ଦୂର ହେଉଛି ଅବ୍ୟବସ୍ଥା

ରସୁଲପୁର,୨୮ା୪(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା କ୍ରମଶଃ ଦୂର ହେବାରେ ଲାଗିଛି। ଏଠାରେ ରୋଗୀ ସେବାଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଉପଲବ୍ଧ ହେବା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଘଟିଥିବା ପରିଲକ୍ଷିତ ହେଉଛି। ନିରାମୟ ଯୋଜନାକୁ ଅଧିକ କ୍ରୀୟାଶୀଳ ଓ ରୋଗୀ ସେବାମୁଖୀ ପାଇଁ ଡାକ୍ତରଖାନାରେ ସ୍କାନର ମେଶିନ ଲଗାଯାଇଛି। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ଓ ପରୀକ୍ଷା ପରାମର୍ଶ ଚିଠାକୁ ମେଶିନରେ ସ୍କାନ କରାଯାଉଛି। ଏହା ସମୟସାପେକ୍ଷ ହେଲେ ବି ଏଭଳି କରାଯାଇ ପ୍ରତ୍ୟହ ଡାକ୍ତରଖାନାରେ ରୋଗୀଙ୍କୁ କେଉଁ ପ୍ରକାର ଔଷଧ ଲେଖାଯାଉଛି, ସେଥିରୁ କେଉଁ ସବୁ ଔଷଧ ନିରାମୟରେ ଉପଲବ୍ଧ ହେଉଛି, ଆଉ କେଉଁ ଔଷଧ ବାହାରୁ କିଣିବାକୁ ପଡୁଛି, କେଉଁ ସବୁ ପରୀକ୍ଷା ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ଏବଂ କେଉଁଗୁଡିକ ବାହାରେ ପରୀକ୍ଷା କରିବାକୁ ପଡୁଛି, ସେ ସବୁ ସ୍ପଷ୍ଟ ହୋଇପାରୁଛି। ଡାକ୍ତରଖାନାରେ ଉପଲବ୍ଧ ସ୍ବାସ୍ଥ୍ୟସେବା ସୁବିଧାରୁ ଲୋକେ କିଭଳି ବଞ୍ଚତ୍ତ ନହେବେ ସେଥି ସକାଶେ ଏଭଳି କରାଯାଉଛି। ଡାକ୍ତରଙ୍କ ଲାଭଖୋର ମନୋବୃତ୍ତିରେ ସ୍କାନର ମେଶିନ ବାଧକ ସାଜିବା ସହ ରୋଗୀଙ୍କୁ ମାଗଣା ସେବା ପ୍ରଦାନରେ ସହାୟକ ହେଉଛି ବୋଲି କୁହାଯାଉଛି।
ନୂତନ କୋଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହିଃବିଭାଗ ରୋଗୀ ସେବା ସହଜ ହୋଇପାରିଛି। ଏଠାରେ ଦୈନିକ ଏକାଥରକେ ୩ ଡାକ୍ତରଙ୍କଠାରୁ ସେବା ଉପଲବ୍ଧ ହେଉଛି। ରୋଗୀ ସେମାନଙ୍କ ସମସ୍ୟାକୁ ନେଇ ପୃଥକ୍‌ ଡାକ୍ତରଙ୍କ ପରାମର୍ଶ ନେଉଥିବାରୁ ବିଭାଗରେ ଆଗଭଳି ଆଉ ଗହଳି ପରିଲକ୍ଷିତ ହେଉନାହିଁ। ଡାକ୍ତରଖାନାରେ ୩ଜଣ ଏମ୍‌ବିବିଏସ୍‌ ଡାକ୍ତର ରୋଗୀ ଦେଖୁଥିବାବେଳେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସପ୍ତାହକୁ ୫ଦିନ, ଚକ୍ଷୁ ବିଭାଗ ଡାକ୍ତର ସପ୍ତାହକୁ(ମଙ୍ଗଳବାର ଓ ବୁଧବାର) ୨ ଦିନ ରୋଗୀ ସେବା ପ୍ରଦାନ କରୁଛନ୍ତି। ଏକାଥରକେ ୨ ଷ୍ଟାଫ ନର୍ସ ଡ୍ୟୁଟି କରୁଛନ୍ତି। ପ୍ରସବକାଳୀନ କକ୍ଷ, ଅସ୍ତ୍ରୋପଚାର ଗୃହ ଓ ଆବଶ୍ୟକ ସରଞ୍ଜାମ ଉପଲବ୍ଧ ହେଉଥିବାରୁ ଡାକ୍ତରଖାନାରେ ଶିଶୁ ଜନ୍ମ ହାର ବୃଦ୍ଧି ଘଟିଛି। ଏଥି ଯୋଗୁ ବହିଃବିଭାଗରେ ରୋଗୀ ସେବା ସହଜ ହେବା ସହ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।
ହେଲେ ଏଯାଏ ଔଷଧ ଚିଠାରେ ସ୍ବଚ୍ଛତା ଅବଲମ୍ବନ କରାଯାଉନାହିଁ। ନିୟମାନୁଯାୟୀ ଡାକ୍ତରମାନେ ଔଷଧ ଚିଠା ଲେଖିବାବେଳେ ଔଷଧର ନାମ ଲେଖିବା ବଦଳରେ ଔଷଧଗୁଡ଼ିକ କେଉଁ ପଦାର୍ଥରେ ତିଆରି ହୋଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ତାହା ପୁଣି ଇଂଲିଶରେ ବଡ଼ ଅକ୍ଷରରେ ଲେଖାଯିବା ଦରକାର। ଏଭଳି ନିର୍ଦ୍ଦେଶ କୋର୍ଟଙ୍କ ପକ୍ଷରୁ ଦିଆଯାଇଛି। ମାତ୍ର ଏହି ନିର୍ଦ୍ଦେଶକୁ ଏଠାରେ କଡ଼ାକଡ଼ି ପାଳନ କରାଯାଉନାହିଁ। ଡାକ୍ତରମାନେ ଲେଖୁଥିବା ଔଷଧ ଚିଠାରେ ଔଷଧ ନାମ ଲେଖୁଛନ୍ତି। ମାତ୍ର ସେମାନେ ଲେଖୁଥିବା ଅକ୍ଷରଗୁଡ଼ିକ ସାଧାରଣରେ ପଢ଼ି ହେଉନାହିଁ। ତେବେ ଏ ଦିଗରେ କେବେ ସ୍ବଚ୍ଛତା ଆସିବ ସେ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମ୍ପର୍କରେ ଡାକ୍ତରମାନଙ୍କ ସହ ବୈଠକରେ ଆଲୋଚନା ହୋଇଛି। ଆଗକୁ ଏ ଦିଗରେ ପରିବର୍ତ୍ତନ ଆଣିବା ଉପରେ ଧ୍ୟାନ ଦିଆଯାଉଛି। ନିୟମ ଖିଲାପକାରୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରକାଶ ଥାଉକି, ଦୀର୍ଘବର୍ଷ ଧରି ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିତ୍ୟକ୍ତ କୋଠାରେ ଚାଲୁଥିଲା। ୨ ପଞ୍ଚାୟତର ସୀମା ବିବାଦ ଯୋଗୁ ଡାକ୍ତରଖାନା ସ୍ଥାନାନ୍ତର ହୋଇପାରୁ ନ ଥିଲା। ଏବେ ଡାକ୍ତରଖାନା ସ୍ଥାନାନ୍ତର ହେବା ସହ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସାହୁଙ୍କ ଯୋଗଦାନ ପରେ ଡାକ୍ତରଖାନା ସ୍ଥିତିରେ ସୁଧାର ଆସିପାରିଛି। ପୂର୍ବସ୍ଥାନରେ ପ୍ରସବକାଳୀନ କକ୍ଷ ଓ ଅସ୍ତ୍ରୋପଚାର ଗୃହ ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନିଯୁକ୍ତି ଥାଇ ବି ଶିଶୁ ଜନ୍ମ ସମ୍ଭବ ହୋଇପାରୁ ନ ଥିଲା। ଏବେ ଏ ସବୁ କ୍ଷେତ୍ରରେ ପରିବର୍ତ୍ତନ ଘଟୁଛି। ଡାକ୍ତରଙ୍କ ପାଳି ଡ୍ୟୁଟିରେ ପୂର୍ଣ୍ଣଛେଦ ପଡ଼ିଛି। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଅଭିଯୋଗ ଶୁଣାଣିକୁ ତ୍ୱରିତ କରାଯାଇଛି। ଏହାବାଦ୍‌ ଅନ୍ୟ ସବୁ ଦିଗରେ ସ୍ବାଭାବିକ ସ୍ଥିତି ଫେରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?