ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା ଅଧୀନ ଭାଳିଆବାଡି ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩କେଜି ୬୦୨ଗ୍ରାମ ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ବାଇକ, ନଗଦ ୧୬ହଜାର ୫ଶହ ଟଙ୍କା, ପଞ୍ଚିଙ୍ଗ ମେସିନ ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୃତ୍ୟୁ ୩କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ବୁଧବାର ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି(କେନ୍ଦ୍ରାଞ୍ଚଳ) ଆଶିଷ ସିଂ କହିଛନ୍ତି।ତାଙ୍କ ନାମରେ ପୂର୍ବରୁ ୩ଟି ମାମଲା ରହିଛି।

ଡିଆଇଜି ସିଂ କହିଲେ ଯେ, ବୁଧବାର ଜଟଣୀ ବାଇପାସରେ ପୋଲିସ ତାଙ୍କୁ ଧରିଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ସ୍ବିକାର କରିଛି। ମନୋରଞ୍ଜନ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ। ଗତ ୨୦୧୯ ଜୁନ ମାସରେ ଏସ୍‌ସିଏଫ୍‌ ଟିମ୍‌ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ।

ଖୋର୍ଦ୍ଧାରେ ବ୍ରାଉନସୁଗାର ମାଫିଆ ରାଜା, ସଞ୍ଜୟ ପ୍ରଧାନ ସହ ଏହାର ଲିଙ୍କ ରହିଛି । ଏହି ହତ୍ୟାକାଣ୍ଡରେ ଅନ୍ୟ କେଉଁ ମାନଙ୍କ ହାତ ରହିଛି, ତାହାର ଖୋଲତାଡ ଜାରି ରହିଛି । ଏଥି ସହିତ ବ୍ରାଉନସୁଗାର କାରବାର ପଛରେ ଅନ୍ୟ କେଉଁ ମାନେ ଅଛନ୍ତି, କେଉଁଠି ବେପାର କରୁଛନ୍ତି, ତାହାର ତଦନ୍ତ କରାଯିବ । ମନୋରଞ୍ଜନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ୭ଦିନ ରିମାଣ୍ଡ ଲାଗି ଆବେଦନ କରାଯିବ ବୋଲି ସେ କହିଛନ୍ତି ।

ଡିଆଇଜି ସିଂ କହିଲେ ଯେ,ଏହି ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଧରିବା ଲାଗି ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନାଧିକାରୀ ଅନିତା ସାହୁ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏଥିସହିତ ଏହି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ପେସିଆଲ ଟିମ ଏସପି ଗଠନ କରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ।

ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ସଦର ଏସ୍‌ଡିପିଓ ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri