‘ମଗଜି’ରେ ବାଜିପାରେ ମୋହର

ଢେଙ୍କାନାଳ ଅଫିସ, ୩୦।୧୧: ଢେଙ୍କାନାଳର ପାରମ୍ପରିକ ମିଷ୍ଟାନ୍ନ ମଗଜି ଲଡୁକୁ ମିଳିପାରେ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା। ଏହାର ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତା ଡିସେମ୍ବର ୬ରେ ଭୁବନେଶ୍ୱରରେ ଜିଆଇ ଅଥରିଟିଙ୍କ ଉପସ୍ଥିତିରେ ଏହାର ଶୁଣାଣି ହେବ। ସେଠାରେ ସବୁଜ ସଙ୍କେତ ମିଳିଲେ ମଗଜି ଲଡୁ ବିଧିବଦ୍ଧ ଭାବେ ମାନ୍ୟତା ହାସଲ କରିବ ବୋଲି ଜଣାପଡ଼ିଛି।
ଏହି ସ୍ବାଦିଷ୍ଟ ମିଠାର ପ୍ରସ୍ତୁତି ଶୈଳୀ ନିଆରା। ମଇଁଷି କ୍ଷୀରରୁ ପ୍ରସ୍ତୁତ ଛେନା, ଚିନି, ଗୁଜୁରାତି ଗୁଣ୍ଡ ସାଙ୍ଗକୁ ଜିଲାର ପୁରୁଖା ମିଠା କାରିଗରଙ୍କ ହାତର ଜାଦୁକରି ସ୍ପର୍ଶ ଏହାକୁ ସ୍ବତନ୍ତ୍ର କରିଛି। ମଗଜି ଲଡୁକୁ ଜିଆଇ ମାନ୍ୟତା ଦେବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା। ଏହାକୁ ଗ୍ରହଣ କରିଥିଲେ ଜିଆଇ କର୍ତ୍ତୃପକ୍ଷ। ତେବେ ପରୀକ୍ଷା ନିରୀକ୍ଷା ପରେ ଏ ସମ୍ପର୍କିତ ଅଧିକ ତଥ୍ୟ ଲୋଡ଼ିଥିଲେ। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବା ପରେ ମଗଜି ଲଡୁ ଜିଆଇ ମାନ୍ୟତା ଆଡ଼କୁ ଆଉ ପାଦେ ଆଗେଇଛି। ପୁଷ୍ଟିକର ଗୁଣରେ ଭରପୂର ମଗଜି ନିଶ୍ଚିତ ଭାବେ ଜିଆଇ ମାନ୍ୟତା ପାଇବ ବୋଲି ଜିଲାର ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀଙ୍କ ସମେତ ମିଠା କାରିଗରମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ମଗଜି ଲଡୁକୁ ମାନ୍ୟତା ମିଳିଲେ ଢେଙ୍କାନାଳ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିହେବ। ଦୁଗ୍ଧ ଚାଷୀ, ଗୋପାଳକ, ମିଠା କାରିଗର, ମିଠା ବ୍ୟବସାୟୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ମନ୍ଦାର, ଷଡ଼ଙ୍ଗୀ ଅଞ୍ଚଳରୁ ଏହି ମିଠାର ସୃଷ୍ଟି। ଭୁବନ, ମନ୍ଦାର, କାଶୀପୁର, ଷଡ଼ଙ୍ଗୀ, ଗଁଦିଆ, ବିଧାରପୁର, ଦେଓଗଁା ଏବଂ ଢେଙ୍କାନାଳ ସହରର ମିଠା ଦୋକାନରେ ମଗଜି ଲଡୁ ବିକ୍ରି ହେଉଥିବାବେଳେ ଏହାର ଚାହିଦା କାହିଁରେ କେତେ। ବଣପାହାଡ଼ ଘେରା ଗଁଦିଆ ବ୍ଲକର ଚାରଣ ଭୂମି ଗୋ-ମହିଷାଦି ପ୍ରାଣୀସମ୍ପଦ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ପୂର୍ବକାଳରେ ଏଠାରେ ବହୁସଂଖ୍ୟାରେ ମଇଷଁି ପାଳନ କରାଯାଉଥିବାବେଳେ ପ୍ରଚୁର ଦୁଗ୍ଧ ଉତ୍ପାଦନ ହେଉଥିଲା। ଏହି କ୍ଷୀରକୁ ପ୍ରକ୍ରିୟାକରଣ କରାଯାଇ ମଗଜି ଲଡୁ ପ୍ରସ୍ତୁତ ହୋଇଥିଲା। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଢେଙ୍କାନାଳର ମଗଜି ଲଡୁ ବହୁ ପୁରୁଣା ଏବଂ ସ୍ବତନ୍ତ୍ର ମିଠା ା ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବାର ଆବଶ୍ୟକତା ରହିଛି। ଏଥିପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri