ମଧୁବାବୁ ଭତ୍ତା ଟଙ୍କା ହଡ଼ପ: ୩ କର୍ମଚାରୀ ଚାକିରିରୁ ବହିଷ୍କୃତ

ନବରଙ୍ଗପୁର,୨।୧୦(ବି.ପ୍ର.): ମଧୁବାବୁ ପେନସନ ଯୋଜନାରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ୩ କର୍ମଚାରୀଙ୍କୁ ଜିଲାପାଳ କମଳ ଲୋଚନ ମିଶ୍ର ଶୁକ୍ରବାର ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ ହେଲେ ଚନ୍ଦାହାଣ୍ଡି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରକାଶ ଚନ୍ଦ୍ର ଢାଲି, କାର୍ଯ୍ୟକ୍ରମ ସହାୟକ ଧର୍ମେନ୍ଦ୍ର ସାହୁ ଏବଂ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅତୁନ ଦେଉରୀ।
ସେପ୍ଟେମ୍ବରରେ ମଧୁବାବୁ ପେନସନ ଜରିଆରେ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲ। ତେବେ ମଧୁବାବୁ ପେନସନ ବାବଦରେ ଯାଇଥିବା ଅର୍ଥ ମଧ୍ୟରୁ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନ ପଠାଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ନିଜ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ତଦନ୍ତ କରିଥିଲେ। ଚନ୍ଦହାଣ୍ଡିର ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସେପ୍ଟେମ୍ବର ମାସରେ ୪୨ ହଜାର ୫ ଶହ ଟଙ୍କା, ଡାବୁଗାଁ ବ୍ଲକ ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତୁନୁ ୯୩ ହଜାର ଟଙ୍କା ହଡ଼ପ କରିଥିଲେ। ଚନ୍ଦାହାଣ୍ଡି ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଧର୍ମେନ୍ଦ୍ର ଟଙ୍କା ହଡ଼ପରେ ସହଯୋଗ କରିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲାପାଳଙ୍କ ପାଖରେ ପହଞ୍ଚିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହିତାଧିକାରୀଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ଏ ନେଇ ଜିଲା ସ୍ତରରୁ ବ୍ଲକକୁ ଆବଶ୍ୟକ ଆର୍ଥ ପଠାଯାଏ । ଆର୍‌ଟିଜିଏସ ଓ ନେଫ୍ଟ ମାଧ୍ୟମରେ ଭତ୍ତା ଟଙ୍କା ବ୍ୟାଙ୍କକୁ ଯାଇଥାଏ। ହାର୍ଡ କପି ଓ ସଫ୍ଟ କପି ମଧ୍ୟ ପଠାଯାଏ। ସଫ୍ଟ କପିକୁ ଚଞ୍ଚକତା କରି ଜଣଙ୍କ ଆକାଉଣ୍ଟ ନମ୍ବରରେ ଅନେକ ହିତାଧିକାରୀଙ୍କ ନାଁ ଦେଇ ଭତ୍ତା ଟଙ୍କା ହଡ଼ପ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ଜିଲାପାଳଙ୍କ ବରଖାସ୍ତ ଚିଠି ଅନୁଯାୟୀ, ପ୍ରକାଶ ଏବ ଅତୁନୁ ଟଙ୍କା ନିଜ ନିଜ ସମ୍ପର୍କୀୟଙ୍କ ନାମରେ ଜମା କରିଥିବାବେଳେ ସନ୍ତୋଷୀ ଇନ୍‌ଫୋଟେକ ଆଉଟସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ଦୁର୍ନୀତିରେ ସହଯୋଗ କରିଥିତ୍ବାରୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେପ୍ଟେମ୍ବର ମାସରେ ଦୁର୍ନୀତି ସାମ୍ନାକୁ ଆସିବା ପରେ ପୂର୍ବମାସ ଗୁଡ଼ିକରେ ଭତ୍ତା ପ୍ରଦାନକୁ ଦୃଷ୍ଟିକୁ ନେଲେ ୨୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆକଳନ କରାଯାଉଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଭତ୍ତା ଟଙ୍କା ପ୍ରଦାନ ପରେ ମାସିକ ହିସାବ ଜିଲା କାର୍ଯ୍ୟାଳୟକୁ ଠିକଣା ସମୟରେ ଦେଉ ନ ଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ରହିଥିଲା। ଏହି ୨ ବ୍ଲକରେ ଗତ କିଛି ମାସର ମଧୁବାବୁ ପେନସନ ପ୍ରଦାନ ବିଷୟରେ ତଦନ୍ତ ହେବ। ଏହାପରେ ହସ୍ତଗତ ତଥ୍ୟ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri