ମହାନଦୀ, ବ୍ରାହ୍ମଣୀ ଜଳ ପ୍ରଦୂଷିତ

ଯାଜପୁର ଅଫିସ,୮।୫: ରାଜ୍ୟରେ ପ୍ରବାହିତ ମହାନଦୀ ଓ ବ୍ରାହ୍ମଣୀ ନଦୀର ୧୯ଟି ସ୍ଥାନର ଜଳରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ରହିଥିବାରୁ ତାହା ବ୍ୟବହାର ଅନୁପଯୋଗୀ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ୨୦୨୧ ବର୍ଷ ପାଇଁ ୧୧ଟି ନଦୀର ୧୨୯ଟି ସ୍ଥାନରୁ ହୋଇଥିବା ଜଳନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଗତ ଏପ୍ରିଲ ୨୭ରେ ଏସ୍‌ପିସିବିର ସଦସ୍ୟ ସଚିବ ସବିଶେଷ ଜଳନମୁନା ପରୀକ୍ଷା ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଉପରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଚନ୍ଦ୍ରଶେଖର ପାଢ଼ୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ସେଚ ସଦନର ଚିଫ୍‌ ଇଞ୍ଜିନିୟରଙ୍କୁ ଗତ ୬ ତାରିଖରେ ସୂଚନା ଦେଇଛନ୍ତି। ଶିଳ୍ପ କାରଖାନା ଏବଂ ସହରର ବର୍ଜ୍ୟଜଳ ନିଷ୍କାସନରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ଯାଜପୁର ଓ କେନ୍ଦୁଝର ଜିଲାର ଖଣି ସମେତ ଶିଳ୍ପ କାରଖାନାରୁ ନିର୍ଗତ ପାଣି ବ୍ୟବହାର ଉପଯୋଗୀ ବୋଲି ରିପୋର୍ଟରେ ଦର୍ଶାଯାଇଥିବାରୁ ପରୀକ୍ଷାର ସତ୍ୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀକୁ ଲୋକଙ୍କ ଜୀବନରେଖା ଭାବେ ଅଭିହିତ କରାଯାଇଥାଏ। ଏହି କ୍ରମରେ ନଦୀଜଳକୁ ସ୍ବଚ୍ଛ ରଖିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହୋଇଛି। ତେଣୁ ଏସ୍‌ପିସିବି ପ୍ରତିବର୍ଷ ନଦୀକୂଳର ବିଭିନ୍ନ ସ୍ଥାନରୁ ଜଳନମୁନା ସଂଗ୍ରହ କରି ପରୀକ୍ଷା ରିପୋର୍ଟ ସରକାରଙ୍କୁ ବିହିତ ପଦକ୍ଷେପ ନେବାକୁ ପ୍ରଦାନ କରିଥାଏ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ତାହା ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେଉ ନ ଥିବାରୁ ଅଞ୍ଚଳବାସୀ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ରହିଛି। ୨୦୨୧ରେ ମହାନଦୀର ୫୫ଟି ସ୍ଥାନରୁ ହୋଇଥିବା ଜଳନମୁନା ପରୀକ୍ଷାରେ ୪୦ଟି ସ୍ଥାନର ଜଳ ସହ୍ୟ କରିବାର ସୀମିତ (ଟଲରେନ୍ସ ଲିମିଟ) ବୋଲି ଦର୍ଶାଯାଇଛି। ତେବେ ଏହି ନଦୀର ୮ଟି ସ୍ଥାନ ଯଥା କଟକ କାଠଯୋଡ଼ି, ସେରୁଆ, ଦୟା ନଦୀ ଭୁବନେଶ୍ୱର, ରାଜଧାନୀ ଇଞ୍ଜିନିୟର କଲେଜ ନିକଟ, ପଳାଶୁଣୀ, ସାମନ୍ତରାପୁର ଓ ଭାଡିମୁଲରୁ ଉଭୟ ବିଓଡି (ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ) ଏବଂ ଟିସି (ଟୋଟାଲ କୋଲିଫର୍ମ) ଭଳି ବିଷାକ୍ତ ଦ୍ରବ୍ୟ ଯେତିକି ରହିବା କଥା ତା’ଠାରୁ ଅଧିକ ମିଳିଛି। ସେହିପରି ଗୋଲସାହି(ମଙ୍ଗଳା) ନିକଟରୁ କେବଳ ବିଓଡି ଅଧିକ ରହିଛି। ଅନ୍ୟପକ୍ଷେ ୬ଟି ସ୍ଥାନ କାଠଯୋଡ଼ି ମତଗଜପୁର, ଦୟା ନଦୀର ଗେଲପୁର ଓ କଣାସ, କୁଶଭଦ୍ରା ନଦୀର ଭିଙ୍ଗାରପୁର, ନିମାପଡ଼ା ଓ ଗୋପ ନିକଟରୁ କେବଳ ଟିସି ରାସାୟନିକ ଦ୍ରବ୍ୟ ଅଧିକ ମିଳିଛି। ମଣିଷ ବ୍ୟବହାର, ଭୁବନେଶ୍ୱର ଓ କଟକ ସହରର ବର୍ଜ୍ୟଜଳ ଉପରୋକ୍ତ ନଦୀରେ ମିଶୁଥିବାରୁ ଜଳ ବ୍ୟବହାର ଉପଯୋଗୀ ହୋଇ ପାରିନାହିଁ। ସେହିପରି ରାଜ୍ୟର ବ୍ରାହ୍ମଣୀ ନଦୀର ୪୧ଟି ସ୍ଥାନରୁ ହୋଇଥିବା ଜଳ ନମୁନା ପରୀକ୍ଷାରେ ୩୭ଟି ସ୍ଥାନର ଜଳ ବ୍ୟବହାର ଉପଯୋଗୀ। ଅଥଚ ଏହି ନଦୀର ୩ଟି ସ୍ଥାନ ଯଥା ପାନପୋଷ, ରାଉରକେଲା ଓ ଗୁରଡିହ ନାଳରେ ଉଭୟ ବିଓଡି ଓ ଟିିସି ଅଧିକ ରହିଛି। ଏହାବାଦ୍‌ ଗୋଟିଏ ସ୍ଥାନ ରାଉରକେଲା ଅଟାଘାଟ ନିକଟରେ କେବଳ ବିଓଡି ରହିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ସହରରୁ ନିର୍ଗତ ବର୍ଜ୍ୟପାଣି ଯୋଗୁ ଏଭଳି ବିପଦ ଦେଖା ଦେଇଛି। ଅନ୍ୟପକ୍ଷେ ବୈତରଣୀର ୧୪, ଋଷିକୁଲ୍ୟାର ୬, ନାଗବଳିର ୩, ସୁବର୍ଣ୍ଣରେଖା ୧, ବୁଢାବଲଙ୍ଗ ନଦୀର ୪, କୋଲାବ ନଦୀର ୧, ବଂଶଧରାର ୨, ଇନ୍ଦ୍ରାବତୀର ୧ ଓ ବାହୁଦା ନଦୀର ଗୋଟିଏ ସ୍ଥାନର ଜଳନମୁନାରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ସୀମିତ ମଧ୍ୟରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧ା୭ା୨୦୨୧ ଓ ୨ା୭ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡନାଳା ପାଣି ନମୁନା ପରୀକ୍ଷାରେ ସାଏନାଇଡ ପ୍ରାୟ ୨ ଗୁଣ ଓ ଫେନୋଲିକ୍‌ କମ୍ପାଉଣ୍ଡ ୧୫ ଗୁଣ ଅଧିକ ରହିଥିବା ଜଣାପଡିଥିଲା। ସେହିପରି ବ୍ରାହ୍ମଣୀରେ ମିଶିଥିବା ସୁକିନ୍ଦା ଖଣି ଅଞ୍ଚଳରେ ପ୍ରବାହିତ ଡମଶାଳା ପାଣି ବ୍ୟବହାର ଅନୁଯୋଗୀ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏସ୍‌ପିସିବିର ଏହି ରିପୋର୍ଟରେ ଗଣ୍ଡନାଳା ଓ ଡମଶାଳା ନଦୀଜଳକୁ କ୍ଲିନ୍‌ଚିଟ୍‌ ମିଳିଥିବା ନେଇ ସାଧାରଣରେ ଭିନ୍ନ ମତପ୍ରକାଶ ପାଇଛି। ବିଷାକ୍ତ ଜଳ ନିଃଶ୍ୱାସ-ପ୍ରଶ୍ୱାସ ସ୍ନାୟକୁ ଅକାମୀ କରିଦିଏ, ସ୍ମରଣଶକ୍ତି ହ୍ରାସ କରେ, ଦନ୍ତ କର୍କଟ, ଓଜନ ବୃଦ୍ଧି କରେ, ହୃତ୍‌ପିଣ୍ଡର ଗତିକୁ ଶିଥିଳ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସଂରକ୍ଷଣ, ସଂରଚନାରେ ବାଧା ସୃଷ୍ଟି କରିଥାଏ। ମସ୍ତିଷ୍କକୁ ଅଚଳ କରିଦିଏ ଏବଂ ହରମୋନ କ୍ଷରଣ ବନ୍ଦ କରିଦିଏ। ଆସ୍ତେ ଆସ୍ତେ ମଣିଷକୁ ମୃତ୍ୟୁ ମୁହଁକୁ ଠେଲିଦିଏ। ଏଭଳି ସ୍ଥିତିରେ ନଦୀଜଳର ସ୍ବଚ୍ଛତା ଏବଂ ନିରପେକ୍ଷ ପରୀକ୍ଷା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri