ବୈତରଣୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ର

ଯାଜପୁର ଟାଉନ,୮।୫(ଡି.ଏନ.ଏ.): ଯାଜପୁର ସହରର ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରେ ନିର୍ମାଣାଧୀନ ବ୍ୟାରେଜ୍‌ ନିକଟରେ ଶୁକ୍ରବାର ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଶନିବାର ପୁଣି ଉକ୍ତ ନଦୀରେ ବୁଡ଼ି ଜଣେ ୧୦ମ ଶ୍ରେଣୀ ଛାତ୍ର ପ୍ରାଣ ହରାଇଛନ୍ତି। ସେ ହେଲେ ସହରର ରାଉତରାପୁରର ରାଜେନ୍ଦ୍ର କୁମାର ସାହୁଙ୍କ ବଡ଼ପୁଅ ପ୍ରିୟାଂଶୁ ସାହୁ(୧୬)। ପରୀକ୍ଷା ସରିବା ପରେ ଛାତ୍ର ଜଣକ ସାଙ୍ଗମାନଙ୍କ ସହ ବୈତରଣୀ ନଦୀର ପଣସା ପଞ୍ଚାୟତ ମୋଟରଙ୍ଗାପାଳ ନଦୀଘାଟରେ ଗାଧୋଉଥିଲେ। ଗାଧୋଇବା ପରେ ସେଠାରେ ପାର୍ଟି ମନାଇବାକୁ ସାଥିରେ ବିରିୟାନି କିଣି ଆଣିଥିଲେ। ସମସ୍ତେ ଗାଧୋଉଥିବାବେଳେ ପ୍ରିୟାଂଶୁଙ୍କ ହଠାତ୍‌ ଗଭୀର ଜଳରେ ବୁଡ଼ିଯାଇଥିଲେ। ସାଥୀ ପିଲାମାନେ ଚିତ୍କାର କରିବାରୁ ନିକଟସ୍ଥ କ୍ଷେତରେ କାମ କରୁଥିବା ଚାଷୀମାନେ ଆସି ୪ଜଣଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ହେଲେ ପ୍ରିୟାଂଶୁଙ୍କୁ ବଞ୍ଚାଇ ପାରି ନ ଥିଲେ। ମୃତ ପ୍ରିୟାଂଶୁ ନିକଟସ୍ଥ ଜିଲାସ୍କୁଲର ଜଣେ ମେଧାବୀ ଓ ଶାନ୍ତ ସ୍ବଭାବର ଛାତ୍ର ଥିଲେ। ଅନ୍ୟପକ୍ଷରେ ଏହି ସ୍ଥାନ ସମେତ ନଦୀଶଯ୍ୟାର ବିଭିନ୍ନ ସ୍ଥାନରେ ବେଧଡ଼କ ବାଲି ଚୋରି ଯୋଗୁ ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ମେଶିନରେ ଏବଂ ନଦୀସ୍ରୋତ ମଧ୍ୟରୁ ବାଲି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ କଟକଣା ରହିଥିଲେ ମଧ୍ୟ ବାଲିମାଫିଆ ତହସିଲ ଓ ପ୍ରଭାବଶାଳୀଙ୍କ ବାହୁ ଛାୟା ତଳେ ରହିଥିବାରୁ ସେମାନେ ମନଇଚ୍ଛା ଯେଉଁଠି ନାହିଁ ସେଠି ଖନନ କରୁଛନ୍ତି। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ତେଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri