ବାଜିଲା ମଣ୍ଡେଇ ବିଗୁଲ୍‌

ନବରଙ୍ଗପୁର,୩୦।୧୧(ବି.ପ୍ର.): ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇର ମଙ୍ଗଳବାର ଶୁଭ ଉଦ୍‌ଘାଟନ କରାଯାଇଛି। ବେତାଳ ବିଦ୍ୟାଳୟ ନିକଟରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ଦେବୀପୀଠରୁ ଆସିଥିବା ଲାଠି ଓ ଚୌକି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟ, ତାଳ ସହ ସାଇଲୋଡି ନୃତ୍ୟ ଦେଖିବାକୁ ମିଳିଥିଲା। କୃଷି, ଏମଜିଏନଆରଇଜିଏସ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ, ଉଦ୍ୟାନ କୃଷି ଭଳି ବିଭିନ୍ନ ଉନ୍ନୟନ ବିଭାଗର ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ଶୋଭାଯାତ୍ରା ନବରଙ୍ଗପୁର ବ୍ଲକ ବାସିନୀ ପଞ୍ଚାୟତ ବେତାଳ ଗାଁସ୍ଥିତ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପହଞ୍ଚତ୍ବା ପରେ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ. କମଳଲୋଚନ ମିଶ୍ରଙ୍କ ପୌରୋହିତ୍ୟରେ ସେଠାରେ ପୂଜାର୍ଚ୍ଚନା ପରେ ଜିଲାସ୍ତରୀୟ ମଣ୍ଡେଇ ଉଦ୍‌ଘାଟନ କରାଯାଇଛି।
ମଣ୍ଡେଇ ଜିଲାର ପରିଚୟ, ଗୌରବ
ପୂଜାର୍ଚ୍ଚନା ପରେ ମଶାଲ ପ୍ରଜ୍ୱଳିତ କରାଯାଇ ମଞ୍ଚକୁ ଅଣାଯାଇଥିଲ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପପେନ୍ଦ୍ର ଗଣ୍ଡ ଯୋଗ ଦେଇ ମଣ୍ଡେଇ ଜିଲାର ଆଦିବାସୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରୁଛି ବୋଲି କହିଥିଲେ। ମଣ୍ଡେଇ ମହୋତ୍ସବ ନବରଙ୍ଗପୁର ଜିଲାକୁ ପରିଚିତ କରିପାରିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲାର ଲୋକ କଳା ଓ ଲୋକ ସଂସ୍କୃତିର ପୁନରୁଦ୍ଧାର ହୋଇ ପାରୁଛି ବୋଲି ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ କହିଛନ୍ତି। ମଣ୍ଡେଇ ଜିଲାର କଳା ସଂସ୍କୃତି ବିକାଶରେ ସହାୟକ ହୋଇପାରିଛି ବୋଲି ଜିଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ କହିଥିଲେ। ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ମଣ୍ଡେଇର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ପ୍ରଶଂସା କରିବା ସହ ଜିଲାସ୍ତରୀୟ ମୁଖ୍ୟ ଉତ୍ସବକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।
ମଣ୍ଡେଇ କଳା ସଂସ୍କୃତିର ବିକାଶର ବାର୍ତ୍ତାବହ ଭାବେ ପରିଚିତ ବୋଲି ଏମ୍‌ପିଙ୍କ ପ୍ରତିନିଧି ବାବୁଲି ମିଶ୍ର କହିଛନ୍ତି। ନବରଙ୍ଗପୁର ଜିଲାର ଭାଷା ସଂସ୍କୃତି ପରମ୍ପରା ନୃତ୍ୟ ଗୀତର ସ୍ବତନ୍ତ୍ରତା ରହିଛି। ନବରଙ୍ଗପୁର ଜନଜାତିଙ୍କ କଳା ସଂସ୍କୃତିର ସମାହାରର ମଣ୍ଡେଇ। ମଣ୍ଡେଇ ଜିଲାର ପରିଚୟ ଓ ଗୌରବ ବୋଲି ଜିଲାପାଳ କହିଛନ୍ତି। ନବରଙ୍ଗପୁର ବିଡିଓ ଶିବ ପ୍ରସାଦ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଡିଆଇପିଆର୍‌ଓ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ଅଧ୍ୟକ୍ଷ ଶରତ ଭତରା ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ଉପାଧ୍ୟକ୍ଷା ନନ୍ଦିନୀ ସମରଥ, ଜିଲାପରିଷଦ ସଭ୍ୟା ଜୋନ(୧) ଜୟାମଣି ସମରଥ, (୨) ପରିଜା ଭତରା, ବାସିନୀ ସରପଞ୍ଚ ଟଙ୍କଧର ରନ୍ଧାରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଭାନୁମତୀ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ମଣ୍ଡେଇ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ବାର୍ଦ୍ଧକ୍ୟ ଭତ୍ତା ଓ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଜିଲାପାଳ ଭାସ୍କର ରଇତୋ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ରାସ୍ତା ଓ ଗୃହ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଜିଲା କ୍ରୀଡ଼ାଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଜିଲା ବିଜେଡି ମହିଳା ସଭାନେତ୍ରୀ ମଂଜୁଳା ମାଝି, ଜିଲା ପରିଷଦ ସଦସ୍ୟା ସଦସ୍ୟ ଏବଂ ମଣ୍ଡେଇ ସବ୍‌କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲାର ଏମ୍‌ପି ଓ ୪ ନିର୍ବାଚନମଣ୍ଡଳୀର ବିଧାୟକମାନେ ଉପସ୍ଥିତ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri