ଷୋଳସାପାଣ୍ଠ ଜମିରେ ଲଙ୍ଗଳରେ ଚାଷ କରିଥିଲେ ମହାଦେବ

କାଳିପଦା, ୮।୩(ରାଜଶ୍ରୀ ପାଣିଗ୍ରାହୀ): ବାଲେଶ୍ୱର ଜିଲାରେ ଥିବା ପ୍ରାଚୀନ ଶୈବପୀଠ ମଧ୍ୟରୁ ବାବା ଲଙ୍ଗଳେଶ୍ୱର ପୀଠରେ ପୂଜା ପାଉଛନ୍ତି ଉଭୟ ମହାଦେବ ଓ ମାତା ପାର୍ବତୀ। ବାଲେଶ୍ୱର ସଦର ମହକୁମାଠାରୁ ୪୮କି.ମି. ଓ ବାଲିଆପାଳ ବ୍ଲକ ସଦରଠାରୁ ୨୦ କି.ମି. ଦୂରରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ପୂର୍ବପାର୍ଶ୍ୱ ଦେଇ ବୋହିଯାଇଥବା ପାର୍ବତୀ ନଦୀ ମନ୍ଦିରର ଶୋଭାବର୍ଦ୍ଧନ କରେ। ସ୍ବୟଂ ମହାଦେବ ମନ୍ଦିର ସନ୍ନିକଟ ଷୋଳସାପାଣ୍ଠ ବିସ୍ତୀର୍ଣ୍ଣ ଜମିରେ ଲଙ୍ଗଳ ଦ୍ୱାରା ଚାଷ କରିଥିଲେ ବୋଲି ଲୋକକଥା ଅଛି। ସେହି ଅନୁସାରେ ପୀଠର ନାମକରଣ ହୋଇଛି ଲଙ୍ଗଳେଶ୍ୱର। ଦେବୋତ୍ତର ଜମି ବିବାଦ କାରଣରୁ ପୀଠର କୌଣସି ଉନ୍ନତି ହୋଇପାରୁନାହିଁ। ୨୦୧୦ରେ ତକତ୍ାଳୀନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତିଙ୍କ ଉଦ୍ୟମରେ ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଏହାର ବିକାଶ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ୨୦୨୩ ମସିହାରେ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ଲଙ୍ଗଳେଶ୍ୱର ଗସ୍ତ ସମୟରେ ଏହାର ବିକାଶ ପାଇଁ ବହୁତ ଲୋକ ଦାବି କରିଥିଲେ। ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମନ୍ଦିର ବିକାଶ ପାଇଁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେହି ଅନୁଦାନରେ ମନ୍ଦିର ସମ୍ମୁଖରେ କେବଳ ଏକ ନାଟ ମନ୍ଦିର ନିର୍ମାଣ କରାଯାଇଛି।
କିମ୍ବଦନ୍ତୀ ଅନୁସାରେ ଶିବ ଓ ପାର୍ବତୀଙ୍କ ମଧ୍ୟରେ କଳହ ହେବାରୁ ମହାଦେବ ଏହି ସ୍ଥାନକୁ ଆସନ୍ତି। ଶିବଗଣଙ୍କ ମଧ୍ୟରୁ ବାସୁଆ ଓ ପବନା ମହାଦେବଙ୍କ ଅନୁଗାମୀ ହୋଇ ତାଙ୍କ ସହିତ ଏହି ସ୍ଥାନରେ ରହିଛନ୍ତି। ମହାଦେବ ନିଜ ମହିମା ପ୍ରକଟ କରିବାକୁ ଯାଇ ତାଙ୍କର ଲୀଳା ଖେଳା ପାଶର୍‌ବବର୍ତ୍ତୀ ସ୍ଥାନରେ କରିଛନ୍ତି। ବଣିଆଡ଼ିହା, ମହାବଳା, ପାର୍ବତୀପୁର, ଗଞ୍ଜା,ଜାମଶୂଳୀ, ଗଞ୍ଜା, ଗୋହାଳିପଦା ଆଦି ଗ୍ରାମଗୁଡ଼ିକର ନାମକରଣ ଏଥିରୁ ପ୍ରତିପନ୍ନ ହୋଇଛି। ପାର୍ବତୀ ମହାଦେବଙ୍କ ବିରହକୁ ସହ୍ୟ କରି ନ ପାରି କେଉଟୁଣୀ ବେଶରେ ନଦୀରେ ନୌକାରେ ଆସି ଏହି ସ୍ଥାନରେ ପହଞ୍ଚନ୍ତି। ଏହିଠାରେ ହୁଏ ଶିବ ଓ ପାର୍ବତୀଙ୍କ ମିଳନ। କିଛି ଦିନ ଅବସ୍ଥାନ ପରେ ସେମାନେ ଫେରିଯାଆନ୍ତି କୈଳାସକୁ। ଯିବା ସମୟରେ ତାଙ୍କ ଲଙ୍ଗଳ ଫାଳକୁ ମଧ୍ୟ ସେଠାରେ ସ୍ଥାପନ କରିଯାଇଥିଲେ। କଳା ମୁଗୁନି ପଥରରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଅଦ୍ୟାବଧି ଅକ୍ଷୁର୍ଣ୍ଣ ରହିଛି। ମହାଦେବଙ୍କ ଲକ୍ଷାଧିକ ଭକ୍ତ ଏହି ଅଞ୍ଚଳରେ ରହିଛନ୍ତି। ମହାଦେବଙ୍କ ଅନେକ ପର୍ବ ରହିଥିଲେ ବି ଜାଗର ଓ ପାଟ ପର୍ବ ଖୁବ୍‌ ପ୍ରସିଦ୍ଧ। ଜାଗର ମେଳା ଏହି ପୀଠରେ ୧୫ ଦିନ ଧରି ବସେ। ଜାଗର ଓ ମେଳା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଲୋକଙ୍କ ସମାବେଶ ହୁଏ। ଭକ୍ତମାନେ ଏହି ଦିନରେ ସନ୍ଧ୍ୟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ମାନସିକ ପୂରଣ ପାଇଁ ଦୀପ ଜାଳି ଥାନ୍ତି। ଚଳିତବର୍ଷ ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri