ଭୁବନ ବିକାଶ ପାଇଁ ରୋଡ୍‌ ମ୍ୟାପ୍‌

ଭୁବନ, ୩୦।୧୧(ଡି.ଏନ୍‌.ଏ.): ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ତଥା ଢେଙ୍କାନାଳ ଜିଲାର ଅନ୍ୟତମ ବାଣିଜି୍ୟକ ପେଣ୍ଠସ୍ଥଳୀ ଭୁବନର ସାମଗ୍ରିକ ବିକାଶ ହେବ। ଜନସଂଖ୍ୟା ବୃଦ୍ଧି ଯୋଗୁ ସଙ୍କୁଚିତ ହୋଇପଡୁଥିବା ସହରାଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ତହସିଲଦାର ରୋଜାଲିନ୍‌ ବେହେରା, ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଏଚ୍‌.କେ. ସାହୁ, କନିଷ୍ଠ ଯନ୍ତ୍ରୀ ସୋନାଲି ନାୟକ, ରାଜସ୍ବ ନିରୀକ୍ଷକ ଅରବିନ୍ଦ ସାହୁ, କାଉନ୍‌ସିଲର ପପୁ କୁମାର ସାହୁ, ସାମାଜିକ କର୍ମୀ ନରେନ୍ଦ୍ର ସାହୁ, ଅଜୟ ସେଠୀ ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ ପ୍ରକଳ୍ପ ଲାଗି ଜମି ଚିହ୍ନଟ କରିଛନ୍ତି।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭୁବନ, ଗଁଦିଆ ବ୍ଲକ ସମେତ ପଡ଼ୋଶୀ ଯାଜପୁର ଜିଲାବାସୀ ନିର୍ଭରଶୀଳ। ଏଠାରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବାବେଳେ ତଦନୁଯାୟୀ ଶଯ୍ୟା ଉପଲବ୍ଧ ନାହିଁ। ଆନୁଷଙ୍ଗିକ ଭିତ୍ତିଭୂମି ନ ଥିବାରୁ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରୁନାହିଁ। ତେଣୁ ଏନ୍‌ଏସିରେ ଏକ ନୂତନ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି। ଏଥିଲାଗି କୋର୍ଟ ପଛ ପଟ ତଇଲାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ସେହିପରି ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ମଣିପୁରଠାରେ ଜଳ ବିଶୋଧନ କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବ୍ରାହ୍ମଣୀ ନଦୀ ଅବବାହିକାରେ ଇକୋ ଟୁରିଜମ୍‌କୁ ପ୍ରୋତ୍ସାହିତ କରିବା ଲାଗି ବାଉଁଶକଣ ଆମ୍ବମାଳିଆ ଧୋଡ଼ାଠାରେ ଏକ ପ୍ରକଳ୍ପ ଇକୋ ଟୁରିଜମ୍‌ ସ୍ପଷ୍ଟ ନିର୍ମାଣ କରାଯିବ। ସହରବାସୀଙ୍କ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ଚିନ୍ନରା ପୋଖରୀକୁ ଆଦର୍ଶ ଜଳାଶୟରେ ପରିଣତ କରାଯିବ। ଏଥିଲାଗି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଅଧିକାରୀମାନେ ପୋଖରୀ ପରିଦର୍ଶନ କରି ଏହାର ଯେଭଳି ବିକାଶ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି।
ଏହାକୁ ବାଦ୍‌ଦେଲେ ବୁଦ୍ଧେଶ୍ୱର ଶୈବପୀଠ ନିକଟ ନିର୍ମାଣାଧୀନ ଷ୍ଟାଡିୟମ ପାଖରେ ଏକ ପାର୍କ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲରେ ରହିଛି। ସେସବୁ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରି ଏନ୍‌ଏସିକୁ ହସ୍ତାନ୍ତର କରାଗଲେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ଲାଗି ସୁବିଧା ହେବ। ୪ନଂ. ଓ୍ବାର୍ଡରେ ଥିବା ରାଶି ପଡ଼ିଆକୁ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି। ଭୁବନବାସୀଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଯଥାସମ୍ଭବ ତ୍ୱରାନ୍ବିତ କରି ନିର୍ଦ୍ଧାରିତ ସମୟରେ ଶେଷ କରିବା ଲାଗି ଉପଜିଲାପାଳ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?