ମହାପ୍ରଭୁଙ୍କୁ ଲାଗିହେଲା ଜୈବିକ ଚାଉଳ ମହାପ୍ରସାଦ: ଚାଉଳ ପ୍ରସ୍ତୁତକାରୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବ

ପୁରୀ,୨୧।୨(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ଗୁରୁବାର ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କ ପାଖରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଲାଗି କରାଯାଇଛି। ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ ଲାଗି ହୋଇଛି। ଏହି ମହାପ୍ରସାଦକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତାମାନେ ସେବନ କରିଥିଲେ।

ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳକୁ କୋଠଭୋଗରେ ବ୍ୟବହୃତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ମୋହର ମାରିଛି। ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ କରିବା ପାଇଁ ବିଭିନ୍ନ ସଂଗଠନକୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥତ୍କ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ପାଢ଼ୀ ସୂଚନା ଦେଇଛନ୍ତି।

ମୁଖ୍ୟ ପ୍ରଶାସକ ପାଢ଼ୀ କହିଛନ୍ତି, ଜୈବିକ ପଦ୍ଧତିରେ ଅନ୍ନକୁ ମହାପ୍ରସାଦ କରି ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବା ନେଇ ବିଗତ ସପ୍ତାହରେ ଏକ ବୈଠକ କରାଯାଇଥିଲା। ବୈଠକରେ କୃଷି ବିଭାଗର ବିଭିନ୍ନ ଅଧିକାରୀ, ଜୈବିକ ଚାଉଳ ପ୍ରସ୍ତୁତ କରୁଥିବା ସ୍ବେଚ୍ଛାସେବୀ, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଜୈବିକ ଚାଉଳ ପ୍ରସ୍ତୁତ କରୁଥିବା ଯେଉଁ ଅନୁଷ୍ଠାନଗୁଡ଼ିକ ସମ୍ପୃକ୍ତ ଚାଉଳର ନମୁନା ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରିଥିଲେ। ସେଥିରେ ଜୈବିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ଅନ୍ନ ଗୁରୁବାର ମହାପ୍ରସାଦ ଭାବେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ବା ଲାଗି କରାଯାଇଛି।

ପାଞ୍ଚଟି ପ୍ରଜାତିର ଚାଉଳ ପ୍ରଦାନ କରାଯାଇଥିଲା। ସେଗୁଡ଼ିକ ହେଉଛି ଝିଲ୍ଲୀ, ଗୋବିନ୍ଦ ଭୋଗ, କଳା ଜିରା, ପଦ୍ମକେଶରୀ ଏବଂ ହଜାରେ ଚଉଦ। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଏହି ପାଞ୍ଚଟି ପ୍ରଜାତିର ଚାଉଳକୁ ଲାଗି କରାଯାଇଥିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ତାହା ପ୍ରସ୍ତୁତ କରାଯାଇଥିଲା। ତେଣୁ ନିଯୋଗକୁ ଧନ୍ୟବାଦ ଜଣାଉଛି। ପ୍ରସାଦ ସେବନ ପରେ ପାଞ୍ଚଟି ପ୍ରଜାତିର ଚାଉଳ ମଧ୍ୟରୁ କେଉଁ ପ୍ରଜାତି ଚାଉଳ ମହାପ୍ରଭୁଙ୍କ କୋଠଭୋଗରେ ଲାଗି କରାଯିବ ଓ କେଉଁ ଚାଉଳ ମହାପ୍ରସାଦ ଭାବେ ଆନନ୍ଦ ବଜାରରେ ବିକ୍ରୟ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ନିଆଯାଇଛି ଯେ, ଝିଲ୍ଲୀ ଓ ଗୋବିନ୍ଦ ଭୋଗକୁ ମହାପ୍ରଭୁଙ୍କ କୋଠ ଭୋଗରେ ବ୍ୟବହାର କରାଯିବ।

ସେହିପରି ଅନ୍ୟ ତିନି ପ୍ରଜାତିର ଜୈବିକ ଚାଉଳକୁ (ଭୋଗମଣ୍ଡପ) ମହାପ୍ରସାଦ ଭାବେ ଆନନ୍ଦବଜାରରେ ବିକ୍ରି କରାଯିବ। ତେବେ ଓଡ଼ିଶାରେ ଯେତେ ବି ଜୈବିକ ପଦ୍ଧତିରେ ଚାଉଳ ପ୍ରସ୍ତୁତ କରାଯାଉଛି ସେ ସବୁକୁ ମହାପ୍ରସାଦ ଭାବେ ବ୍ୟବହାର କରାଯିବା ପାଇଁ ଅନୁରୋଧ ତଥା ପ୍ରସ୍ତାବ ଆସିଛି। କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତ ଅନ୍ନ ପ୍ରକଳ୍ପ ଯୋଜନା ହାତକୁ ନିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ମିଳିଛି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ। ତେବେ ମହାପ୍ରସାଦ ନିମନ୍ତେ ଯେଉଁ ପରିମାଣର ଜୈବିକ ଚାଉଳ ଆବଶ୍ୟକ, ସେହି ପରିମାଣର ମହଜୁଦ୍‌ ନାହିଁ। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ପ୍ରଜାତିର ଜୈବିକ ଚାଉଳକୁ କୋଠ ଭୋଗରେ ଲାଗି କରାଯିବ।

ପରବର୍ତ୍ତୀ ସମୟରେ ଯେତେବେଳେ ଜୈବିକ ପଦ୍ଧତିରେ ଅମୃତ ଅନ୍ନ ଉତ୍ପାଦନ ବୃଦ୍ଧି ପାଇବ, ସେତେବେଳେ ଆନନ୍ଦବଜାରରେ ମହାପ୍ରସାଦ ଭୋଗ କରି ଆନ୍ଦନ ବଜାରରେ ବିକ୍ରୟ କରାଯିବ। ତେବେ ଯେଉଁ ଅନୁଷ୍ଠାନଗୁଡ଼ିକ କୃଷକମାନଙ୍କ ଦ୍ୱାରା ଏହି ଚାଉଳ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଉକ୍ତ ଅମୃତ ଚାଉଳରେ କୌଣସି ପ୍ରକାର ରାସାୟନିକ ସାର କିମ୍ବା ରାସାୟନିକ ଔଷଧ ବ୍ୟବହାର କରାଯିବ ନାହିଁ। ସମ୍ପୂର୍ଣ୍ଣ ଭାବେ ଜୈବିକ ପଦ୍ଧତିରେ ଚାଷ କରାଯିବ। ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ପନିପରିବା ମଧ୍ୟ ଜୈବିକ ପଦ୍ଧତିରେ ଚାଷ କରିବା ନେଇ ଉଦ୍ୟମ କରାଯିବ ବୋଲି ପାଢୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?