ଋଷିକୂଲ୍ୟା ନଦୀ ପାର୍ଶ୍ୱକୁ ହାଣି ଚାଲିଛନ୍ତି ମାଫିଆ: ପୋଲିସ ଉପରକୁ ଅଙ୍ଗୁଳି ଉଠାଉଛନ୍ତି ପ୍ରତାପପୁରବାସୀ

ରୁଷୋତ୍ତମପୁର,୧୪।୨(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେବାରେ ଲାଗିଛି । ଏ ନେଇ ଖବରପାଇ ପୁରୁଷୋତ୍ତମପୁର ଆଇଆଇସି ରାଜେଶକୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ସୁଶାନ୍ତ କୁମାର ମିଶ୍ର ଓ କର୍ମଚାରୀମାନେ ଗୁରବାର ବିଳମ୍ବିତ ରାତିରେ ନଦୀଘାଟରେ ଚଢାଉକରିଥିଲେ। ଚଢ଼ାଉରେ ଜଣଙ୍କୁ ଗିରଫ କରିବା ସହ ଏକ ଟ୍ରାକ୍ଟର(ଓଡି୦୭ଏଡି୫୯୦୫ )କୁ ଜବତ କରାଯାଇଛି। ଗିରଫ ଯୁବକ ହେଲେ ବେଢ଼ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜଗନ୍ନାଥ ସ୍ବାଇଁ (୪୦)। ଏ ନେଇ କେସ ନଂ ୧୦୬/୨୫ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ରାଜେଶ କୁମାର ନାୟକ କହିଛନ୍ତି।
ମାତ୍ର ଏହି ଘଟଣାକୁ ନେଇ ଲୋକେ ପୋଲିସ ବିଭାଗ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଦୀର୍ଘ ଦିନହେଲା ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାଲିମାଫିଆମାନେ କୂଳଘାଇକୁ ହାଣିବା ସହ ବେଆଇନ ଭାବରେ ବାଲି ଚୋରାଚାଲାଣ କରିବାରେ ଲାଗିଛନ୍ତି । ଏହି ବାଲିମାଫିଆ ଓ ନିଶା କାରବାର ମାଫିଆଙ୍କ ପଛରେ କିଛି ଅସାଧୁ ପୋଲିସ କର୍ମଚାରୀ ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଏହି କର୍ମଚାରୀମାନେ ଏଠାରେ ଦୀର୍ଘବଷ ର୍ହେଲା ରହି ଏପରିକାର୍ଯ୍ୟରେ ଲିପ୍ତଥିବା ନେଇ ଲୋକେ କିଛି ପୋଲିସ କର୍ମଚାରୀଙ୍କ ନାମରେ ବହୁବାର ପୂର୍ବତନ ଗଞ୍ଜାମ ଏସ୍‌ପି ଓ ବରିଷ୍ଟ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଏହି କର୍ମଚାରୀମାନଙ୍କୁ ଏଠାରୁ ବଦଳିକରିବା ଲାଗି ଦାବି କରିଥିଲେ। ତେବେ ଏଯାବତ୍‌ ସେମାନଙ୍କ ଉପରେ କୌଣସି ପଦକ୍ଷପ ନିଆଯାଇନାହିଁ। ଏହାକୁନେଇ ପୋଲିସ ବିଭାଗ ପ୍ରତି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟିକରିଛି। ଏହାକୁ ବର୍ତ୍ତମାନର ଏସ୍‌ପି ଗୁରୁତ୍ୱ ସହ ନେଇ ଏଭଳି ପୋଲିସ କର୍ମଚାରୀଙ୍କୁ ତୁରନ୍ତ ହଟାଇବାକୁ ଦାବିକରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri