ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ: ୧୫ ଜଣିଆ ଟିମ୍‌ର ମହାନଦୀ ଯାତ୍ରା

ଝାରସୁଗୁଡ଼ା ଅଫିସ,୨୦ା୫: ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ଉଭୟ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ବିବାଦ ଅଦ୍ୟାବଧି ସମାଧାନ ହୋଇପାରିନାହିଁ। ଏନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭୁବନେଶ୍ୱରରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସମିତିର ଏକ ୧୫ ଜଣିଆ ଟିମ୍‌ ବୁଧବାର କଟକରୁ ବାହାରି ଗୁରୁବାର ଛତିଶଗଡ଼ କଲମା ବ୍ୟାରେଜ ନିକଟରେ ପହଞ୍ଚି ସେଠାରୁ ଆସି ଓଡ଼ିଶାରେ ମହାନଦୀ ପ୍ରବେଶ କରୁଥିବା ଝାରସୁଗୁଡ଼ା ଜିଲାର ସୁଖାସୋମା ପରିଦର୍ଶନ କରି ସମସ୍ୟାର ଅନୁଧ୍ୟାନ କରିଛନ୍ତି। ଏହି ଆନ୍ଦୋଳନ ଛତିଶଗଡ଼ରୁ ଫେରିବାବେଳେ ଝାରସୁଗୁଡ଼ା ସହରରେ ପହଞ୍ଚି ଏକ ହୋଟେଲ୍‌ରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ଜଳମାନବ ଡଃ.ରାଜେନ୍ଦ୍ର ସିଂହ,ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ବାସୁଦେବ ଭଟ୍ଟ,ସୁଦର୍ଶନ ଦାସ,ନରେନ୍ଦ୍ର ଚୂଗ୍‌,ଅକ୍ଷୟ ସାହୁ,ଅଶୋକ ଜଟ ଓ ପ୍ରକାଶ ପାଢ଼ୀ ପ୍ରମୁଖ ରହିଥିଲେ। ଏନେଇ ଡଃ ସିଂହ କହିଥିଲେ ମହାନଦୀର ତଣ୍ଟି ଚିପି ଦିଆଯାଇଛି। ଫଳରେ ନଦୀ ଶୁଖିଲା ପଡ଼ିଛି। ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି। ଏହାର ସମଧାନ ଦିଗରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ। ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତିା ଏନେଇ ରାଜ୍ୟ ସରକାର ପ୍ରଥମେ ଯେଉଁଭଳି ତତ୍ପରତା  ପ୍ରକାଶ କରୁଥିଲେ ଏବେ କାହିଁକି ଶୀଥିଳତା ଦେଖାଉଛନ୍ତି  କିଛି ବୁଝାପଡୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଯାଇଥିବାବେଳେ ଏହା ସମାଧାନ ନ ହୋଇ ପଡ଼ିରହିଛି। ଏହାର ସମାଧାନ ଟ୍ରିବ୍ୟୁନାଲ କରିପାରିବନାହିଁ ବୋଲି ଡଃ ସିଂହ କହିଛନ୍ତି। ଏହାକୁ ଚାହିଁଲେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରିହେବ। ଏଥିରେ ଯଦି ତାଙ୍କର ଆବଶ୍ୟକତା ପଡ଼େ ତାହାଲେ ସେ ଏଥିରେ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି। ଏନେଇ ସେ ଉଭୟ ରାଜ୍ୟର ପ୍ରଭାବିତ ଲୋକଙ୍କୁ ଏକତ୍ରିତକରି ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏଥିପାଇଁ ସେ ଓଡ଼ିଶା ଛାଡ଼ି ଦିଲୀରେ ପହଞ୍ଚିବା ପର୍ଯ୍ୟନ୍ତ ଉପବାସ ରହିବେ ବୋଲି କହିଛନ୍ତି। ମହାନଦୀ କଲମା ବ୍ୟାରେଜରେ ଅଥଳ ଜଳରାଶି ଲହଡ଼ି ଭାଙ୍ଗୁଥିବାବେଳେ ଓଡ଼ିଶାର ତଳମୁଣ୍ଡ ମରୁଭୂମି ଭଳି ଶୁଖିଲା ପଡିଛି। ଏଭଳି ସ୍ଥିତିରେ ମର୍ମାହତ ହୋଇ ଜଳମାନବ ଡଃ ସିଂ ୨ ଦିନ ଧରି ଖାଦ୍ୟଗ୍ରହଣ ନ କରି ଅନଶନ କରିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କାବେରୀ ନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଚାଲିଥିବାବେଳେ ଦୀର୍ଘ ୭୦ ବର୍ଷ ହେଲାଣି ଏହାର ସମାଧାନ ହୋଇପାରିନାହିଁ। ମହାନଦୀ ଜଳ ବିବାଦ କ’ଣ ଟ୍ରିବ୍ୟୁନାଲରେ ସମାଧାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri