ଜୀବନ ସାଥୀ ବାଛିବାରେ ଭୁଲ୍‌ କରିଦେଇଛି’

କଟକ ଅଫିସ,୨୦ା୫: ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ହେଲେ ମୁଁ ସେମିତି ଭୁଲ୍‌ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପ୍ରିୟଜନଙ୍କୁ ବହୁତ ଭଲ ପାଏ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି। ଅନୁଭବ ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଗୁରୁବାର ନିଜ ୟୁଟ୍ୟୁବ ଆକାଉଣ୍ଟରେ ଭିଡିଓ ଶେୟାର କରି ବଖାଣିଛନ୍ତି ନିଜ ମନର ଅକୁହା କଥା। ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ଅନୁଭବ ପ୍ରଥମେ ନିଜ ପରିବାର ଏବଂ ଚଳଚ୍ଚିତ୍ର ଜଗତରେ ପ୍ରବେଶ ବିଷୟରେ କହିଛନ୍ତି। ଏହାପରେ ସେ ତାଙ୍କ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଏଥିସହ ଏହି ଭିଡିଓ ପରେ ସେ ନିଜ ରାଜନୈତିକ କ୍ୟାରିୟର ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୦୮ରେ ଜଣଙ୍କୁ ନିଜଠାରୁ ଅଧିକ ଭଲ ପାଇଲି, ଆଉ ୨୦୧୪ରେ ତାଙ୍କୁ ଜୀବନସାଥୀ ଭାବେ ମଧ୍ୟ ଗ୍ରହଣ କଲି। ତାଙ୍କ ବିନା ଆଉ କାହା ବିଷୟରେ କେବେ ଭାବି ନାହିଁ କି ଚିନ୍ତା କରି ନାହିଁ। ଏ କୋର୍ଟ, କଚେରି, ଥାନା, ପୋଲିସ ମୋ ଜୀବନରେ କେବେ ଦେଖି ନ ଥିଲି। କେବେ ଭାବି ନ ଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ, ତା’ ବି ଜଣଙ୍କୁ ଭଲ ପାଇକି। ଜୀବନ ସାଥୀ ବାଛିବାରେ ସବୁଠୁ ବଡ଼ ଭୁଲ୍‌ କରିଦେଲି ବୋଲି କହିଛନ୍ତି। ଅନୁଭବ ନିଜ ରାଜନୈତିକ କ୍ୟାରିଅର ନେଇ ଆଶଙ୍କାରେ ଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏହି ଭିଡିଓ ବାହାରକୁ ଗଲାପରେ ରାଜନୈତିକ ପଦବୀ ମିଳିବା ନ ମିଳିବା କଥା ଜାଣି ନାହିଁ। ହେଲେ ମୁଁ ନ୍ୟାୟିକ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢିବି ବୋଲି କହିଛନ୍ତି ଅନୁଭବ। ତେବେ ଭିଡିଓ ମଝିରେ ଅନୁଭବ ତାଙ୍କ ବିବାହ ନେଇ ଏକ ଇତିହାସ ଥିବା କହିଛନ୍ତି। ଯଦି ଦର୍ଶକ ଅନୁମତି ଦେଲେ ସେ ବିଷୟରେ କହିବି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ଛାଡ଼ପତ୍ର ମାମଲା ଅଦାଲତରେ ବିଚାରାଧୀନ ରହିଛି।ଏଣେ ଅନୁଭବଙ୍କ ବିରୋଧରେ ସ୍ତ୍ରୀ ବର୍ଷା ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସ୍‌ଡିଜେଏମ୍‌ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ଦେଖିବେ ସହରବାସୀ

ଅନୁଗୋଳ ଅଫିସ, ୧୯ ।୧୧ ସୁନ୍ଦର ଦିଶିବ ଅନୁଗୋଳ ସହର। ବହୁ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ପ୍ରସ୍ତୁତ କରାଯାଇଛି ଭିତ୍ତିଭୂମି। ମାସ ମାସ ଧରି...

କୋଭିଡ୍‌ଜନିତ ମୃତ୍ୟୁ ଅଡିଟ୍‌ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ଖାରଜ

କଟକ ଅଫିସ,୨୫।୬: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁବାର ହାଇକୋର୍ଟ ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ...

ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀଛାତ୍ର

ଏମ୍‌ଭି-୭୯, ୧୫।୮- ଆଜି ରକ୍ଷାବନ୍ଧନ। ସ୍ନେହ ଓ ବନ୍ଧନର ପର୍ବ। ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରକ୍ଷାଡୋରି (ରାଖୀ)। କେହି କେହି...

ଚିକିତ୍ସା ଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଡାକ୍ତରଙ୍କୁ ଅଟକ, ତଦନ୍ତ ଜାରି

ବାରିପଦା ଅଫିସ,୧୩।୧୨: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ପାଇଁ ଆସିଥିବା...

ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟୁନି, ଚାଲୁଛି କାମ

ଚଣ୍ଡିଖୋଲ,୨୯ା୧୨(ଡି.ଏନ୍‌.ଏ.): ଚୌଦ୍ୱାର ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା। ୫ କିଲୋମିଟର ୫ ଶହ ମିଟର ଏହି...

ଆଜି ବନକଲାଗି: ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୧୩।୧୧:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ...

ବସ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଖଲ୍ଲିକୋଟ,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ଛକ ନିକଟରେ ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ମିନିବସଥ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ...

ଜରି ପଞ୍ଚାୟତରେ ଜରିପାଲ ଭରସା

ଯାଜପୁର ଅଫିସ/ ବିଞ୍ଝାରପୁର, ୧୫ା୯(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଆବାସ ପ୍ଲସ୍‌ର ପ୍ରାଥମିକ ତାଲିକା ପ୍ରକାଶ ପାଇନାହିଁ। ଯେବେ ଏହା ପ୍ରକାଶ ପାଇବ ସର୍ବସାଧାରଣ...

Advertisement
Archives

Model This Week