Posted inଜାତୀୟ

ମୁଖ୍ୟମନ୍ତ୍ରୀ ନିବାସ ଛାଡିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ ଡ୍ରାମା ବୁଧବାର ମଧ୍ୟ ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ସୁରତରୁ ଗୁଆହାଟୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଯଦି ବିଦ୍ରୋହୀ ବିଧାୟକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ ତେବେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ରାଜ୍ୟକୁ ସମ୍ବୋଧିତ କରିବାର କିଛି ସମୟ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ନିବାସ ଛାଡି ମାତୋଶ୍ରୀ ଅଭିମୁଖେ ଯାଇଛନ୍ତି। ସେ ସାଙ୍ଗରେ ଲଗେଜ ମଧ୍ୟ ନେଉଛନ୍ତି। ଏଥିସହିତ ଶିବସେନା ସମର୍ଥକ ତାଙ୍କୁ ସମର୍ଥନ କରିବା ପାଇଁ ମାତୋଶ୍ରୀ ବାହାରେ ଏକାଠି ହୋଇଛନ୍ତି।
ସୂଚନାଯୋଗ୍ୟ, ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥନରେ ଦଳର ୩୦ ଜଣ ଓ ୪ ଜଣ ସ୍ବାଧୀନ ବିଧାୟକ ରହିଥିବା ଦାବି କରି ଗୋଟିଏ ଚିଠି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖକୁ ପଠାଯାଇଛି। ଏପରିକି ରାଜ୍ୟର ମୋଟ ୪୭ରୁ ଅଧିକ ବିଧାୟକଙ୍କ ସମର୍ଥନ ତାଙ୍କ ସହ ରହିଥିବା ସିନ୍ଦେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଗୁରୁବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଥିବାବେଳେ...

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ...

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ...

ନନ୍ଦିନୀଙ୍କୁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ୨୦୨୩ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ଜିତିଛନ୍ତି। ଦିଲ୍ଲୀର ଶେୟା ପୁଞ୍ଜା ପ୍ରଥମ ରନର୍ସ...

ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ...

ଜମ୍ମୁ-କଶ୍ମୀରରେ କମିଛି ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରରେ ୨୦୨୦ରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟ ୬୩.୯୩ ପ୍ରତିଶତ...

ଭିଏତ୍‌ନାମ ଯିବେ ରାଜନାଥ: ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ୍‌କୁ କରିବେ ହସ୍ତାନ୍ତର

ନୂଆଦିଲ୍ଲୀ,୫।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଭିଏତ୍‌ନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତ୍‌ନାମ...

ଭାରତରେ ୪୧ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ, ୧୭ା୭(ପି.ଟି.): ଭାରତରେ ୪୧,୩୩୧ ପାକିସ୍ତାନୀ ଓ ୪,୧୯୩ ଆଫଗାନିସ୍ତାନ ନାଗରିକ ଦୀର୍ଘଦିନ ହେବ ରହିଆସୁଛନ୍ତି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ...

Advertisement
Archives

Model This Week