Posted inଖେଳ

ଧୋନୀ ମ୍ୟାଚ୍‌ ଜିତାଇବା ଦେଖି ଚେୟାର୍‌ ଉପରୁ ଡେଇଁ ପଡିଲେ କୋହଲି : ଆଉ ତା’ପରେ

ଦୁବାଇ,୧୧।୧୦: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସିଏସ୍‌କେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରୁତୁରାଜ ଗାଇକ୍ୱାଡ (୭୦)ଙ୍କ ବ୍ୟତୀତ ମହେନ୍ଦ୍ର ସିଂ ଧୋନୀ ଜ୍ୱଳନ୍ତ ଇନିଂସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଧୋନୀ ମ୍ୟାଚ୍‌ର ଶେଷ ଓଭରରେ ୪ଟି ଚୌକା ମାରି ଚେନ୍ନାଇକୁ ୨ଟି ବଲ ବାକି ଥାଇ ବିଜୟ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ଧୋନୀ ୬ଟି ବଲରେ ୧୮ ରନ ସଂଗ୍ରହ କରିଥିଲେ। ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଧୋନୀଙ୍କ ଏହି ଇନିଂସକୁ ବହୁତ ପସନ୍ଦ କରି ଟୁଇଟ୍‌ କରିଥିଲେ। ସେ ଟୁଇଟ୍‌ କରି କହିଛନ୍ତି- ଏବେ କିଙ୍ଗ ଫେରି ଆସିଛନ୍ତି। ଦୁନିଆର ସର୍ବୋତ୍ତମ ଫିନିସର୍‌ । ଆଜିର ଇନିଂସ ମୋତେ ପୁଣି ଥରେ ଚେୟାରରୁ ଡେଇଁପଡିବାକୁ ବାଧ୍ୟ କରିଛି। ଏହି ମ୍ୟାଚ ଜିତି ଚେନ୍ନାଇ ରେକର୍ଡ ୯ମ ଥର ପାଇଁ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ଧୋନୀ ଦଶମ ଥର ପାଇଁ ଆଇପିଏଲର ଫାଇନାଲ ଖେଳିବେ। ସେ ସିଏସ୍‌କେ ପାଇଁ ୯ଥର ଏବଂ ରାଇଜିଂ ପୁଣେ ସୁପର ଜଏଣ୍ଟସ ଦଳ ପାଇଁ ଟାଇଟଲ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକିରେ ଭାରତୀୟ ମହିଳାଙ୍କ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ...

ଦୁବାଇରେ ଏସିଆ କପ୍‌: ଭାରତ,ପାକିସ୍ତାନ ଖେଳିବେ

କୋଲକାତା, ୨୯ା୨ (ପି.ଟି.)-ପରବର୍ତ୍ତୀ ଏସିଆ କପ୍‌ କ୍ରିକେଟ ଦୁବାଇରେ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୬।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌। ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ...

ଆଫଗାନିସ୍ତାନର ଐତିହାସିକ ବିଜୟ

ଚଟ୍ଟଗ୍ରାମ (ବାଂଲାଦେଶ), ୯।୯ (ଏଏଫ୍‌ପି)- ଅଧିନାୟକ ତଥା ରଶିଦ ଖାଁଙ୍କ ଚମତ୍କାର ବୋଲିଂ ବଳରେ ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ...

‘ପାଠ୍ୟକ୍ରମରେ କ୍ରୀଡ଼ାର ଆବଶ୍ୟକତା ରହିଛି’

ରାଜ୍ୟରେ ଏବେ କ୍ରୀଡ଼ାର ଗୁରୁତ୍ୱ ବହୁପରିମାଣରେ ବଢ଼ି ଯାଇଥିବାବେଳେ ଆପଣ କ୍ରୀଡ଼ା ସହିତ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି।...

ଭେନୁଗୋପାଳ ରାଓଙ୍କ ଅବସର

ମୁମ୍ବାଇ, ୩୧।୭(ପି.ଟି.)-ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆନ୍ଧ୍ର ପ୍ରଦେଶ ଦଳର ଅଧିନାୟକ ଓ୍ବାଇ. ଭେନୁଗୋପାଳ ରାଓ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଭାରତ...

ସମସ୍ତଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସନରାଇଜର୍ସ...

ତୃତୀୟ ଟେଷ୍ଟ: ପ୍ରଥମ ମହିଳା ମ୍ୟାଚ ଅଫିସିଆଲ କ୍ଲେୟାର ପୋଲୋସାକ

ସିଡ୍‌ନୀ, ୭।୧(ପି.ଟି.): ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଏକ ପୁରୁଷ...

Advertisement
Archives

Model This Week