ନବରଙ୍ଗପୁର,୨।୧୦(ବି.ପ୍ର.): ମଧୁବାବୁ ପେନସନ ଯୋଜନାରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ୩ କର୍ମଚାରୀଙ୍କୁ ଜିଲାପାଳ କମଳ ଲୋଚନ ମିଶ୍ର ଶୁକ୍ରବାର ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ ହେଲେ ଚନ୍ଦାହାଣ୍ଡି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରକାଶ ଚନ୍ଦ୍ର ଢାଲି, କାର୍ଯ୍ୟକ୍ରମ ସହାୟକ ଧର୍ମେନ୍ଦ୍ର ସାହୁ ଏବଂ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅତୁନ ଦେଉରୀ।
ସେପ୍ଟେମ୍ବରରେ ମଧୁବାବୁ ପେନସନ ଜରିଆରେ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲ। ତେବେ ମଧୁବାବୁ ପେନସନ ବାବଦରେ ଯାଇଥିବା ଅର୍ଥ ମଧ୍ୟରୁ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନ ପଠାଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ନିଜ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ତଦନ୍ତ କରିଥିଲେ। ଚନ୍ଦହାଣ୍ଡିର ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସେପ୍ଟେମ୍ବର ମାସରେ ୪୨ ହଜାର ୫ ଶହ ଟଙ୍କା, ଡାବୁଗାଁ ବ୍ଲକ ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତୁନୁ ୯୩ ହଜାର ଟଙ୍କା ହଡ଼ପ କରିଥିଲେ। ଚନ୍ଦାହାଣ୍ଡି ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଧର୍ମେନ୍ଦ୍ର ଟଙ୍କା ହଡ଼ପରେ ସହଯୋଗ କରିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲାପାଳଙ୍କ ପାଖରେ ପହଞ୍ଚିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହିତାଧିକାରୀଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ଏ ନେଇ ଜିଲା ସ୍ତରରୁ ବ୍ଲକକୁ ଆବଶ୍ୟକ ଆର୍ଥ ପଠାଯାଏ । ଆର୍ଟିଜିଏସ ଓ ନେଫ୍ଟ ମାଧ୍ୟମରେ ଭତ୍ତା ଟଙ୍କା ବ୍ୟାଙ୍କକୁ ଯାଇଥାଏ। ହାର୍ଡ କପି ଓ ସଫ୍ଟ କପି ମଧ୍ୟ ପଠାଯାଏ। ସଫ୍ଟ କପିକୁ ଚଞ୍ଚକତା କରି ଜଣଙ୍କ ଆକାଉଣ୍ଟ ନମ୍ବରରେ ଅନେକ ହିତାଧିକାରୀଙ୍କ ନାଁ ଦେଇ ଭତ୍ତା ଟଙ୍କା ହଡ଼ପ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ଜିଲାପାଳଙ୍କ ବରଖାସ୍ତ ଚିଠି ଅନୁଯାୟୀ, ପ୍ରକାଶ ଏବ ଅତୁନୁ ଟଙ୍କା ନିଜ ନିଜ ସମ୍ପର୍କୀୟଙ୍କ ନାମରେ ଜମା କରିଥିବାବେଳେ ସନ୍ତୋଷୀ ଇନ୍ଫୋଟେକ ଆଉଟସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ଦୁର୍ନୀତିରେ ସହଯୋଗ କରିଥିତ୍ବାରୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେପ୍ଟେମ୍ବର ମାସରେ ଦୁର୍ନୀତି ସାମ୍ନାକୁ ଆସିବା ପରେ ପୂର୍ବମାସ ଗୁଡ଼ିକରେ ଭତ୍ତା ପ୍ରଦାନକୁ ଦୃଷ୍ଟିକୁ ନେଲେ ୨୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆକଳନ କରାଯାଉଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଭତ୍ତା ଟଙ୍କା ପ୍ରଦାନ ପରେ ମାସିକ ହିସାବ ଜିଲା କାର୍ଯ୍ୟାଳୟକୁ ଠିକଣା ସମୟରେ ଦେଉ ନ ଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ରହିଥିଲା। ଏହି ୨ ବ୍ଲକରେ ଗତ କିଛି ମାସର ମଧୁବାବୁ ପେନସନ ପ୍ରଦାନ ବିଷୟରେ ତଦନ୍ତ ହେବ। ଏହାପରେ ହସ୍ତଗତ ତଥ୍ୟ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।
Posted inଆମ ଜିଲା ଖବର, ନବରଙ୍ଗପୁର View All
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍ପି
ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...
Archives


