ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରୁ ପୋଲିସ ଓ ସେନା ମଧ୍ୟ ବାଦ ପଡିନାହାନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହିନ୍ଦା ରାଜପାକ୍‌ସେଙ୍କ ଦେଶ ଛାଡିବା ଉପରେ ରୋକ ଲଗାଇଛନ୍ତି ଶ୍ରୀଲଙ୍କାର ଏକ କୋର୍ଟ।
ଗୁରୁବାର ଶ୍ରୀଲଙ୍କାର ଏକ କୋର୍ଟ ମହିନ୍ଦା ରାଜପାକ୍‌ସେ ଏବଂ ତାଙ୍କ ଦଳର ଅନ୍ୟ ୧୨ ନେତାଙ୍କୁ ଦେଶ ଛାଡିବାକୁ ପ୍ରତିବନ୍ଧକ ଲଗାଇଛନ୍ତି। ଦେଶରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ରାଜପାକ୍‌ସେଙ୍କ ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହାପୂର୍ବରୁ ଗୁରୁବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପାକ୍‌ସେ ଟୁଇଟ୍‌ ମାଧ୍ୟମରେ ଶ୍ରୀଲଙ୍କାରେ ଶାନ୍ତି ଆଣିବାର ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସେ ସମ୍ବିଧାନରେ ସଂଶୋଧନ କରିବା ସହିତ ବିରୋଧୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବିକ ଆକ୍ରମଣ ଆଶଙ୍କାରେ ତାଇଓ୍ବାନ

ତାଇପେଇ, ୨୧ା୮: ଚାଇନା-ତାଇଓ୍ବାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ତାଇପେଇ ଆଶଙ୍କା କରିଛି।...

ମୋଦିଙ୍କ ଟୁଇଟ୍‌ର ଉତ୍ତର ଦେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ । କିଛି...

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି।...

ଚେତାବନୀ ଦେଲେ ବାଇଡେନ

ନ୍ୟୁୟର୍କ,୩।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରାଜନୈତିକ ହିଂସା ବିସ୍ତାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି।...

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ  ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ...

ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା

ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି।  ଆମେରିକା ପପ୍‌ ଷ୍ଟାର ରିହାନା...

ସିଓଲ ହଲୋଇନ ପାର୍ଟିରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି

ସିଓଲ, ୩୦ା୧୦:ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହଲୋଇନ୍‌ ଉତ୍ସବ ପାଳନବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ...

ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week