Posted inଜାତୀୟ

ମହାରାଷ୍ଟ୍ରର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଛି, ସତ୍ୟ କହୁଥିବା ଲୋକଙ୍କ ଶତ୍ରୁ ଦିଲ୍ଲୀରେ…

ମୁମ୍ବାଇ,୧୩।୧୧ : ଜେଲରୁ ବାହାରିବା ପରଠାରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କ୍ରମାଗତ ଭାବରେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଏହି କ୍ରମରେ ସେ ରବିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଯାଇଛି। ଏଠାରେ ବର୍ତ୍ତମାନ ଲୋକମାନେ ଚାହୁଁ ନାହାଁନ୍ତି ଯେ ସେମାନଙ୍କର ବିରୋଧୀ ବଞ୍ଚନ୍ତୁ। ସେ କହିଛନ୍ତି ଯେ ଜେଲରୁ ବାହାରିବା ପରେ ସେ ଏହା ପୁଣି ଥରେ ଅନୁଭବ କରିଛନ୍ତି।

ସେ ଉଦ୍ଧବ ଠାକରେଙ୍କ  ନେତୃତ୍ୱାଧୀନ ଶିବସେନା ଦଳର ମୁଖପତ୍ର ସାମନାରେ ନିଜର ସାପ୍ତାହିକ ସ୍ତମ୍ଭକୁ ପୁଣି ଆରମ୍ଭ କରି ଭାଜପା ଏବଂ ଶିନ୍ଦେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ରାଜ୍ୟରେ ଘୃଣାର ଭାବନା ରହିଛି ଏବଂ ରାଜନେତାମାନେ ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେଉଁଠାରେ ସେମାନେ ବିରୋଧୀଙ୍କ ବଞ୍ଚିବା ଚାହୁଁ ନାହାନ୍ତି। ରାଜ୍ୟର ରାଜନୈତିକ ଲୋକେ ଏବେ ପରସ୍ପରକୁ ମାରିବାକୁ ସ୍ଥିର କରୁଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତବ୍ୟ ବିଷୟରେ ମୋତେ ପଚରାଗଲା ଯେ ରାଜନୀତିରେ ତିକ୍ତତା ଶେଷ ହେବା ଉଚିତ? ଏଥିପାଇଁ ମୁଁ ଉତ୍ତର ଦେଲି ଯେ ସେ ସତ କହୁଛନ୍ତି, କିନ୍ତୁ ଗଣମାଧ୍ୟମ କହିବା ଆରମ୍ଭ କରିଛି ଯେ ମୁଁ ଶାନ୍ତ ହୋଇ ଯାଇଛି।

ଗଣତନ୍ତ୍ର ଏବଂ ସ୍ବାଧୀନତା ଆଉ ନାହିଁ, ବର୍ତ୍ତମାନ କେବଳ ଏହାର ନାମ ବାକି ଅଛି। ରାଜନୀତିରେ ଜହର ବ୍ୟାପୁଛି। ବ୍ରିଟିଶ ଶାସନ କାଳରେ ଏଭଳି ହୋଇ ନ ଥିଲା। ଦିଲ୍ଲୀର ଆଜିର ଶାସକମାନେ ଆଜି ନିଜ ପସନ୍ଦର କଥା ଶୁଣିବାକୁ ଚାହୁଁଛନ୍ତି। ଯେଉଁମାନେ ତାଙ୍କ ପସନ୍ଦର କଥା କୁହନ୍ତି ନାହିଁ ସେମାନଙ୍କୁ ଦିଲ୍ଲୀରେ ବସିଥିବା ନେତା ଶତ୍ରୁ ଭାବରେ ବିବେଚନା କରନ୍ତି। ଦେଶର ସ୍ଥିତି ଏଭଳି ହୋଇଛି ଚାଇନା, ପାକିସ୍ତାନ ଦିଲ୍ଲୀର ଶତ୍ରୁ ନୁହଁନ୍ତି, କିନ୍ତୁ ଯେଉଁମାନେ ସତ କୁହନ୍ତି ସେମାନଙ୍କୁ ସିଧା ସଳଖ ଶତ୍ରୁ ଭାବରେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri