ଜୀବନ ସାଥୀ ବାଛିବାରେ ଭୁଲ୍‌ କରିଦେଇଛି’

କଟକ ଅଫିସ,୨୦ା୫: ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ହେଲେ ମୁଁ ସେମିତି ଭୁଲ୍‌ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପ୍ରିୟଜନଙ୍କୁ ବହୁତ ଭଲ ପାଏ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି। ଅନୁଭବ ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଗୁରୁବାର ନିଜ ୟୁଟ୍ୟୁବ ଆକାଉଣ୍ଟରେ ଭିଡିଓ ଶେୟାର କରି ବଖାଣିଛନ୍ତି ନିଜ ମନର ଅକୁହା କଥା। ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ଅନୁଭବ ପ୍ରଥମେ ନିଜ ପରିବାର ଏବଂ ଚଳଚ୍ଚିତ୍ର ଜଗତରେ ପ୍ରବେଶ ବିଷୟରେ କହିଛନ୍ତି। ଏହାପରେ ସେ ତାଙ୍କ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଏଥିସହ ଏହି ଭିଡିଓ ପରେ ସେ ନିଜ ରାଜନୈତିକ କ୍ୟାରିୟର ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୦୮ରେ ଜଣଙ୍କୁ ନିଜଠାରୁ ଅଧିକ ଭଲ ପାଇଲି, ଆଉ ୨୦୧୪ରେ ତାଙ୍କୁ ଜୀବନସାଥୀ ଭାବେ ମଧ୍ୟ ଗ୍ରହଣ କଲି। ତାଙ୍କ ବିନା ଆଉ କାହା ବିଷୟରେ କେବେ ଭାବି ନାହିଁ କି ଚିନ୍ତା କରି ନାହିଁ। ଏ କୋର୍ଟ, କଚେରି, ଥାନା, ପୋଲିସ ମୋ ଜୀବନରେ କେବେ ଦେଖି ନ ଥିଲି। କେବେ ଭାବି ନ ଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ, ତା’ ବି ଜଣଙ୍କୁ ଭଲ ପାଇକି। ଜୀବନ ସାଥୀ ବାଛିବାରେ ସବୁଠୁ ବଡ଼ ଭୁଲ୍‌ କରିଦେଲି ବୋଲି କହିଛନ୍ତି। ଅନୁଭବ ନିଜ ରାଜନୈତିକ କ୍ୟାରିଅର ନେଇ ଆଶଙ୍କାରେ ଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏହି ଭିଡିଓ ବାହାରକୁ ଗଲାପରେ ରାଜନୈତିକ ପଦବୀ ମିଳିବା ନ ମିଳିବା କଥା ଜାଣି ନାହିଁ। ହେଲେ ମୁଁ ନ୍ୟାୟିକ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢିବି ବୋଲି କହିଛନ୍ତି ଅନୁଭବ। ତେବେ ଭିଡିଓ ମଝିରେ ଅନୁଭବ ତାଙ୍କ ବିବାହ ନେଇ ଏକ ଇତିହାସ ଥିବା କହିଛନ୍ତି। ଯଦି ଦର୍ଶକ ଅନୁମତି ଦେଲେ ସେ ବିଷୟରେ କହିବି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ଛାଡ଼ପତ୍ର ମାମଲା ଅଦାଲତରେ ବିଚାରାଧୀନ ରହିଛି।ଏଣେ ଅନୁଭବଙ୍କ ବିରୋଧରେ ସ୍ତ୍ରୀ ବର୍ଷା ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସ୍‌ଡିଜେଏମ୍‌ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri