ଦ୍ୱୀପାଞ୍ଚଳର ୧୩ ଗାଁକୁ ମହାନଦୀ ଡର

କେନ୍ଦ୍ରାପଡ଼ା ଅଫିସ,୧୭।୭: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷାର ପ୍ରଭାବ ଶୁକ୍ରବାର ରାତିରୁ ଦେଖାଦେଇଛି। ଏହାର ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି ା ଅପରପକ୍ଷରେ ଆସନ୍ତା ୧୮ ତାରିଖରେ ହୀରାକୁଦର ଗେଟ୍‌ ଖୋଲା ହେବ ବୋଲି ମୁଖ୍ୟଯନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଣି ଛଡ଼ାଯିବା ପରେ ମହାନଦୀ ସିଷ୍ଟମରେ ଜଳପତ୍ତନ ବୃଦ୍ଧି ପାଇବ। ଏହି ସୂଚନା ମିଳିବା ପରେ ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମବାସୀଙ୍କ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ମୌଳିକ ସମସ୍ୟାର ସମାଧାନ ପାଇଁ ଲଢ଼ୁଥିବା ବେଳେ ଲୁଣା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ବହୁ ସ୍ଥାନରେ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କା ରହିଛି। ସେହିପରି କରାଣ୍ଡିଆ ଆଡ଼ିବନ୍ଧର ମରାମତି ଅଧାରେ ଅଟକି ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଆୟତପୁରର ପିନାକୀ ସାମନ୍ତରାୟ କହିଛନ୍ତି, ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ୧୩ ରାଜସ୍ବ ଗଁା ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିନାହିଁ। କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଆଦି ମୌଳିକ ସମସ୍ୟା ଲାଗିରହିଛି। ଦ୍ୱୀପାଞ୍ଚଳର ୧୩ ଗ୍ରାମ ଏବେ ୩ ବ୍ଲକ ଅଧୀନସ୍ଥ ୫ ପଞ୍ଚାୟତରେ ରହିଛି। ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ଆଇତିପୁର, ବଳରାମପୁର, ବାଳିସିଂ ଗଁା ଥିବା ବେଳେ ଜଳପୋକ ପଞ୍ଚାୟତ ଅଧୀନରେ ଥିବା ଡିହଜଳପୋକ, ପକ୍ଷଟ, କଣିବାଙ୍କ ସହ ଡେରାବିଶ ବ୍ଲକର ବସପୁର ପଞ୍ଚାୟତ ଅଧୀନରେ ଥିବା ଡିହବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଅଛି। ସେହିପରି ଗରଦପୁର ବ୍ଲକସ୍ଥ ବଙ୍ଗାଳପୁର ପଞ୍ଚାୟତର ସାନସଲାର, ଶିଶୁଆ ଓ ସଠିଲୋ ଗ୍ରାମ ରହିଛି। ଏହି ୧୩ ରାଜସ୍ବ ଗ୍ରାମର ଗୋଟିଏ ପାର୍ଶ୍ୱରେ କରାଣ୍ଡିଆ ଓ ଅନ୍ୟ ପାର୍ଶ୍ୱରେ ଲୁଣାନଦୀ ପ୍ରବାହିତ ହେଉଛି। ସଠିଲୋ ନିକଟରୁ ଏହି ଦ୍ୱୀପାଞ୍ଚଳ ଆରମ୍ଭ ହୋଇ ଡିହବଳରାମପୁରରେ ଶେଷ ହୋଇଛି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ପନିପରିବା ଚାଷ ହୋଇଥିବା ବେଳେ ଜଳସେଚନ ଓ ଉଠା ଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଶେଷ ହୋଇ ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ରମେଶ ଚନ୍ଦ୍ର ବାରିକ କହିଛନ୍ତି, ବେଆଇନ ବାଲି ଚାଲାଣ ନଦୀ ବନ୍ଧକୁ ଦୁର୍ବଳ କରିଛି। କରାଣ୍ଡିଆ ନଦୀ ଉପରେ ଏକ ପଥର ଆଡ଼ିବନ୍ଧ ନିର୍ମାଣ ଅଧାରେ ଅଟକି ଯାଇଛି। ଲୁଣାନଦୀର ବାମପାର୍ଶ୍ୱ ସୁଦୃଢ଼ ହେଉଥିବା ବେଳେ ଦକ୍ଷିଣପାର୍ଶ୍ୱ ବନ୍ଧର ବହୁ ସ୍ଥାନ ଦୁର୍ବଳ ଅଛି। ମହାନଦୀ ସିଷ୍ଟମରେ ବନ୍ୟାଜଳ ପ୍ରବାହିତ ହେଲେ ଦ୍ୱୀପାଞ୍ଚଳବାସୀଙ୍କ ପାଇଁ ବିପଦ ଘନେଇ ଆସୁଛି। ସେହିପରି ଡିହବଳରାମପୁର ଗ୍ରାମର ରମେଶ ଚନ୍ଦ୍ର ସାହାଣୀ କହିଛନ୍ତି, ଦ୍ୱୀପାଞ୍ଚଳରେ ଲୁଣାନଦୀ ବାମପାର୍ଶ୍ୱ ବନ୍ଧର ଲମ୍ବ ୫ କିଲୋମିଟର। ଏଥିରୁ ପ୍ରଥମ ୨ କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଅବଶିଷ୍ଟ ଜଳସମ୍ପଦ ବିଭାଗ ଅଧୀନରେ ଅଛି। ବିଭିନ୍ନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀବନ୍ଧ ନିର୍ମାଣ ପାଇଁ ଟେଣ୍ଡର ହେଉଥିଲେ ମଧ୍ୟ ପ୍ରକଳ୍ପ ଅଧାପନ୍ତରିଆ ରହୁଛି। ଅପରପକ୍ଷରେ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଏହି ଦ୍ୱୀପାଞ୍ଚଳରେ ମୌଳିକ ସୁବିଧା ମିଳୁ ନ ଥିବା ଗ୍ରାମବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଏ ନେଇ ବିଭିନ୍ନ ବୈଠକରେ ଆଲୋଚନା ହୋଇଛି। ଦ୍ୱୀପାଞ୍ଚଳର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri