ଅଲୋଡ଼ା ମଧୁସୂଦନ ସଂଗ୍ରହାଳୟ

କଟକ ଅଫିସ,୨୮ା୪: ଶୁକ୍ରବାର ମଧୁବାବୁଙ୍କ ଜୟନ୍ତୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ତାଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା କଟକ ଚଣ୍ଡୀଛକସ୍ଥିତ ମଧୁସୂଦନ ସଂଗ୍ରହାଳୟ ଏବେ ଅସ୍ଥିତ୍ୱ ହରାଇବାରେ ଲାଗିଛି। ରାତି ପାହିଲେ ଜୟନ୍ତୀ, ହେଲେ ଗୁରୁବାର ସଂଗ୍ରହାଳୟ ପରିସରରେ କୌଣସି ପ୍ରସ୍ତୁତି ନ ଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ନିମନ୍ତେ ମଧୁବାବୁଙ୍କ କର୍ମସ୍ଥଳୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏହା ଶୈଳବାଳା ମହାବିଦ୍ୟାଳୟ ପରିସରରେ ରହିଛି। ୨୦୦୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ସଂଗ୍ରହାଳୟରେ ମଧୁବାବୁ ପରିଧାନ କରୁଥିବା କୋଟ୍‌, ପାଇଜାମା, ଜୋତା, ଘଣ୍ଟା, ଛତା, କଲମ, ଦୁଆତ, ଟିକା, ବହୁ ବିରଳ ଦସ୍ତାବିଜ ଆଲମିରାରେ ରଖାଯାଇଛି। ହେଲେ ବର୍ତ୍ତମାନ ସଂଗ୍ରହାଳୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ୟୟରେ ଏହି ସଂଗ୍ରହାଳୟ ନୂଆ ରୂପ ପାଇଥିଲା। ହେଲେ ବର୍ତ୍ତମାନ ସଂଗ୍ରହାଳୟ ସମ୍ମୁଖରେ ମାଳ ମାଳ ଠେଲା ଗାଡ଼ି ଗଦା ହୋଇଛି। ସେହିପରି ଉଦ୍‌ଘାଟନୀ ସମୟରେ ଯେମିତି ସରଞ୍ଜାମ ରଖାଯାଇଥିଲା ୧୬ବର୍ଷପରେ ମଧ୍ୟ ସେଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। କାଚ ଆଲ୍‌ମାରିରେ ରଖାଯାଇଥିବା ବିଭିନ୍ନ ଆସବାବ ପତ୍ରରେ ଧୂଳିର ଆସ୍ତରଣ ଜମି ରହିଛି ା ମଧୁବାବୁଙ୍କ ନାମରେ ନାମିତ ଏହି ସଂଗ୍ରହାଳୟକୁ ଆସୁଥିବା ପରିଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଧୀରେ ଧୀରେ ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗୁଛି। ତେଣୁ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି ବୋଲି ଦର୍ଶକ ରେଖା ସାମଲ କହିଛନ୍ତି।
ଅପରପକ୍ଷରେ ସଂଗ୍ରହାଳୟ ବର୍ତ୍ତମାନ ଗୋଟିଏ କକ୍ଷ ମଧ୍ୟରେ ସୀମିତ ହୋଇ ରହିଛି। ରାଜ୍ୟର ବିଭିନ୍ନ ଜିଲା ସମେତ ଦେଶ ବିଦେଶରୁ ଦର୍ଶକ ଏହି ସଂଗ୍ରହାଳୟ ଦେଖିବାକୁ ପ୍ରତିଦିନ ଆସିଥାନ୍ତି। ମଧୁବାବୁଙ୍କ କର୍ମସ୍ଥଳୀ ଭାବେ ବିବେଚନା କରାଯାଉଥିବା ଏହି କୋଠାର ଉପର ମହଲାକୁ ସଂଗ୍ରହାଳୟରେ ପରିଣତ କରାଯାଇପାରି ନାହିଁ। ସଂଗ୍ରହାଳୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ପ୍ରତି ସୋମବାର ଓ ସରକାରୀ ଛୁଟି ଦିନଗୁଡ଼ିକରେ ସଂଗ୍ରହାଳୟ ବନ୍ଦ ରହିଥାଏ। ଦୈନିକ ୨୦ରୁ ୨୫ ଜଣ ଦର୍ଶକ ସଂଗ୍ରହାଳୟ ପରିଦର୍ଶନରେ ଆସୁଛନ୍ତି। ମ୍ୟୁଜିୟମ ଉପର ମହଲାକୁ ସଂଗ୍ରହାଳୟରେ ପରିଣତ କରିବା ସହିତ ଏହା ବାହାରକୁ କିପରି ଦୃଶ୍ୟମାନ ହୋଇପାରିବ, ଏହାର ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ସଂଗ୍ରହାଳୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri