ହଜାରେ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ ଭଣ୍ଡାରକର

ମୁମ୍ବାଇ: ମଧୁର ଭଣ୍ଡାରକର । ବିଟାଉନର ଜଣେ ପରିଚିତ ଚେହେରା । ବଲିଉଡ୍ ଦୁନିଆର ଏହିନାମୀ ନିର୍ଦ୍ଦେଶକ ଅଧିକ ନ ହେଲେବି ଯେତିକି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କ ମନରେ ବସାବାନ୍ଧିଛି । ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ନିର୍ଦ୍ଦେଶକ ୫୩ ବର୍ଷ ବୟସରେ ପାଦ ରଖିଛନ୍ତି । ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା ଭଣ୍ଡାରକର ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ତିଆରି କରିଥିଲେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ । ମାତ୍ର ୧୪ଟି ଫିଲ୍ମ ତିଆରି କରିଥିବା ଏହି ନିର୍ଦ୍ଦେଶକ ଯେମିତି ପ୍ରତିଟି ଫିଲ୍ମରେ କିଛି ଭିନ୍ନ ସ୍ୱାଦ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସେ ଯେ କେବଳ ଜଣେ ନିର୍ଦ୍ଦେଶକ ତା’ନୁହେଁ । ସେ ସ୍କ୍ରିପ୍ଟ ରାଇଟର ଓ ପ୍ରଯୋଜକ ମଧ୍ୟ । ଚାନ୍ଦନି ବାର, ପେଜ୍ -୩, ଟ୍ରାଫିକ ସିଗନାଲ, ଫ୍ୟାଶନ, ହିରୋଇନ୍ ଭଳି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । କେବଳ ନିର୍ଦ୍ଦେଶକ ନୁହେଁ ୧୯୯୫ରେ ସେ ଜଣେ ଅଭିନେତା ଭାବେ ବଲିଉଡ୍‌ରେ କାମ ଆରମ୍ଭ କରିଥିଲେ । ହେଲେ ସେ ପରିଚୟ ପାଇଲେ ଜଣେ ନିର୍ଦ୍ଦେଶକର । ଏକ ମଧ୍ୟବିତ୍ତ ପରିବାରର ପିଲା ଭାବେ ରୋଜଗାର କରିବାକୁ ଅଧାରୁ ପାଠ ଛାଡିଥିଲେ ଭଣ୍ଡାରକର । ଭିଡିଓ ଷ୍ଟୋରରେ କାମ କରିବା ସହ ଟ୍ରାଫିକ ସିଗନାଲରେ ଚୁଇଙ୍ଗମ ବି ବିକିଛନ୍ତି ବିଟାଉନର ଏହି ନାମୀ ନିର୍ଦ୍ଦେଶକ । ଏହାପରେ ଛୋଟ ଛୋଟ ନିର୍ଦ୍ଦେଶକଙ୍କ ପାଖରେ କିଛିଦିନ କାମ କରିବା ପରେ ବଲିଉଡର ସେ ତିଆରି କରିପାରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?