୨୦୨୩ ସୁଦ୍ଧା ସରିବ ଲୋୟର ସୁକ୍‌ତେଲ

ବଲାଙ୍ଗୀର ଅଫିସ,୨୦।୫: ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଘୋର ଅନିଶ୍ଚିତତା ଏବଂ ବହୁ ବାଦବିବାଦରେ ଛନ୍ଦି ହୋଇଥିବା ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଶୀଘ୍ର ଶେଷ ହେବାର ଆଶା ଉଜ୍ଜୀବିତ ହୋଇଛି। ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଡ୍ୟାମ ନିର୍ମାଣ କାମ ଓ ଆନୁଷଙ୍ଗିକ କାର୍ଯ୍ୟ ଚାଲିଛି।
ମିଳିଥିବା ସୂଚନା ମୁତାବକ, ଲୋୟର ସୁକ୍‌ତେଲ ଡ୍ୟାମର ୨୫୫ ମିଟର ଲମ୍ବ ନିର୍ଗମନ ପଥ ବା ସ୍ପିଲୱେ କାମ ପ୍ରାୟ ୯୦ ପ୍ରତିଶତ ଏବଂ ୧୧୫୫ ମିଟର ମାଟିବନ୍ଧ କାମ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଛି। ଏହି ପ୍ରକଳ୍ପରୁ ଖୋଲା କେନାଲ ବଦଳରେ ଚାପଯୁକ୍ତ ବିଦ୍ୟୁତ୍‌ ସଞ୍ଚାଳିତ ଭୂତଳ ନଳ ପଦ୍ଧତିରେ ଜଳସେଚନ ବ୍ୟବସ୍ଥା କରାଯିବ। ଏହି ଭୂତଳ ନଳ ପ୍ରକଳ୍ପର ଟେଣ୍ଡର ଆହ୍ବାନ ସରିଯାଇଛି। ଏଥିସକାଶେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ୨୭୫ଟି ଗ୍ରାମର ପ୍ରାୟ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବା ଲକ୍ଷ୍ୟ ରଖାଯାଇଛି। ଏହାସହିତ ଏହି ପ୍ରକଳ୍ପରୁ ବଲାଙ୍ଗୀର ସହରକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ। ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର, ଲୋଇସିଂହା ଏବଂ ପାଟଣାଗଡ ତହସିଲର ମୋଟ ୨୯ଟି ରାଜସ୍ବ ଗ୍ରାମ ପ୍ରଭାବିତ ହେବ। ତନ୍ମଧ୍ୟରୁ ୧୫ଟି ରାଜସ୍ବ ଗ୍ରାମ ସମ୍ପୂର୍ଣ୍ଣ ବୁଡିଯିବ ଏବଂ ଅବଶିଷ୍ଟ ୧୪ଟି ଗ୍ରାମ ଆଂଶିକ ପ୍ରଭାବିତ ହେବ। ୨୪ ନଭେମ୍ବର ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ଢେର ବିଳମ୍ବ ହୋଇ ଯାଇଥିଲା। ବିସ୍ଥାପିତ ହେବାକୁ ଥିବା ଲୋକେ ବର୍ଷ ବର୍ଷ ଧରି ଆନ୍ଦୋଳନ କରିଥିଲେ। ଏହାସହିତ କେତେଜଣ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ମଧ୍ୟସ୍ଥଙ୍କ ବିବାଦୀୟ ଭୂମିକାରୁ ଏହି ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା। ଦୀର୍ଘ ବର୍ଷ ଧରି ପ୍ରକଳ୍ପ ନିର୍ମାଣ କାମ ନ ହେବାରୁ ଥଇଥାନ, କ୍ଷତିପୂରଣ ଏବଂ ପୁନର୍ବାସ ପ୍ରସଙ୍ଗ ଜଟିଳ ହୋଇପଡିଥିଲା। ୨୦୧୩ ମସିହାରେ ନୂଆ ଭୂମି ଅଧିଗ୍ରହଣ ଆଇନ ଆସିବା ପରେ ଏହି ଜଟିଳତା କମିବା ପରିବର୍ତ୍ତେ ବୃଦ୍ଧି ପାଇଥିଲା।
ପ୍ରକଳ୍ପ ପ୍ରଭାବିତ ୧୫ଟି ଗଁାରେ ଭୂମି ଅଧିଗ୍ରହଣ ଆଇନ-୧୮୯୪ ଅନୁଯାୟୀ ଭୂ-ଅର୍ଜନ ପ୍ରକ୍ରିୟା ସମ୍ପାଦିତ ହୋଇଥିବା ବେଳେ ଅବଶିଷ୍ଟ ୧୪ଟି ଗ୍ରାମରେ ଭୂମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ଏବଂ ଉଚିତ କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଗୋଟିଏ ପ୍ରକଳ୍ପରେ ଦୁଇଟି ଭୂମି ଅଧଗ୍ରହଣ ଆଇନ କାର୍ଯ୍ୟକାରୀ ହେବା ଫଳରେ ବିସ୍ଥାପିତ ଲୋକେ ଏହାର ସ୍ବଚ୍ଛତା ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ପ୍ରକଟ କରି ଆନ୍ଦୋଳନ କରି ଆସୁଥିଲେ। ତେବେ ଏହି ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦିଆଯିବା ପରେ ପ୍ରକଳ୍ପ କାମ ତ୍ୱରାନ୍ବିତ ହୋଇଛି। ଏହି ପ୍ରକଳ୍ପ ପ୍ରଭାବିତ ଗ୍ରାମଗୁଡିକରେ ଜନଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି। ବିଜାପାଟି ଗ୍ରାମ ପରେ ତୁଷରାବାହାଲ, ଭୁଣ୍ଡିମୁହାଣ ଗ୍ରାମରେ ଜନଶୁଣାଣି ସରିଛି।
ଅନ୍ୟ ଗଁାଗୁଡ଼ିକରେ ମଧ୍ୟ ଜନଶୁଣାଣି ଶୀଘ୍ର ହେବ ବୋଲି କୁହାଯାଇଛି। ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି ଯେ, ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗୀର ଜିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଛି। ସେହି ଧାରାରେ କାମ ଚାଲିଛି। ସ୍ପିଲେୱେ ନିର୍ମାଣ ସହ ପ୍ରକଳ୍ପ ପ୍ରଭାବିତଙ୍କ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବିସ୍ଥାପିତ ପରିବାର କିଭଳି ସବୁ ସୁବିଧା ପାଇ ଥଇଥାନ ହେବେ ସେଦିଗରେ କାର୍ଯ୍ୟ କରାଯାଉଛି। ଏହାବାଦ୍‌ ପ୍ରକଳ୍ପର ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗକୁ ମଧ୍ୟ ତର୍ଜମା କରାଯାଉଛି। ୨୦୨୩ ସୁଦ୍ଧା ସ୍ପିଲୱେ ଶେଷ ହେବା ସହ କିଛି ଅଞ୍ଚଳକୁ ଜଳସେଚନ ପାଇଁ ପାଣି ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି। ଏହାଛଡା ଭୂତଳ ନଳ ପଦ୍ଧତିର ଟେଣ୍ଡର ଆହ୍ବାନ ସରିଛି ବୋଲି ଜିଲାପାଳ ରାଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?