ଖୁବ୍‌ଶୀଘ୍ର ଆରମ୍ଭ ହେବ ମହାନଦୀ ରିଭରଫ୍ରଣ୍ଟ, ଡିପିଆର ଅନୁମୋଦନ କଲେ ରାଜ୍ୟ ସରକାର

କଟକ,୧୯ା୧(କାର୍ତ୍ତିକ ସାହୁ): ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ସମ୍ବଲପୁର ଓ କଟକରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ହାଇଲେଭଲ କମିଟିରେ ମହାନଦୀ ରିଭରଫ୍ରଣ୍ଟ ନିର୍ମାଣ ନିମନ୍ତେ ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଅନୁମୋଦନ ହୋଇସାରିଥିବା ସିଏମ୍‌ସି କମିଶନର ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କଟକ ବାଲିଯାତ୍ରା ତଳପଡ଼ିଆ ସଂଲଗ୍ନ ଅଞ୍ଚଳରେ ରହିଥିବା ୬୨୦ ଏକର ଜମିରୁ ବାଲିଯାତ୍ରା ପାଇଁ ୩୪ ଏକର ଜମି ବାଦ୍‌ ଦିଆଯିବ। ଅବଶିଷ୍ଟ ୫୮୬ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ପ୍ରକଳ୍ପ ଅଧୀନରେ ଜଙ୍ଗଲ ସୃଷ୍ଟି କରାଯିବ। ବିଶେଷକରି ହାଡ଼ିଆପଠା ଅଞ୍ଚଳରେ ଚାରାରୋପଣ କରି ବନୀକରଣ କରାଯିବ। ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଗାଇଡ୍‌ ଲାଇନ୍‌ ଅନୁସାରେ କାମ କରାଯିବ। ଏଥିରେ କୌଣସି ପକ୍କା ଅଥବା ସିମେଣ୍ଟ କଂକ୍ରିଟ କାମ କରାଯିବ ନାହିଁ। ପ୍ରକଳ୍ପ ଅନୁମୋଦନ ହୋଇସାରିଥିବାରୁ ଏହାର ରୂପରେଖ ଦାୟିତ୍ୱ ନେଇଥିବା ସଂସ୍ଥା ପ୍ରସ୍ତୁତ କରିବ। ଉକ୍ତ ସଂସ୍ଥା ରାଜ୍ୟ ସରକାରଙ୍କୁ ରିଭର ଫ୍ରଣ୍ଟ ରୂପରେଖର ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ଦେଖାଇ ସାରିଛି।

ଅପରପକ୍ଷରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏନେଇ ତତ୍ପରତା ପ୍ରକାଶ ପାଇଛି। ବାଲିଯାତ୍ରା ପାଇଁ ଉଦ୍ଦିଷ୍ଟ ୩୪ ଏକର ଜମି ଚିହ୍ନଟ ହେବା ପରେ ବାକି ଜମିରେ ପ୍ରକଳ୍ପ କାମ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲା ପ୍ରଶାସନ ୩୪ ଏକର ଜମିକୁ ବାଦ୍‌ ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛିି। ସେଥିପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଏକ ବୈଠକ ବସି ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଥିରେ ସିଏମ୍‌ସି, ବନ ବିଭାଗ, ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଯୋଗଦେଇ ନିଜର ମତ ଉପସ୍ଥାପନ କରିଛନ୍ତି। ତତ୍‌ପରେ ଦାୟିତ୍ୱ ନେଇଥିବା ସଂସ୍ଥା ପ୍ରକଳ୍ପର ନିର୍ମାଣ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ଏଥିସହ ଆସନ୍ତା ୨୧ ତାରିଖରେ ରାଜ୍ୟ ସରକାରଙ୍କ ସ୍ତରରେ ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି କମିଶନର ପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, କଟକ ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମାଝୀ ଏକ ବଡ଼ ଘୋଷଣା କରି କହିଥିଲେ, ସାବରମତୀ ଢାଞ୍ଚାରେ ମହାନଦୀରେ ରିଭରଫ୍ରଣ୍ଟ ହେବ। ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଯୋଗାଇଦେବେ। ସମ୍ବଲପୁର ଓ କଟକରେ ଏହି ରିଭରଫ୍ରଣ୍ଟ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇସାରିଛି। ଆହୁରି ୧୫୦ କୋଟି ଟଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଯୋଗାଇ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri