Posted inଜାତୀୟ

ମହିଷାସୁର ସ୍ଥାନରେ ମହାତ୍ମା : ମୁହଁ ଖୋଲିଲା ହିନ୍ଦୁ ମହାସଭା…

କୋଲକାତା,୫।୧୦ : ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦକ୍ଷିଣ-ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଥିବା ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ମୂର୍ତ୍ତି ରଖାଯାଇଥିଲା। ଜାତିର ପିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ କ୍ରୋଧିତ ହୋଇ ସଂଗଠକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରଥିଲେ। ଏଥିପାଇଁ ଲୋକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

୪୪ ବର୍ଷିୟ ରତନ ଦେ ଏବଂ ତାଙ୍କ ପୁଅ ଲ୍ୟୁଟନାଟ ତାରାପଦ ଦେ ଏନେଇ ପୋଲିସ ଷ୍ଟେଶନ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ସମାଲୋଚନା ଏବଂ ପୋଲିସର ହସ୍ତକ୍ଷେପ ପରେ ରବିବାର ସମ୍ପୃକ୍ତ ପେଣ୍ଡାଲରେ ଦୁର୍ଗା ପୂଜାର ଆୟୋଜକମାନେ ନିର୍ଦ୍ଦେଶନାମା ଅନୁଯାୟୀ ମୂର୍ତ୍ତିର ରୂପ ବଦଳାଇଥିଲେ। ହିନ୍ଦୁ ମହାସଭାର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଚୁର ଗୋସ୍ବାମୀ କହିଛନ୍ତି ଯେ ଏହି ପରିବର୍ତ୍ତନ ବାଧ୍ୟତାମୂଳକ ଭାବେ କରାଯାଇଛି। ଗୋସ୍ବାମୀ କହିଛନ୍ତି, ଆମକୁ ଧମକପୂର୍ଣ୍ଣ କଲ ଆସୁଥିଲା। ପୋଲିସ କହିଥିଲା ଯେ ଯଦି ଆମେ ମୂର୍ତ୍ତି ପରିବର୍ତ୍ତନ ନକରିବୁ ତେବେ ସେମାନେ ଆମର ପୂଜା ବନ୍ଦ କରିବେ। ପୋଲିସ ଜବରଦସ୍ତ ମୂର୍ତ୍ତି ଉପରେ ଏକ ୱିଗ ଲଗାଇ ଚଷମା ହଟାଇ ଦେଇଥିଲା କିନ୍ତୁ ଆମର ସଂଗ୍ରାମ ଜାରି ରହିବ।

ହିନ୍ଦୁ ମହାସଭାର ରାଜ୍ୟ ସଭାପତି ସୁନ୍ଦର ଗିରି ଦାବି କରିଛନ୍ତି ଯେ ମହାତ୍ମା ଗାନ୍ଧୀ ଏଭଳି କିଛି କରି ନାହାନ୍ତି ଯେ ତାଙ୍କୁ ମହାତ୍ମା କୁହାଯିବ। ଏହା ଉଲ୍ଲେଖ ଯୋଗ୍ୟ ଯେ ହିନ୍ଦୁ ମହାସଭା ନାଥୁରାମ ଗୋଡସେଙ୍କୁ ଜଣେ ଦେଶପ୍ରେମୀ ବୋଲି ବିବେଚନା କରିଥାନ୍ତି ଏବଂ ଗାନ୍ଧୀ ଜୟନ୍ତୀକୁ ଏକ କଳା ଦିବସ ଭାବେ ପାଳନ କରନ୍ତି।
ରାଜ୍ୟ ଭାଜପା ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା ଏବଂ ଏହି ପ୍ରକାର କାର୍ଯ୍ୟକୁ ଉତ୍ସାହିତ କରାଯିବା ଉଚିତ ନୁହେଁ ବୋଲି ମଜୁମଦାର କହିଛନ୍ତି। ଟିଏମସିର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଯଦିଓ ଗାନ୍ଧୀଙ୍କୁ ନେଇ ବିବାଦ ଲାଗି ରହିଛି, ତଥାପି ଏଭଳି ଘଟଣାକୁ ଉତ୍ସାହିତ କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍‌ ଲାଇନ୍‌ ଉଡାଇଲେ…

ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା...

ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଟୁଇଟ, କ୍ଷମା ମାଗିବା ଦାବି କଲା ଭାଜପା…

ନୂଆଦିଲ୍ଲୀ,୬।୧୦ : ଅଧୀର ରଞ୍ଜନ ଚୌଧୁରୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦ...

ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ମମତା...

‘ଭାରତ ଯୋଡ଼ୋ ଯାତ୍ରା’ ଶେଷ

ଶ୍ରୀନଗର,୩୦ା୧: ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ...

ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍‌: ରାହୁଲ

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ...

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହା, ମଣିପୁର ସ୍ଥିତି ସମ୍ପର୍କରେ ଦେଲେ ସୂଚନା

ନୂଆଦିଲ୍ଲୀ,୨୬।୬: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ସ୍ବରାଷ୍ଟ୍ର...

ଭାଜପା ପାଇଁ ଭୋଟ ମାଗୁଥିବା କୁନି ଝିଅକୁ ଦେଖି ଆଶ୍ଚର୍ଯ୍ୟ ହେଲେ ମୋଦି, କଂଗ୍ରେସ ଏହାକୁ କରିଛି ପ୍ରସଙ୍ଗ

ନୂଆଦିଲ୍ଲୀ,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଓଲଟା ଗଣତି ଆରମ୍ଭ ହୋଇଗଲାଣି । ଭୋଟିଂ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଙ୍କ...

ପ୍ରଥମ କ୍ୟାବିନେଟ ବୈଠକରେ ୫ ପ୍ରତିଶ୍ରୁତି ପୂରଣ ପାଇଁ ପଦକ୍ଷେପ ନେଲେ ସିଦ୍ଧରମୈୟା…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାର୍ଯ୍ୟାନୁଷ୍ଠାନ ମୋଡରେ ଆସିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ପ୍ରତିଶ୍ରୁତି ଦେଇଥିବା...

Advertisement
Archives

Model This Week