ବାଜିଲା ମଣ୍ଡେଇ ବିଗୁଲ୍‌

ନବରଙ୍ଗପୁର,୩୦।୧୧(ବି.ପ୍ର.): ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇର ମଙ୍ଗଳବାର ଶୁଭ ଉଦ୍‌ଘାଟନ କରାଯାଇଛି। ବେତାଳ ବିଦ୍ୟାଳୟ ନିକଟରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ଦେବୀପୀଠରୁ ଆସିଥିବା ଲାଠି ଓ ଚୌକି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟ, ତାଳ ସହ ସାଇଲୋଡି ନୃତ୍ୟ ଦେଖିବାକୁ ମିଳିଥିଲା। କୃଷି, ଏମଜିଏନଆରଇଜିଏସ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ, ଉଦ୍ୟାନ କୃଷି ଭଳି ବିଭିନ୍ନ ଉନ୍ନୟନ ବିଭାଗର ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ଶୋଭାଯାତ୍ରା ନବରଙ୍ଗପୁର ବ୍ଲକ ବାସିନୀ ପଞ୍ଚାୟତ ବେତାଳ ଗାଁସ୍ଥିତ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପହଞ୍ଚତ୍ବା ପରେ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ. କମଳଲୋଚନ ମିଶ୍ରଙ୍କ ପୌରୋହିତ୍ୟରେ ସେଠାରେ ପୂଜାର୍ଚ୍ଚନା ପରେ ଜିଲାସ୍ତରୀୟ ମଣ୍ଡେଇ ଉଦ୍‌ଘାଟନ କରାଯାଇଛି।
ମଣ୍ଡେଇ ଜିଲାର ପରିଚୟ, ଗୌରବ
ପୂଜାର୍ଚ୍ଚନା ପରେ ମଶାଲ ପ୍ରଜ୍ୱଳିତ କରାଯାଇ ମଞ୍ଚକୁ ଅଣାଯାଇଥିଲ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପପେନ୍ଦ୍ର ଗଣ୍ଡ ଯୋଗ ଦେଇ ମଣ୍ଡେଇ ଜିଲାର ଆଦିବାସୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରୁଛି ବୋଲି କହିଥିଲେ। ମଣ୍ଡେଇ ମହୋତ୍ସବ ନବରଙ୍ଗପୁର ଜିଲାକୁ ପରିଚିତ କରିପାରିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲାର ଲୋକ କଳା ଓ ଲୋକ ସଂସ୍କୃତିର ପୁନରୁଦ୍ଧାର ହୋଇ ପାରୁଛି ବୋଲି ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ କହିଛନ୍ତି। ମଣ୍ଡେଇ ଜିଲାର କଳା ସଂସ୍କୃତି ବିକାଶରେ ସହାୟକ ହୋଇପାରିଛି ବୋଲି ଜିଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ କହିଥିଲେ। ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ମଣ୍ଡେଇର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ପ୍ରଶଂସା କରିବା ସହ ଜିଲାସ୍ତରୀୟ ମୁଖ୍ୟ ଉତ୍ସବକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।
ମଣ୍ଡେଇ କଳା ସଂସ୍କୃତିର ବିକାଶର ବାର୍ତ୍ତାବହ ଭାବେ ପରିଚିତ ବୋଲି ଏମ୍‌ପିଙ୍କ ପ୍ରତିନିଧି ବାବୁଲି ମିଶ୍ର କହିଛନ୍ତି। ନବରଙ୍ଗପୁର ଜିଲାର ଭାଷା ସଂସ୍କୃତି ପରମ୍ପରା ନୃତ୍ୟ ଗୀତର ସ୍ବତନ୍ତ୍ରତା ରହିଛି। ନବରଙ୍ଗପୁର ଜନଜାତିଙ୍କ କଳା ସଂସ୍କୃତିର ସମାହାରର ମଣ୍ଡେଇ। ମଣ୍ଡେଇ ଜିଲାର ପରିଚୟ ଓ ଗୌରବ ବୋଲି ଜିଲାପାଳ କହିଛନ୍ତି। ନବରଙ୍ଗପୁର ବିଡିଓ ଶିବ ପ୍ରସାଦ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଡିଆଇପିଆର୍‌ଓ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ଅଧ୍ୟକ୍ଷ ଶରତ ଭତରା ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ଉପାଧ୍ୟକ୍ଷା ନନ୍ଦିନୀ ସମରଥ, ଜିଲାପରିଷଦ ସଭ୍ୟା ଜୋନ(୧) ଜୟାମଣି ସମରଥ, (୨) ପରିଜା ଭତରା, ବାସିନୀ ସରପଞ୍ଚ ଟଙ୍କଧର ରନ୍ଧାରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଭାନୁମତୀ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ମଣ୍ଡେଇ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ବାର୍ଦ୍ଧକ୍ୟ ଭତ୍ତା ଓ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଜିଲାପାଳ ଭାସ୍କର ରଇତୋ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ରାସ୍ତା ଓ ଗୃହ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଜିଲା କ୍ରୀଡ଼ାଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଜିଲା ବିଜେଡି ମହିଳା ସଭାନେତ୍ରୀ ମଂଜୁଳା ମାଝି, ଜିଲା ପରିଷଦ ସଦସ୍ୟା ସଦସ୍ୟ ଏବଂ ମଣ୍ଡେଇ ସବ୍‌କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲାର ଏମ୍‌ପି ଓ ୪ ନିର୍ବାଚନମଣ୍ଡଳୀର ବିଧାୟକମାନେ ଉପସ୍ଥିତ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?