ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ

ଦିନକୁଦିନ ପୃଥିବୀପୃଷ୍ଠରୁ ଜଙ୍ଗଲ କ୍ଷୟ ହେଉଛି। ପରିବେଶ ସନ୍ତୁଳନରେ ସମସ୍ୟା ଉପୁଜୁଛି। ବୃକ୍ଷରୋପଣ ଓ ତା’ର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଯାହାକୁ ଦୃଷ୍ଟିରେରଖି ଅନେlକ ଜଙ୍ଗଲ ସୃଷ୍ଟି ପାଇଁ ପ୍ରାୟାସ କରିଛନ୍ତି । ସେହିକ୍ରମରେ ଢେଙ୍କାନାଳ ଜିଲାରେ ସୃଷ୍ଟି ହୋଇଛି ଏକ ସବୁଜ ଔଷଧୀୟ ଉଦ୍ୟାନ; ଯାହା ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ ଭାବେ ନାମିତ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ପରେ ସେହି ମାସର ୧୯ ତାରିଖରୁ ଏହାର କାର୍ଯ୍ୟାରମ୍ଭ ହୋଇଥିଲା।ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ବିଭିନ୍ନ ଫୁଲ ଫଳ ଓ ଔଷଧୀୟ ବୃକ୍ଷରୋପଣ କରାଯାଇଛି। ଏହି ଅରଣ୍ୟ କେବଳ ଢେଙ୍କାନାଳ ଜିଲା ପ୍ରଶାସନର ଗର୍ବ ହୋଇ ରହିନାହିଁ ବରଂ ଏହା ଓଡ଼ିଶାରେ ଏକ ଆକର୍ଷଣୀୟ ଔଷଧୀୟ ଅରଣ୍ୟ ଭାବେ ସ୍ଥାନ ପାଇପାରିଛି। ଏହାର ମନୋରମ ଦୃଶ୍ୟ ଅନେକଙ୍କୁ ଆକୃଷ୍ଟ କରିପାରିଛି। ସୋଗର ଗ୍ରାମପଞ୍ଚାୟତର ସୋଗର, କଣପାଳ,ଉପର ଝଗଡ଼ପଡ଼ା ଓ ରାୟନୃସିଂହପୁର ପଞ୍ଚାୟତର ସିଦ୍ଧପଡ଼ା, ଶୁକପଡ଼ା ମାଛିଆ, ଗୋଡ଼ଭଙ୍ଗା, ରାବଦା ଆଦି ମୌଜାର ଜମିରେ ଏହି ଅରଣ୍ୟ ଗଢ଼ିଉଠିଛି। ପ୍ରାୟ ୭୦୩.୬୨ଏକର ପରିମିତ ଜମିରେ ଏହି ଔଷଧୀୟ ଅରଣ୍ୟ ଅବସ୍ଥିତ। ପ୍ରଥମ ପର୍ଯ୍ୟାୟରେ ୨୦୧୦ରୁ ୨୦୧୪ ମଧ୍ୟରେ ୧୨ ହେକ୍ଟର ଜମିରେ ଅଁଳା, ବାହାଡ଼ା, ହରିଡ଼ା, ବେଲ, ଗମ୍ଭାରି, ସୁନାରୀ, ଲିମ୍ବ, ମହାଲିମ୍ବ ଆଦି ପ୍ରାୟ୧୪୪୦୦୦ (ଏକଲକ୍ଷ ଚଉରାଳିଶ ହଜାର)ଗଛ ଲଗାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମୁଚୁକୁନ୍ଦ, କର୍ପୂର କୁକୁମ, ଅର୍ଜୁନ ମଞ୍ଜୁଆତି ଚନ୍ଦନ, କର୍ପୂର, କୁକୁମ ତୁଳସୀ, କର୍ପୂର ତୁଳସୀ, ରାମ ତୁଳସୀ ଆଦି ବ୍ୟାପକ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ମୁର୍ଗା, ହାତୀବାଡ଼ ଆଦି ୨୦୦୦ ଗଛ ଲଗାଇ ବାଡ଼ର ବ୍ୟବସ୍ଥା କରାଯାଇଛି। ଏଥିସହ ୨୦୧୯-୨୦ ମସିହାରେ ପ୍ରାୟ ୨୨ ହେକ୍ଟର ଜାଗାରେ- ଆମ୍ବ, ଲିଚୁ, ସପୁରି, ଫାଲସା କୋଳି, ସଜନା, କଦଳୀ ଅମୃତଭଣ୍ଡା ଆଦି ଫଳ ଗଛ ଲଗାଯାଇଛି। ଏଥିସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇଟି ଗୃହ, ଏକ ଭୂତଳ ଗୃହ, ଦୁଇଟି କାଠ ଗୃହ ଓ ଅନ୍ୟଦୁଇଟି ଶୀତତାପ ନିୟନ୍ତ୍ରିତ ଗୃହ ନିର୍ମାଣ ହୋଇଛି। ସମୁଦାୟ ୫ଟି କଟେଜ ନିର୍ମାଣ ହୋଇଥିବାବେଳେ ଏଠାରେ ସୁଇମିଙ୍ଗ ପୁଲ କରାଯାଇଛି। ଏଥିସହ ୫ ଶହ ସିଟ ବିଶିଷ୍ଟ ସମ୍ମିଳନୀ କକ୍ଷ, ପଞ୍ଚକର୍ମ କକ୍ଷ, ଧ୍ୟାନ ଗୃହ, ଯୋଗ ଗୃହ, ପାଠାଗାରର ସୁବିଧା କରାଯାଇଛି। ଅନ୍ୟପକ୍ଷେ ମୁକ୍ତାକାଶ ବ୍ୟାୟାମ ଶାଳା, ଦୁଇଟି ପାର୍କ କରାଯାଇଛି। ସୁଇମିଙ୍ଗ ପୁଲ ହଂସ, ବତକ ଏବଂ ନିକଟରେ ରଙ୍ଗ ବେରଙ୍ଗର ମାଛ ଦେଖିବାକୁ ପାଇବେ। ଖୋଲା ପଡିଆରେ ବିଭିନ୍ନ ପ୍ରଜାତିର କୁକୁଡା ଓ ମୟୂର ବିଚରଣ କରିବାର ନଜର ପଡ଼ିପାରେ। ଅନ୍ୟପକ୍ଷେ ଏଠାରେ ରହିଥିବା ଗୋଶାଳାରେ ହଲିଷ୍ଟିଲ, ସିନ୍ଧୁ, ଜର୍ସୀ, ଗିର, ହରିଆନା ଆଦି ପ୍ରଜାତିର ୧୨ ଗୋଟି ଗାଈ ଦୁଇଟି ଷଣ୍ଢ ସହ ଦେଶୀୟ ଗାଈ ରଖାଯାଇ ସେମାନଙ୍କ ରକ୍ଷଣାବେକ୍ଷଣ କରାଯାଉଛି।ଏଠାରେ ପର୍ଯ୍ୟଟକ ରାତ୍ରି ଯାପନକରି ଶୈଳନିବାସ ଭଳି ମଜା ନେବାସହ ବିଭିନ୍ନ ଔଷଧୀୟ ବୃକ୍ଷକୁ ପାଖରେ ଦେଖିବାର ସୁଯୋଗ ପାଇପାରିବେ। ଏକ ସ୍ମୃତିବନ ପାର୍କ ସୃଷ୍ଟି କରାଯାଇଛି। ଏଥିରେ ପ୍ରକୃତିପ୍ରେମୀଙ୍କ ଦ୍ୱାରା ମନେରଖିବା ପାଇଁ ବୃକ୍ଷ ଲଗାଯାଇଥାଏ। ବ୍ରାହ୍ମଣୀ ନଦୀରୁ ସୃଷ୍ଟି ହୋଇଥିବା ହଦଗଡ଼ ହ୍ରଦର ପୁନରୁଦ୍ଧାର କରାଯିବା ସହ ତା’ର ଉନ୍ନତୀକରଣ କରାଯାଇ ସେଠାରେ ବୋଟିଂ ବ୍ୟବସ୍ଥା କାର୍ଯ୍ୟ ଚାଲୁ ରହିଥିବାବେଳେ ଦୁଇଟି ବର୍ଷା ଜଳ ସଂରକ୍ଷଣ ପୋଖରୀ, ବୋରଓ୍ବେଲ, ହ୍ରଦରୁ ଉଠାଜଳସେଚନ ଜରିଆରେ ଲାଗିଥିବା ଗଛରେ ଜଳସେଚିତ କରିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଋତୁରେ ରଙ୍ଗ ବେରଙ୍ଗ ଫୁଲସହ ଗୋଲାପ , ଡାଲିଆ, ଅର୍କିଡ୍‌ ଓ ନାନା ପ୍ରକାରର ଫୁଲ ପାଇଁ ସ୍ବତନ୍ତ୍ର ସ୍ଥାୟୀ ବଗିଚା କରାଯାଇଛି। ଏପରି କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମାଛ, କୁକୁଡା, ଗାଈ ଚାଷ ବ୍ୟବସ୍ଥା ହୋଇପାରିଛି। ଏଠାରେ ବିଭିନ୍ନ ଫୁଲ ଓ ଫଳ ଗଛ ବିକ୍ରି ପାଇଁ ସ୍ବତନ୍ତ୍ର ନର୍ସରି ସ୍ଥାପନ କରାଯାଇଛି। ଏହି ପରିବେଶରେ ଅବସ୍ଥିତ ଫଳ ଗଛ ଓ ଅନ୍ୟାନ୍ୟ କ୍ଷେତ୍ରରୁ ମିଳୁଥିବା ଆୟ ଅର୍ଥରେ ନିୟୋଜିତ କର୍ମଚାରୀଙ୍କ ଦରମା ଦେବାର ବ୍ୟବସ୍ଥା କରାଯିବାର ଯୋଜନା ପ୍ରସ୍ତୁତି ହୋଇଛି। ଏହାର ରକ୍ଷଣାବେକ୍ଷଣ ଉନ୍ନତି ପାଇଁ ଔଷଧୀୟ ଅରଣ୍ୟ ନାମରେ ଏକ ଟ୍ରଷ୍ଟ ନିର୍ମାଣ କରାଯାଇଛି। ଟ୍ରଷ୍ଟରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଅନୁଗୋଳ ଉପଦେଷ୍ଟା ରହିବାର ବିଧିବ୍ୟବସ୍ଥା ରହିଥିବା ବେଳେ ଜିଲାପାଳ ଅଧ୍ୟକ୍ଷ, ଜିଲା ବନଖଣ୍ଡ ଅଧିକାରୀ ସମ୍ପାଦକ,ସୋଗର ଓ ରାୟନୃସିଂହପୁର ସରପଞ୍ଚ, କାମାକ୍ଷାନଗର ବିଡିଓ, ତହସିଲଦାର ଆଦି ୧୫ ଜଣଙ୍କୁ ନେଇ ଟ୍ରଷ୍ଟର ନିର୍ମାଣ କରାଯାଇଛି। ଟ୍ରଷ୍ଟ ଦ୍ବାରା ସମ୍ପୂର୍ଣ୍ଣ ଭାବେ ଔଷଧୀୟ ଅରଣ୍ୟକୁ ପରିଚାଳନା କରାଯିବା ସହ କର୍ମଚାରୀଙ୍କ ସହଯୋଗରେ ଗତ ବର୍ଷ କେବଳ ଫୁଲ ଗଛ ବିକ୍ରିକରି ଟ୍ରଷ୍ଟର ପ୍ରାୟ ୮୦ ହଜାର ଆୟ ହୋଇପାରିଥିବା ବେଳେ ଏଥିପାଇଁ ପ୍ରାୟ ୧୦ ଜଣ କର୍ମଚାରୀ ନିୟୋଜିତ ଥିଲେ। ବଦାନ୍ୟ ବ୍ୟକ୍ତି ଓ ସରକାରଙ୍କ ଦ୍ବାରା ଏହି ଉଦ୍ୟାନ ଅନ୍ୟମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ସୃଷ୍ଟିକରିବାର ସମ୍ଭାବନା ଦେଖାଦେଇଛି। ଆଗାମୀ ଦିନରେ ଏଠାରୁ ପର୍ଯ୍ୟାପ୍ତ ପରିମାଣର ଔଷଧୀୟ ସାମଗ୍ରୀ ଉତ୍ପାଦିତ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ଓଡ଼ିଶା ପର୍ଯ୍ୟଟନରେ ଏଠାର ପରିବେଶ ଏକ ନିଆରା ସ୍ଥାନ ସୃଷ୍ଟି କରିପାରିବ ବୋଲି ଏହି ଅଞ୍ଚଳବାସୀଙ୍କ ଠାରୁ ଜଣାପଡ଼ିଛି।
-ବନବିହାରୀ ବେହେରା, ସୁଧୀର କୁମାର ପରିଡ଼ା

ଏମାନେ ଯାହା କୁହନ୍ତି-
ନରୋତ୍ତମ ବେହେରା – ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ଗ୍ରାମ୍ୟ ଉନୟନ ସଂସ୍ଥା, କୁହନ୍ତି- ଏହି ଅରଣ୍ୟ କେବଳ କାମାକ୍ଷାନଗର କିମ୍ବା ଜିଲା ପ୍ରଶାସନର ନୁହେଁ, ଆଗାମୀ ଦିନରେ ଏହା ଓଡ଼ିଶାର ଏକ ପ୍ରମୁଖ ସ୍ଥାନ ହୋଇପାରିବ।ଏହାର ରକ୍ଷଣା ବେକ୍ଷଣ ପାଇଁ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱ ନେଇଛନ୍ତି। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ବିଭିନ୍ନ ଔଷଧୀୟ ବୃକ୍ଷ ଚିହ୍ନିବାର ସୁଯୋଗ ମିଳିବ।
ବିକାଶ କୁମାର ମହାନ୍ତି- ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାମାକ୍ଷାନଗର କୁହନ୍ତି- ଏମ୍‌ଜିଏନଆରଇଜିଏ ଯୋଜନାରୁ ଏଥିପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ସ୍ଥାନୀୟ ଲୋକପ୍ରତିନୀଧିଙ୍କ ସମତେ ସବୁବିଭାଗ ଏହାର ସଫଳତା ପାଇଁ ଲାଗିପଡିଛନ୍ତି। ଆଗାମୀ ଦିନରେ ଏହା ଓଡ଼ିଶା ପର୍ଯ୍ୟଟନରେ ସାମିଲ ହୋଇପାରିବ।

ଶିଶିରକାନ୍ତ ବେହେରା-ସରପଞ୍ଚ, ରାୟନୃସିଂହପୁର-କୁହନ୍ତି ଏହି ଔଷଧୀୟ ଅରଣ୍ୟ ସୃଷ୍ଟି ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ପଦକ୍ଷେପ ପ୍ରଶଂସନୀୟ। ଏହିଅରଣ୍ୟ ଆମଅଞ୍ଚଳର ଗର୍ବ। ସ୍ଥାନୀୟ ଗ୍ରାମପଞ୍ଚାୟତର ସରପଞ୍ଚଭାବେ ଟ୍ରଷ୍ଟରେ ୧ଲକ୍ଷ ଟଙ୍କା ଦେଇ ଆଜୀବନସଦସ୍ୟ ହୋଇଛି। ଯେତିକି ପାରିବି ବିନା ପାରିଶ୍ରମିକରେ ଶ୍ରମଦାନ କରିବି ବୋଲି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?