ପରିଜାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହାସହ ରାଜ୍ୟ ସରକାର ଦେଇଥିବା ରିପୋର୍ଟ ସହ ଏଜି ଦାଶ ଦେଇଥିବା ରିପୋର୍ଟର ତାଳମେଳ ରହୁନାହିଁ। ତେଣୁ ଘଟଣା ପାଇଁ ଦାଶଙ୍କୁ ଦାୟୀ କରିଥିଲେ। ଶୀଘ୍ର ସରକାର ନିର୍ବାଚନ କରି ନୂତନ ନିଯୁକ୍ତି କରନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରିଥିଲେ। ବିଚାରପତିମାନଙ୍କୁ ସୁରକ୍ଷା ଦେବା ସମୟରେ ପୋଲିସ ସହିତ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ସମସ୍ତଙ୍କୁ ବାହାର କରି କୋର୍ଟର ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲା।
ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟାରେ ସମ୍ବଲପୁର କଚେରି ଛକରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ କର୍ମୀ, ମହିଳା ସଂଗଠନ, ଛାତ୍ର ପ୍ରତିନିଧି, କିନ୍ନର ସଂଘ, ବିଭିନ୍ନ ବ୍ୟବସାୟିକ ସଂଘ ସମେତ ଶତାଧିକ ଅନୁଷ୍ଠାନ ସାମିଲ ହୋଇଥିଲେ। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ଓ ସ୍ବତନ୍ତ୍ର ରାଜ୍ୟ ଦାବି ନେଇ ନାରାବାଜି କରିଥିଲେ। ଭଜନ, କୀର୍ତ୍ତନ, ଦୁଲଦୁଲି ବାଜା, ସଂପ୍ରଦାରେ କଳାକାରମାନେ ସାମିଲ ହୋଇ କୋର୍ଟ ସମ୍ମୁଖରେ ନାଚଗୀତ କରିଥିଲେ। ଏପଟେ ଆନ୍ଦୋଳନ ଚାଲିଥିବା ବେଳେ କୋର୍ଟ ପଛପଟ ଦେଇ ବିଚାରପତିମାନଙ୍କୁ ପୋଲିସ ସୁରକ୍ଷା ବଳୟରେ କୋର୍ଟ ପରିସରକୁ ନେଇଥିଲା। ଏହା ଜାଣିବା ପରେ ଆନ୍ଦୋଳନକାରୀ ଉତ୍ତ୍ୟକ୍ତ ହୋଇ କୋର୍ଟ ପରିସରକୁ ଧସେଇ ପଶିଥିଲେ। କୋର୍ଟ ବାହାରେ ଓ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଡି ଭଙ୍ଗାରୁଜା, ବାରିକେଟ ଭାଙ୍ଗିବା, ପୋଲିସ ପିସିଆର୍‌ ଭ୍ୟାନ୍‌କୁ ଘେରିଯିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ପରେ ସମସ୍ତ ବିଚାରପତିଙ୍କୁ ପୋଲିସ କଡା ସୁରକ୍ଷା ବଳୟରେ ନେଇ ଆବାସରେ ଛାଡିଥିଲା। କିଛି ସମୟ ପରେ ଆନ୍ଦୋଳନ ଶାନ୍ତ ପଡିଥିଲା। ଜିଲା ଓକିଲ ସଂଘ ଘଟଣାକୁ ନିନ୍ଦା କରି ପ୍ରେସ୍‌ ବିବୃତି ଦେଇଛନ୍ତି। ଏ ସମ୍ପର୍କରେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଘଟଣା ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଭିଡିଓଗ୍ରାଫି ଉପରେ ତଦନ୍ତ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?