୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ମହାଭାରତ’!

ମୁମ୍ବାଇ: ମହାଭାରତ ସିରିୟଲ ଟେଲିଭିଜନରେ ଏକ ବହୁ ଆଦୃତ ସିରିଏଲର ମାନ୍ୟତା ପାଇଥିଲା । ଏବେ ଏହି ମହାଭାରତ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଥିବା ଶୁଣିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ ହେରାଫେରି ଓ ୱେଲକମ ଭଳି କ୍ଲାସିକ କମେଡି ସିନେମା ଭେଟି ଦେଇଥିବା ନିର୍ଦ୍ଦେଶକ ଫିରୋଜ ନାଡିୟାଡୱାଲା ଏହି ମହାକାବ୍ୟ ମହାଭାରତର ୨ ।୦ ସଂସ୍କରଣର ନୂଆ ଟେକନିକ ସହ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିକଟରେ ତାଙ୍କର ନିକଟତମ ସୂତ୍ରରୁ ଏହି ଖବର ମିଳିଥିଲା । ତେବେ ମହାଭାରତର କାମ ଆରମ୍ଭ ହୋଇ ଯାଇଥିବା କୁହାଯାଉଛି । ଏହାର ବଜେଟ ନିର୍ଦ୍ଦେଶକ ୭୦୦ କୋଟି ବା ତା’ଠାରୁ ଅଧିକ ହେବ ବୋଲି ଅନୁମାନ କରିଛନ୍ତି । କାରଣ ନିର୍ଦ୍ଦେଶକ ଏକ ଅସାଧାରଣ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୂଚନାଯୋଗ୍ୟ, ୧୯୬୫ରେ ନିର୍ମାତା ଏଜି ନାଡିୟାଡୱାଲା ମହାଭାରତ ନାମକ ଏକ ଫିଲ୍ମ ନିର୍ମାଣ କରିଥିଲେ, ଯାହାକୁ ବକ୍ସ ଅଫିସରେ ବଡ ସଫଳତା ମିଳିଥିଲା ।
ଏବେ ୪-୫ ବର୍ଷ ହେବ ସ୍କ୍ରିପ୍ଟ ଉପରେ କାମ ଚାଲିଥିବା କୁହାଯାଉଛି । ଏହାକୁ ଅତି ସୁନ୍ଦର କରିବାକୁ ପ୍ରି-ପ୍ରଡକଶନରେ କିଛି ବର୍ଷ ସମୟ ଲାଗିବ । ଏହାର ମୁଖ୍ୟ ଫଟୋଗ୍ରାଫି ୨୦୨୫ରେ ଆରମ୍ଭ ହେବ ଓ ଏହା ହିନ୍ଦୀ ଭାଷାରେ ରିଲିଜ କରାଯିବ । ପରେ ଏହାକୁ ଅନ୍ୟ ଭାରତୀୟ ଭାଷାରେ ଡବ କରାଯିବାର ଯାଜନା ରହିଛି । ଏହି ଫିଲ୍ମ ମାଧ୍ୟମରେ ୩ ଘଣ୍ଟାରେ ସମସ୍ତ କାହାଣୀ କହି ଦିଆଯିବ । ଫିଲ୍ମର ଟ୍ୟାଗ ଲାଇନ ‘ରାଇଟ ଓଭର ମାଇଟ’ ରହିବ । ଏଥିରେ ଅଧିକାଂଶ ଆକ୍ସନ ବାସ୍ତବିକ ହେବ । ଖବର ଅନୁଯାୟୀ, ଏହି ଫିଲ୍ମ ଲଡ ଅଫ ସିଙ୍ଗସ, ଷ୍ଟାର ୱାର୍ସ, ହ୍ୟାରି ପୋଟର ଆଦି ସହ ହଲିଉଡର ମାର୍ବଲ ଓ ଡିସି ଫିଲ୍ମକୁ ଟକ୍କର ଦେବ ।

ଫିଲ୍ମର କାଷ୍ଟିଂ ପାଇଁ ପ୍ରଡକସନ ହାଉସ ଅକ୍ଷୟ କୁମାର, ଅଜ ଦେବଗନ, ରଣବୀର ସିଂ, ନାନା ପାଟେକର, ପରେଶ ରାୱଲ ଓ ଅନିଲ କପୁରଙ୍କୁ ନେବାକୁ ଚିନ୍ତା କରୁଛି । ଅଖିଳ ଭାରତୀୟ ରିଲିଜକୁ ଦେଖି ନିର୍ମାତା ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଅଭିନେତ୍ରୀଙ୍କୁ କାଷ୍ଟ କରିପାରେ ବୋଲି ବି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?