‘ତୁମେ ଅଭିନେତ୍ରୀ ଭଳି ଦେଖାଯାଉନାହଁ’

ବମ୍ବେ: ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟରେ ମଧ୍ୟ ସେତିକି ପ୍ରବୀଣ। ଆମେ କହୁଛୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତଙ୍କ କଥା। ବଲିଉଡ୍‌ ଫିଲ୍ମଜଗତର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ହେଲେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକ ସେତେଟା ସହଜ ନ ଥିଲା। ଅଭିନେତ୍ରୀଟିଏ ହେବା ଭଳି ଦେଖାଯାଉ ନ ଥିବା ଲୋକଙ୍କୁ ଲାଗୁଥିଲା। ସେ ମହାରାଷ୍ଟ୍ରର ହେବା ସହ ବହୁତ କମ୍‌ ବୟସରେ ନାୟିକା ହେବାର ସ୍ବପ୍ନଟିଏ ଦେଖିଥିଲେ। ମାତ୍ର ତାଙ୍କୁ ପ୍ରତ୍ୟାଖ୍ୟାନ ମିଳିଥିଲା।

ଝିଅ ଭାଙ୍ଗିପଡ଼ିବ ଭାବି ସମ୍ଭାଳି ନେଇଥିଲେ ମା’। ମାଧୁରୀଙ୍କୁ ସେ ଭଲ ଉପଦେଶଟିଏ ଦେଇଥିଲେ। ତୁମେ ଭଲ କାମ କର। ତୁମକୁ ପରିଚୟ ମିଳିବ। ଏହି କଥାଟିକୁ କାନିରେ ଗଣ୍ଠି କରିଥିଲେ ମାଧୁରୀ। ମା’ଙ୍କ ପରାମର୍ଶ କ୍ରମେ ନିଜକୁ ପ୍ରମାଣିତ କରିଚାଲିଥିଲେ। ଶେଷରେ ୧୯୮୪ରେ ବଲିଉଡ୍‌ ଫିଲ୍ମ ‘ଅବୋଧ’ରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା ତାଙ୍କୁ। ଏହାପରେ ୧୯୮୮ରେ ଅନିଲ କପୁରଙ୍କ ‘ତେଜାବ’ରେ ସେ ନାୟିକା ସାଜିଥିଲେ। ଏହା ହିଟ୍‌ ହେବା ସହ ମାଧୁରୀଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ବାସ୍‌ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

ନିକଟରେ ମାଧୁରୀ ଓ୍ବେବ୍‌ ସିରିଜ୍‌ ‘ଫେମ୍‌ ଗେମ୍‌’ ଜରିଆରେ ଓଟିଟି ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ସହ ଅଭିନେତା ସଞ୍ଜୟ କପୁର ଏବଂ ମାନବ କୌଲ ଅଛନ୍ତି। ଓ୍ବେବ୍‌ ସିରିଜରେ ସେ ମଧ୍ୟ ଜଣେ ବଲିଉଡ୍‌ ସୁପରଷ୍ଟାର ଚରିତ୍ରରେ ନଜର ଆସୁଛନ୍ତି। ରିଲିଜ ପରଠାରୁ ଏହାକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ...

ସ୍ବାମୀଙ୍କ ସହ ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘କାଣ୍ଟା ଲଗା’ ଗର୍ଲ ଭାବରେ ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶେଫାଳି ଜରିଓ୍ବାଲା ନିଜର ସାହସିକତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।...

ଭଉଣୀଙ୍କ ସହ ରୋମାନ୍ସ କରୁଥିବା ଏହି ଅଭିନେତା ହିରୋଙ୍କଠାରୁ ପାଉଥିଲେ ଅଧିକ ପାରିଶ୍ରମିକ

ହିନ୍ଦୀ ସିନେମା ଜଗତରେ ଏପରି ଜଣେ ହାସ୍ୟ ଅଭିନେତା ଯିଏ ଫିଲ୍ମରେ ହିରୋଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ପାଉଥିଲେ। ସେ ହେଉଛନ୍ତି  ମହମୁଦ୍‌ । ତାଙ୍କର...

ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍‌ ହେଲେ ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍‌ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍‌...

ଆମିରଙ୍କ ଝିଅ ଆୟରାଙ୍କ ସରିଲା ନିର୍ବନ୍ଧ

ବମ୍ବେ: ନିର୍ବନ୍ଧ କରିଛନ୍ତି ବଲିଉଡ୍‌ ଅଭିନେତା ଆମିର ଖାଁଙ୍କ ଝିଅ ଆୟରା ଖାଁ। କିଛି ମାସ ତଳେ ପ୍ରେମିକ ନୂପୁର ଶିଖରେ ତାଙ୍କୁ ପ୍ରପୋଜ୍‌ କରିଥିଲେ।...

ମହିଳା କ୍ରିକେଟରଙ୍କ ବାୟୋପିକ୍‌ରେ କାମ କରିବେ ଅନୁଷ୍କା!

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି କହିଲେ ଚଳେ। କିଛି ବର୍ଷ ପରେ ଏହି...

ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍‌ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ...

ଆଉ ଜଣେ ନବାଗତ

ଖୁବ୍‌ ଶୀଘ୍ର ଓଲିଉଡ୍‌ରେ ଆଉ ଜଣେ ନବାଗତ ନାୟକ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଲେ ନବୀନ। ଅବଶ୍ୟ ଏହାପୂର୍ବରୁ ସେ ୩ଟି ଭୋଜପୁରୀ ଫିଲ୍ମ...

Advertisement
Archives

Model This Week