ଦୂର ହେଉଛି ଅବ୍ୟବସ୍ଥା

ରସୁଲପୁର,୨୮ା୪(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା କ୍ରମଶଃ ଦୂର ହେବାରେ ଲାଗିଛି। ଏଠାରେ ରୋଗୀ ସେବାଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଉପଲବ୍ଧ ହେବା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଘଟିଥିବା ପରିଲକ୍ଷିତ ହେଉଛି। ନିରାମୟ ଯୋଜନାକୁ ଅଧିକ କ୍ରୀୟାଶୀଳ ଓ ରୋଗୀ ସେବାମୁଖୀ ପାଇଁ ଡାକ୍ତରଖାନାରେ ସ୍କାନର ମେଶିନ ଲଗାଯାଇଛି। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ଓ ପରୀକ୍ଷା ପରାମର୍ଶ ଚିଠାକୁ ମେଶିନରେ ସ୍କାନ କରାଯାଉଛି। ଏହା ସମୟସାପେକ୍ଷ ହେଲେ ବି ଏଭଳି କରାଯାଇ ପ୍ରତ୍ୟହ ଡାକ୍ତରଖାନାରେ ରୋଗୀଙ୍କୁ କେଉଁ ପ୍ରକାର ଔଷଧ ଲେଖାଯାଉଛି, ସେଥିରୁ କେଉଁ ସବୁ ଔଷଧ ନିରାମୟରେ ଉପଲବ୍ଧ ହେଉଛି, ଆଉ କେଉଁ ଔଷଧ ବାହାରୁ କିଣିବାକୁ ପଡୁଛି, କେଉଁ ସବୁ ପରୀକ୍ଷା ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ଏବଂ କେଉଁଗୁଡିକ ବାହାରେ ପରୀକ୍ଷା କରିବାକୁ ପଡୁଛି, ସେ ସବୁ ସ୍ପଷ୍ଟ ହୋଇପାରୁଛି। ଡାକ୍ତରଖାନାରେ ଉପଲବ୍ଧ ସ୍ବାସ୍ଥ୍ୟସେବା ସୁବିଧାରୁ ଲୋକେ କିଭଳି ବଞ୍ଚତ୍ତ ନହେବେ ସେଥି ସକାଶେ ଏଭଳି କରାଯାଉଛି। ଡାକ୍ତରଙ୍କ ଲାଭଖୋର ମନୋବୃତ୍ତିରେ ସ୍କାନର ମେଶିନ ବାଧକ ସାଜିବା ସହ ରୋଗୀଙ୍କୁ ମାଗଣା ସେବା ପ୍ରଦାନରେ ସହାୟକ ହେଉଛି ବୋଲି କୁହାଯାଉଛି।
ନୂତନ କୋଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହିଃବିଭାଗ ରୋଗୀ ସେବା ସହଜ ହୋଇପାରିଛି। ଏଠାରେ ଦୈନିକ ଏକାଥରକେ ୩ ଡାକ୍ତରଙ୍କଠାରୁ ସେବା ଉପଲବ୍ଧ ହେଉଛି। ରୋଗୀ ସେମାନଙ୍କ ସମସ୍ୟାକୁ ନେଇ ପୃଥକ୍‌ ଡାକ୍ତରଙ୍କ ପରାମର୍ଶ ନେଉଥିବାରୁ ବିଭାଗରେ ଆଗଭଳି ଆଉ ଗହଳି ପରିଲକ୍ଷିତ ହେଉନାହିଁ। ଡାକ୍ତରଖାନାରେ ୩ଜଣ ଏମ୍‌ବିବିଏସ୍‌ ଡାକ୍ତର ରୋଗୀ ଦେଖୁଥିବାବେଳେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସପ୍ତାହକୁ ୫ଦିନ, ଚକ୍ଷୁ ବିଭାଗ ଡାକ୍ତର ସପ୍ତାହକୁ(ମଙ୍ଗଳବାର ଓ ବୁଧବାର) ୨ ଦିନ ରୋଗୀ ସେବା ପ୍ରଦାନ କରୁଛନ୍ତି। ଏକାଥରକେ ୨ ଷ୍ଟାଫ ନର୍ସ ଡ୍ୟୁଟି କରୁଛନ୍ତି। ପ୍ରସବକାଳୀନ କକ୍ଷ, ଅସ୍ତ୍ରୋପଚାର ଗୃହ ଓ ଆବଶ୍ୟକ ସରଞ୍ଜାମ ଉପଲବ୍ଧ ହେଉଥିବାରୁ ଡାକ୍ତରଖାନାରେ ଶିଶୁ ଜନ୍ମ ହାର ବୃଦ୍ଧି ଘଟିଛି। ଏଥି ଯୋଗୁ ବହିଃବିଭାଗରେ ରୋଗୀ ସେବା ସହଜ ହେବା ସହ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।
ହେଲେ ଏଯାଏ ଔଷଧ ଚିଠାରେ ସ୍ବଚ୍ଛତା ଅବଲମ୍ବନ କରାଯାଉନାହିଁ। ନିୟମାନୁଯାୟୀ ଡାକ୍ତରମାନେ ଔଷଧ ଚିଠା ଲେଖିବାବେଳେ ଔଷଧର ନାମ ଲେଖିବା ବଦଳରେ ଔଷଧଗୁଡ଼ିକ କେଉଁ ପଦାର୍ଥରେ ତିଆରି ହୋଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ତାହା ପୁଣି ଇଂଲିଶରେ ବଡ଼ ଅକ୍ଷରରେ ଲେଖାଯିବା ଦରକାର। ଏଭଳି ନିର୍ଦ୍ଦେଶ କୋର୍ଟଙ୍କ ପକ୍ଷରୁ ଦିଆଯାଇଛି। ମାତ୍ର ଏହି ନିର୍ଦ୍ଦେଶକୁ ଏଠାରେ କଡ଼ାକଡ଼ି ପାଳନ କରାଯାଉନାହିଁ। ଡାକ୍ତରମାନେ ଲେଖୁଥିବା ଔଷଧ ଚିଠାରେ ଔଷଧ ନାମ ଲେଖୁଛନ୍ତି। ମାତ୍ର ସେମାନେ ଲେଖୁଥିବା ଅକ୍ଷରଗୁଡ଼ିକ ସାଧାରଣରେ ପଢ଼ି ହେଉନାହିଁ। ତେବେ ଏ ଦିଗରେ କେବେ ସ୍ବଚ୍ଛତା ଆସିବ ସେ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମ୍ପର୍କରେ ଡାକ୍ତରମାନଙ୍କ ସହ ବୈଠକରେ ଆଲୋଚନା ହୋଇଛି। ଆଗକୁ ଏ ଦିଗରେ ପରିବର୍ତ୍ତନ ଆଣିବା ଉପରେ ଧ୍ୟାନ ଦିଆଯାଉଛି। ନିୟମ ଖିଲାପକାରୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରକାଶ ଥାଉକି, ଦୀର୍ଘବର୍ଷ ଧରି ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିତ୍ୟକ୍ତ କୋଠାରେ ଚାଲୁଥିଲା। ୨ ପଞ୍ଚାୟତର ସୀମା ବିବାଦ ଯୋଗୁ ଡାକ୍ତରଖାନା ସ୍ଥାନାନ୍ତର ହୋଇପାରୁ ନ ଥିଲା। ଏବେ ଡାକ୍ତରଖାନା ସ୍ଥାନାନ୍ତର ହେବା ସହ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସାହୁଙ୍କ ଯୋଗଦାନ ପରେ ଡାକ୍ତରଖାନା ସ୍ଥିତିରେ ସୁଧାର ଆସିପାରିଛି। ପୂର୍ବସ୍ଥାନରେ ପ୍ରସବକାଳୀନ କକ୍ଷ ଓ ଅସ୍ତ୍ରୋପଚାର ଗୃହ ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନିଯୁକ୍ତି ଥାଇ ବି ଶିଶୁ ଜନ୍ମ ସମ୍ଭବ ହୋଇପାରୁ ନ ଥିଲା। ଏବେ ଏ ସବୁ କ୍ଷେତ୍ରରେ ପରିବର୍ତ୍ତନ ଘଟୁଛି। ଡାକ୍ତରଙ୍କ ପାଳି ଡ୍ୟୁଟିରେ ପୂର୍ଣ୍ଣଛେଦ ପଡ଼ିଛି। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଅଭିଯୋଗ ଶୁଣାଣିକୁ ତ୍ୱରିତ କରାଯାଇଛି। ଏହାବାଦ୍‌ ଅନ୍ୟ ସବୁ ଦିଗରେ ସ୍ବାଭାବିକ ସ୍ଥିତି ଫେରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri