୨୦୨୩ ସୁଦ୍ଧା ସରିବ ଲୋୟର ସୁକ୍‌ତେଲ

ବଲାଙ୍ଗୀର ଅଫିସ,୨୦।୫: ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଘୋର ଅନିଶ୍ଚିତତା ଏବଂ ବହୁ ବାଦବିବାଦରେ ଛନ୍ଦି ହୋଇଥିବା ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଶୀଘ୍ର ଶେଷ ହେବାର ଆଶା ଉଜ୍ଜୀବିତ ହୋଇଛି। ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଡ୍ୟାମ ନିର୍ମାଣ କାମ ଓ ଆନୁଷଙ୍ଗିକ କାର୍ଯ୍ୟ ଚାଲିଛି।
ମିଳିଥିବା ସୂଚନା ମୁତାବକ, ଲୋୟର ସୁକ୍‌ତେଲ ଡ୍ୟାମର ୨୫୫ ମିଟର ଲମ୍ବ ନିର୍ଗମନ ପଥ ବା ସ୍ପିଲୱେ କାମ ପ୍ରାୟ ୯୦ ପ୍ରତିଶତ ଏବଂ ୧୧୫୫ ମିଟର ମାଟିବନ୍ଧ କାମ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଛି। ଏହି ପ୍ରକଳ୍ପରୁ ଖୋଲା କେନାଲ ବଦଳରେ ଚାପଯୁକ୍ତ ବିଦ୍ୟୁତ୍‌ ସଞ୍ଚାଳିତ ଭୂତଳ ନଳ ପଦ୍ଧତିରେ ଜଳସେଚନ ବ୍ୟବସ୍ଥା କରାଯିବ। ଏହି ଭୂତଳ ନଳ ପ୍ରକଳ୍ପର ଟେଣ୍ଡର ଆହ୍ବାନ ସରିଯାଇଛି। ଏଥିସକାଶେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ୨୭୫ଟି ଗ୍ରାମର ପ୍ରାୟ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବା ଲକ୍ଷ୍ୟ ରଖାଯାଇଛି। ଏହାସହିତ ଏହି ପ୍ରକଳ୍ପରୁ ବଲାଙ୍ଗୀର ସହରକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ। ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର, ଲୋଇସିଂହା ଏବଂ ପାଟଣାଗଡ ତହସିଲର ମୋଟ ୨୯ଟି ରାଜସ୍ବ ଗ୍ରାମ ପ୍ରଭାବିତ ହେବ। ତନ୍ମଧ୍ୟରୁ ୧୫ଟି ରାଜସ୍ବ ଗ୍ରାମ ସମ୍ପୂର୍ଣ୍ଣ ବୁଡିଯିବ ଏବଂ ଅବଶିଷ୍ଟ ୧୪ଟି ଗ୍ରାମ ଆଂଶିକ ପ୍ରଭାବିତ ହେବ। ୨୪ ନଭେମ୍ବର ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ଢେର ବିଳମ୍ବ ହୋଇ ଯାଇଥିଲା। ବିସ୍ଥାପିତ ହେବାକୁ ଥିବା ଲୋକେ ବର୍ଷ ବର୍ଷ ଧରି ଆନ୍ଦୋଳନ କରିଥିଲେ। ଏହାସହିତ କେତେଜଣ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ମଧ୍ୟସ୍ଥଙ୍କ ବିବାଦୀୟ ଭୂମିକାରୁ ଏହି ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା। ଦୀର୍ଘ ବର୍ଷ ଧରି ପ୍ରକଳ୍ପ ନିର୍ମାଣ କାମ ନ ହେବାରୁ ଥଇଥାନ, କ୍ଷତିପୂରଣ ଏବଂ ପୁନର୍ବାସ ପ୍ରସଙ୍ଗ ଜଟିଳ ହୋଇପଡିଥିଲା। ୨୦୧୩ ମସିହାରେ ନୂଆ ଭୂମି ଅଧିଗ୍ରହଣ ଆଇନ ଆସିବା ପରେ ଏହି ଜଟିଳତା କମିବା ପରିବର୍ତ୍ତେ ବୃଦ୍ଧି ପାଇଥିଲା।
ପ୍ରକଳ୍ପ ପ୍ରଭାବିତ ୧୫ଟି ଗଁାରେ ଭୂମି ଅଧିଗ୍ରହଣ ଆଇନ-୧୮୯୪ ଅନୁଯାୟୀ ଭୂ-ଅର୍ଜନ ପ୍ରକ୍ରିୟା ସମ୍ପାଦିତ ହୋଇଥିବା ବେଳେ ଅବଶିଷ୍ଟ ୧୪ଟି ଗ୍ରାମରେ ଭୂମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ଏବଂ ଉଚିତ କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଗୋଟିଏ ପ୍ରକଳ୍ପରେ ଦୁଇଟି ଭୂମି ଅଧଗ୍ରହଣ ଆଇନ କାର୍ଯ୍ୟକାରୀ ହେବା ଫଳରେ ବିସ୍ଥାପିତ ଲୋକେ ଏହାର ସ୍ବଚ୍ଛତା ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ପ୍ରକଟ କରି ଆନ୍ଦୋଳନ କରି ଆସୁଥିଲେ। ତେବେ ଏହି ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦିଆଯିବା ପରେ ପ୍ରକଳ୍ପ କାମ ତ୍ୱରାନ୍ବିତ ହୋଇଛି। ଏହି ପ୍ରକଳ୍ପ ପ୍ରଭାବିତ ଗ୍ରାମଗୁଡିକରେ ଜନଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି। ବିଜାପାଟି ଗ୍ରାମ ପରେ ତୁଷରାବାହାଲ, ଭୁଣ୍ଡିମୁହାଣ ଗ୍ରାମରେ ଜନଶୁଣାଣି ସରିଛି।
ଅନ୍ୟ ଗଁାଗୁଡ଼ିକରେ ମଧ୍ୟ ଜନଶୁଣାଣି ଶୀଘ୍ର ହେବ ବୋଲି କୁହାଯାଇଛି। ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି ଯେ, ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗୀର ଜିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଛି। ସେହି ଧାରାରେ କାମ ଚାଲିଛି। ସ୍ପିଲେୱେ ନିର୍ମାଣ ସହ ପ୍ରକଳ୍ପ ପ୍ରଭାବିତଙ୍କ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବିସ୍ଥାପିତ ପରିବାର କିଭଳି ସବୁ ସୁବିଧା ପାଇ ଥଇଥାନ ହେବେ ସେଦିଗରେ କାର୍ଯ୍ୟ କରାଯାଉଛି। ଏହାବାଦ୍‌ ପ୍ରକଳ୍ପର ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗକୁ ମଧ୍ୟ ତର୍ଜମା କରାଯାଉଛି। ୨୦୨୩ ସୁଦ୍ଧା ସ୍ପିଲୱେ ଶେଷ ହେବା ସହ କିଛି ଅଞ୍ଚଳକୁ ଜଳସେଚନ ପାଇଁ ପାଣି ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି। ଏହାଛଡା ଭୂତଳ ନଳ ପଦ୍ଧତିର ଟେଣ୍ଡର ଆହ୍ବାନ ସରିଛି ବୋଲି ଜିଲାପାଳ ରାଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri