ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା ପାରିଶ୍ରମିକ

ଚେନ୍ନାଇ: ସାଉଥ୍ ଅଭିନେତା ମହେଶ ବାବୁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକୁ ଠିକ୍ ୪୮ ବର୍ଷ ପୂର୍ବେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ତାଙ୍କର ଜନ୍ମ ହୋଇଥିଲା । ଅଭିନୟକୁ ନେଇ ସାଉଥ୍ ଇଣ୍ଡଷ୍ଟ୍ରିରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ଦକ୍ଷିଣ ଭାରତର ସବୁଠାରୁ ଦାମୀ କଳାକାରଙ୍କ ମଧ୍ୟରୁ ମହେଶ ବାବୁ ଅନ୍ୟତମ ।
୧୯୮୩ରେ ମନୋରଞ୍ଜନ ଦୁନିଆରେ ପାଦ ରଖିଥିବା ମହେଶ ବାବୁ ଆଜି କୋଟି କୋଟି ଟଙ୍କାର ମାଲିକ । ପ୍ରଥମେ ସେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୮୩ରେ ତାଙ୍କର ପ୍ରଥମ ମୁଭି ରିଲିଜ୍ ହୋଇଥିଲା । ହେଲେ ୧୯୯୯ରେ ଲିଡ ଅଭିନେତା ଭାବେ ତାଙ୍କୁ ତେଲଗୁ ମୁଭି ‘ରାଜା କୁମାରୁଦୁ’ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ଆଉ ପଛକୁ ନ ଚାହିଁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହେଶ ବାବୁ ଏବେ ୩୦ ମିଲିୟନ ଡଲାର ବା ୨୨୨ କୋଟି ଟଙ୍କାର ମାଲିକ । ତାଙ୍କର ଅଧିକାଂଶ ଆୟ ଫିଲ୍ମ ଓ ବିଜ୍ଞାପନରୁ ହୋଇଥାଏ । ସେ ଗୋଟିଏ ମୁଭି ପାଇଁ ୧୮-୨୦ କୋଟି ଟଙ୍କା ନିଅନ୍ତି ବୋଲି କୁହାଯାଏ । ବିଜ୍ଞାପନରୁ ବି ସେ କୋଟି କୋଟି ଟଙ୍କା ଆୟ କରିଥାଆନ୍ତି ।
ଖୁବ୍ ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ । ତାଙ୍କ ନିକଟରେ ହାଇଦ୍ରାବାଦ ଜୁବଲି ହିଲ୍ସରେ ରହିଛି ଏକ ସୁନ୍ଦର ବଙ୍ଗଳା । ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ହେବ । ଏହାସହ ବେଙ୍ଗାଲୁରୁରେ ବି ସେ ଏକ ଘର କିଣିଛନ୍ତି । ଏହା ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ।
କୁହାଯାଏ ମହେଶ ବାବୁଙ୍କର ସୌକ ହେଲା ଦାମୀ କାର୍ । ତାଙ୍କ ନିକଟରେ ଲୈମ୍ବରର୍ଗିନି ଗୋଲାର୍ଡେ ରହିଛି, ଯାହାର ମୂଲ୍ୟ ୩ କୋଟି ଟଙ୍କା ଏହାସହ ୨ କୋଟିର ରେଞ୍ଜ ରୋଭର, ୯୦ ଲକ୍ଷର ଟୋୟୋଟା ଲ୍ୟାଣ୍ଡ କ୍ରୁଜ, ୪୯ ଲକ୍ଷର ମର୍ସିଡିଜ ବେଂଜ ଇ କ୍ଲାସ ଓ ୧.୧୨ କୋଟିର ଅଡି ଏ୮ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri