Posted inଜାତୀୟ

ମହିଷାସୁର ସ୍ଥାନରେ ମହାତ୍ମା : ମୁହଁ ଖୋଲିଲା ହିନ୍ଦୁ ମହାସଭା…

କୋଲକାତା,୫।୧୦ : ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦକ୍ଷିଣ-ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଥିବା ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ମୂର୍ତ୍ତି ରଖାଯାଇଥିଲା। ଜାତିର ପିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ କ୍ରୋଧିତ ହୋଇ ସଂଗଠକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରଥିଲେ। ଏଥିପାଇଁ ଲୋକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

୪୪ ବର୍ଷିୟ ରତନ ଦେ ଏବଂ ତାଙ୍କ ପୁଅ ଲ୍ୟୁଟନାଟ ତାରାପଦ ଦେ ଏନେଇ ପୋଲିସ ଷ୍ଟେଶନ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ସମାଲୋଚନା ଏବଂ ପୋଲିସର ହସ୍ତକ୍ଷେପ ପରେ ରବିବାର ସମ୍ପୃକ୍ତ ପେଣ୍ଡାଲରେ ଦୁର୍ଗା ପୂଜାର ଆୟୋଜକମାନେ ନିର୍ଦ୍ଦେଶନାମା ଅନୁଯାୟୀ ମୂର୍ତ୍ତିର ରୂପ ବଦଳାଇଥିଲେ। ହିନ୍ଦୁ ମହାସଭାର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଚୁର ଗୋସ୍ବାମୀ କହିଛନ୍ତି ଯେ ଏହି ପରିବର୍ତ୍ତନ ବାଧ୍ୟତାମୂଳକ ଭାବେ କରାଯାଇଛି। ଗୋସ୍ବାମୀ କହିଛନ୍ତି, ଆମକୁ ଧମକପୂର୍ଣ୍ଣ କଲ ଆସୁଥିଲା। ପୋଲିସ କହିଥିଲା ଯେ ଯଦି ଆମେ ମୂର୍ତ୍ତି ପରିବର୍ତ୍ତନ ନକରିବୁ ତେବେ ସେମାନେ ଆମର ପୂଜା ବନ୍ଦ କରିବେ। ପୋଲିସ ଜବରଦସ୍ତ ମୂର୍ତ୍ତି ଉପରେ ଏକ ୱିଗ ଲଗାଇ ଚଷମା ହଟାଇ ଦେଇଥିଲା କିନ୍ତୁ ଆମର ସଂଗ୍ରାମ ଜାରି ରହିବ।

ହିନ୍ଦୁ ମହାସଭାର ରାଜ୍ୟ ସଭାପତି ସୁନ୍ଦର ଗିରି ଦାବି କରିଛନ୍ତି ଯେ ମହାତ୍ମା ଗାନ୍ଧୀ ଏଭଳି କିଛି କରି ନାହାନ୍ତି ଯେ ତାଙ୍କୁ ମହାତ୍ମା କୁହାଯିବ। ଏହା ଉଲ୍ଲେଖ ଯୋଗ୍ୟ ଯେ ହିନ୍ଦୁ ମହାସଭା ନାଥୁରାମ ଗୋଡସେଙ୍କୁ ଜଣେ ଦେଶପ୍ରେମୀ ବୋଲି ବିବେଚନା କରିଥାନ୍ତି ଏବଂ ଗାନ୍ଧୀ ଜୟନ୍ତୀକୁ ଏକ କଳା ଦିବସ ଭାବେ ପାଳନ କରନ୍ତି।
ରାଜ୍ୟ ଭାଜପା ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା ଏବଂ ଏହି ପ୍ରକାର କାର୍ଯ୍ୟକୁ ଉତ୍ସାହିତ କରାଯିବା ଉଚିତ ନୁହେଁ ବୋଲି ମଜୁମଦାର କହିଛନ୍ତି। ଟିଏମସିର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଯଦିଓ ଗାନ୍ଧୀଙ୍କୁ ନେଇ ବିବାଦ ଲାଗି ରହିଛି, ତଥାପି ଏଭଳି ଘଟଣାକୁ ଉତ୍ସାହିତ କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri