Posted inଖେଳ

୩୭୨ ରନ ପଛରେ ମଧ୍ୟପ୍ରଦେଶ

ଗ୍ବାଲିୟର,୩ା୩:ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଦୃଢ ସ୍ଥିତିରେ ରହିଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ମଧ୍ୟପ୍ରଦେଶ ୩ ଉଇକେଟରେ ୧୧୨ ରନ୍‌ କରିବା ସହିତ ୩୭୨ ରନ୍‌ ପଛରେ ରହିଛି। ଅବଶିଷ୍ଟ ଭାରତ ପ୍ରଥମ ଦିନର ଅସମାପ୍ତ ସ୍କୋର ୩୮୧/୩ରୁ ଖେଳ ଆରମ୍ଭ କରି ୪୮୪ ରନରେ ସମସ୍ତ ଉଇକେଟ ହରାଇଥିଲା। ୟଶ୍‌ ଧୂଲ୍‌ ୫୫ ରନ୍‌ ଓ ବାବା ଇନ୍ଦ୍ରଜିତ ୧୯ ରନ୍‌ କରିଥିବା ବେଳେ ଅବଶିଷ୍ଟ ଭାରତ ୪୮୪ରେ ପହଞ୍ଚିଥିଲା। ମଧ୍ୟପ୍ରଦେଶ ପକ୍ଷରୁ ଆଭେଶ ଖାନ୍‌ ୪, ଅନୁଭବ ଅଗ୍ରଓ୍ବାଲ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏ ଉଇକେଟ ନେଇଥିଲେ। ମଧ୍ୟପ୍ରଦେଶର ଆରମ୍ଭ ଅତ୍ୟନ୍ତ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ନବଦୀପ ସୈନି ଓ ମୁକେଶ କୁମାରଙ୍କ ଘାତକ ବୋଲିଂ କାରଣରୁ ମଧ୍ୟପ୍ରଦେଶ ୧୫ ରନ୍‌ରେ ୩ ଉଇକେଟ ହରାଇଥିଲା। ଅଧିନାୟକ ହିମାଂଶୁ ମନ୍ତ୍ରୀ(୧), ଅରହମ୍‌ ଆକ୍ୱିଲ(୦) ଓ ଶୁଭମ ଶର୍ମା(୪) ପ୍ୟାଭିଲିୟନ୍‌ ଫେରିଥିଲେ। ୟଶ ଦୁବେ(୫୩*) ଓ ହରିଶ ଗାଓ୍ବଲି(୪୭*) ଚତୁର୍ଥ ଉଇକେଟରେ ଅବିଭାଜିତ ୯୭ ରନ୍‌ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୟଶ ୧୧୦ ବଲ୍‌ ଖେଳି ୧୧ ଚୌକା ମାରିଥିବା ବେଳେ ହରିଶ ୧୨୫ ବଲ୍‌ ଖେଳି ୮ ଚୌକା ସହ ବ୍ୟାଟିଂ କରୁଛନ୍ତି।
ସଂକ୍ଷିପ୍ତ ସ୍କୋର
ଅବଶିଷ୍ଟ ଭାରତ ପ୍ରଥମ ଇନିଂସ – ୪୮୪ (ଯଶସ୍ବୀ ଜୟସ୍ବାଲ-୨୧୩, ଅଭିମନ୍ୟୁ ଈଶ୍ୱରନ୍‌-୧୫୪, ୟଶ ଧୂଲ-୫୫, ଆଭେଶ୍‌ ଖାନ୍‌-୪/୭୪। ମଧ୍ୟପ୍ରଦେଶ ପ୍ରଥମ ଇନିଂସ-୧୧୨/୩ (ୟଶ ଦୁବେ-୫୩*, ହରିଶ ଗାଓ୍ବଲି-୪୭*, ନବଦୀପ ସୈନି-୨/୧୫, ମୁକେଶ କୁମାର-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?