ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା

ବର୍ତ୍ତମାନ କମ୍ପ୍ୟୁଟର ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିପାରୁଛି। ଜଣଙ୍କ ପ୍ରତିବିମ୍ବକୁ ଚିହ୍ନି ପାରୁଛି ଏବଂ ଯଥାସମ୍ଭବ ବାର୍ତ୍ତାଳାପ ମଧ୍ୟ କରିପାରୁଛି। ଏହା ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ସମ୍ଭବ ହୋଇପାରିଛି। ଏହିସବୁ ୨୦୦୦ ମସିହା ପରେ କ୍ରମଶଃ ବିକଶିତ ହୋଇଛି। କିନ୍ତୁ ଏହାର ମୂଳଦୁଆ ୧୯୮୦ ଦଶକର ଆରମ୍ଭରେ ପଡ଼ିଥିଲା। ଏହି ପ୍ରକାର ପ୍ରଯୁକ୍ତି ବିଦ୍ୟା ବିପୁଳ ପରିମାଣର ତଥ୍ୟକୁ ଅଲଗା କରିବା ଓ ବିଶ୍ଳେଷଣ କରିବା ସମେତ ଅନେକ ପ୍ରମୁଖ ଗବେଷଣାରେ ବ୍ୟବହୃତ ହୋଇଛି। ଯେଉଁ ଦୁଇଜଣ ବୈଜ୍ଞାନିକ ପଦାର୍ଥ ବିଜ୍ଞାନର ଧାରଣା ଓ ପଦ୍ଧତିରୁ ଏହାର ବିକାଶ କରିଛନ୍ତି ସେମାନଙ୍କୁ ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା ଲାଗି ରୟାଲ ସୁଇଡେନ ଏକାଡେମୀ ଘୋଷଣା କରିଛି। ସେହି ଦୁଇଜଣ ପଦାର୍ଥ ବିଜ୍ଞାନୀ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରିନ୍‌ସଟନ ବିଶ୍ୱବିଦ୍ୟାଳୟର ଜନ୍‌ ହପ୍‌ଫିଲ୍‌ଡ ଏବଂ କାନାଡ଼ାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଜେଫ୍ରି ହିଣ୍ଟନ। ଏହି ଦୁଇ ବୈଜ୍ଞାନିକ ମୋଟ ପୁରସ୍କାର ରାଶି ୧୧ ନିୟୁତ ସୁଇଡେନ୍‌ ମୁଦ୍ରା (୧.୫ ନିୟୁତ ଆମେରିକୀୟ ଡଲାର)କୁ ସମାନ ଭାବରେ ପାଇବେ।
ହପ୍‌ଫିଲ୍‌ଡ ଏକ ଆସୋସିଏଟେଡ୍‌ ମେମୋରି ସୃଷ୍ଟି କରିଛନ୍ତି, ଯାହା ତଥ୍ୟକୁ ସାଇତି ରଖିପାରେ ଏବଂ ପୁନଃନିର୍ମାଣ କରିପାରେ। ଏହାକୁ ‘ହପ୍‌ଫିଲ୍‌ଡ ନେଟଓ୍ବର୍କ’ କୁହାଯାଏ। ହିଣ୍ଟନ ଏକ ପଦ୍ଧତି ଉଦ୍ଭାବନ କରିଛନ୍ତି, ଯାହା ସ୍ବୟଂକ୍ରିୟ ଭାବରେ ତଥ୍ୟର ପ୍ରକୃତିକୁ ଆବିଷ୍କାର କରିପାରିବା ସହିତ ଚିତ୍ରରେ ନିର୍ଦ୍ଦିଷ୍ଟ ଉପାଦାନଗୁଡ଼ିକୁ ଚିହ୍ନଟ କରିପାରିବ। ହପ୍‌ଫିଲ୍‌ଡ ନେଟଓ୍ବର୍କ ବ୍ୟବହାର କରି ହିଣ୍ଟନ ଏକ ଅଲଗା ପଦ୍ଧତିରେ ନୂଆ ନେଟଓ୍ବର୍କ ସ୍ଥାପନ କଲେ। ଏହାକୁ ‘ବୋଲଜମାନ ମେଶିନ୍‌’ କୁହାଯାଏ। ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ତଥ୍ୟରୁ ଏହାର ବୈଶିଷ୍ଟ୍ୟକୁ ଚିହ୍ନଟ କରିପାରେ। ଏହା ଶୈଳୀର ସମ୍ଭାବନାତ୍ମକ ବିତରଣ ଆଧାରରେ କାର୍ଯ୍ୟ କରିଥାଏ। ଏହା ବର୍ତ୍ତମାନ ବ୍ୟବହୃତ ବଡ଼ ବଡ଼ କୃତ୍ରିମ ସ୍ନାୟୁ ନେଟଓ୍ବର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି।
ପାରମ୍ପରିକ ସଫ୍ଟଓ୍ବେରଠାରୁ ମେଶିନ ଲର୍ନିଂରେ ପାର୍ଥକ୍ୟ ଅଛି। ସଫ୍ଟଓ୍ବେର ତଥ୍ୟ ଗ୍ରହଣ କରି ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ ଏହାର ପ୍ରକ୍ରିୟାକରଣ କରେ ଏବଂ ଫଳାଫଳ ପ୍ରକାଶ କରେ। କିନ୍ତୁ ମେଶିନ ଲର୍ନିଂରେ କମ୍ପ୍ୟୁଟର ଉଦାହରଣ ଦ୍ୱାରା ଶିଖିଥାଏ। ଉଦାହରଣସ୍ବରୂପ ଆମେ ୟୁଟ୍ୟୁବ କିମ୍ବା ନେଟ୍‌ଫ୍ଲକ୍ସରେ ଯେଉଁ ପ୍ରକାର ଗୀତ ଶୁଣୁଛେ କିମ୍ବା ସିନେମା ଦେଖୁଛେ, ଏହା ସେହି ପ୍ରକାର ଗୀତ କିମ୍ବା ସିନେମା ଆମକୁ ଯୋଗାଇ ଦିଏ।
କୃତ୍ରିମ ବୁଦ୍ଧିମତ୍ତା କୃତ୍ରିମ ସ୍ନାୟୁ ନେଟଓ୍ବର୍କ ବ୍ୟବହାର କରି ମେଶିନ୍‌ ଲର୍ନିଂକୁ ବୁଝାଇଥାଏ। ମନୁଷ୍ୟର ମସ୍ତିଷ୍କରେ କୋଟି କୋଟି ନ୍ୟୁରୋନ୍‌ ପରସ୍ପର ସହ ସଂଯୋଗ ହୋଇ ରହିଛି ଯାହା ଆମକୁ ଚେତନା ଓ ସ୍ମୃତିଶକ୍ତି ଦେଇଥାଏ। ବାସ୍ତବରେ ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କମ୍ପ୍ୟୁଟର କୁହାଯାଇପାରିବ। ହପ୍‌ଫିଲ୍‌ଡ ମସ୍ତିଷ୍କର କାର୍ଯ୍ୟକଳାପକୁ ଦେଖି ମେଶିନ ଲର୍ନିଂର ବିକାଶ କରିଛନ୍ତି। ଏହାକୁ ଅଧ୍ୟୟନ କରି ସେ କୃତ୍ରିମ ସ୍ନାୟୁ ନେଟଓ୍ବର୍କର ବିକାଶ କଲେ ଯାହା ସମଗ୍ର ନେଟଓ୍ବର୍କ ସଂରଚନାକୁ ବ୍ୟବହାର କରି ତଥ୍ୟ ପ୍ରକ୍ରିୟାକରଣ କରେ। ଏଥିରେ ମସ୍ତିଷ୍କର ନ୍ୟୁରୋନକୁ ଗ୍ରନ୍ଥିକ (ନୋଡ) ଏବଂ ବିଭିନ୍ନ ନୋଡ ମଧ୍ୟରେ ଥିବା ସଂଯୋଗକୁ ସ୍ନାୟୁ ଅନ୍ତର୍ଗଥନୀ (ସିନାପ୍‌ସ) ଭାବରେ ଦର୍ଶାଯାଏ।
ହପ୍‌ଫିଲ୍‌ଡ ଓ ହିଣ୍ଟନ ୧୯୮୦ ଦଶକରେ ମୂଳଦୁଆ ପକାଇଥିବା ମେଶିନ ଲର୍ନିଂ ୨୦୦୦ ମସିହା ପରେ ଏକ ବୈପ୍ଳବିକ ଉଦ୍ଭାବନରେ ପରିଣତ ହୋଇଛି। ନୋବେଲ କମିଟି କହିଛି, ”ଏହି ଦୁଇ ବୈଜ୍ଞାନିକ ପଦାର୍ଥ ବିଜ୍ଞାନ ଆଧାରରେ ମୌଳିକ କାର୍ଯ୍ୟ କରିଛନ୍ତି, ଯାହା ଯୋଗୁ ଆଜି ଆମେ ଦେଖୁଥିବା ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା ସମ୍ଭବ ହୋଇପାରିଛି। ଆଜିର କୃତ୍ରିମ ସ୍ନାୟୁ ନେଟଓ୍ବର୍କ ହେଉଛି ଅତି ବିଶାଳ ଏବଂ ଅନେକ ସ୍ତରରେ ନିର୍ମିତ ହୋଇଥାଏ। ଏହାକୁ ଗଭୀର ସ୍ନାୟୁ ନେଟଓ୍ବର୍କ କୁହାଯାଏ। ବର୍ତ୍ତମାନ ବିଜ୍ଞାନ, ଇଞ୍ଜିନୟରିଂ, ବାଣିଜ୍ୟ ବ୍ୟବସାୟ ଏବଂ ଦୈନନ୍ଦିନ ଜୀବନରେ ଏହାର ବହୁଳ ବ୍ୟବହାର ହେଉଛି। ଜେନେଭାର ୟୁରୋପୀୟ ନାଭିକୀୟ ଗବେଷଣା ସଂସ୍ଥା (ସର୍ନ)ଠାରେ ହିଗ୍‌ସ ବୋଷନ ଆବିଷ୍କାର କରିବା ପାଇଁ ପ୍ରଚୁର ପରିମାଣର ତଥ୍ୟକୁ ମେଶିନ ଲର୍ନିଂ ସାହାଯ୍ୟରେ ବିଶ୍ଳେଷଣ କରାଯାଇଥିଲା। ସଂଘର୍ଷରତ କୃଷ୍ଣଗର୍ଭରୁ ନିର୍ଗତ ମାଧ୍ୟାକର୍ଷଣ ତରଙ୍ଗରୁ ଅବାଞ୍ଛିତ ଧ୍ୱନିକୁ ବାହାର କରିବା ପାଇଁ ଏହାର ସାହାଯ୍ୟ ନିଆଯାଉଛି। ଏହାକୁ ମଧ୍ୟ ଅଣୁ ଓ ପଦାର୍ଥର ଗୁଣକୁ ଗଣନା ଓ ପୂର୍ବାନୁମାନ କରିବା ପାଇଁ ବ୍ୟବହୃତ ହେଉଛି।“
ମାନବ ସମାଜ ପାଇଁ ମେଶିନ୍‌ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତାର ଅନେକ ଉପକାରକୁ ଦୁଇ ନୋବେଲ ପୁରସ୍କାର ବିଜୟୀ ବୈଜ୍ଞାନିକ କହିଛନ୍ତି। ହିଣ୍ଟନ ପୂର୍ବାନୁମାନ କରିଥିଲେ ଯେ, ଏହା ସଭ୍ୟତା ଉପରେ ବଡ଼ ପ୍ରଭାବ ପକାଇବ ଏବଂ ଉତ୍ପାଦନ ଓ ଚିକିତ୍ସା କ୍ଷେତ୍ରରେ ବଡ଼ ଉନ୍ନତି ଆଣିବ ଏହାକୁ ଶିଳ୍ପ ବିପ୍ଳବ ସହିତ ତୁଳନା କରାଯାଇପାରିବ ବୋଲି ସେ କହିଛନ୍ତି। କିନ୍ତୁ ବୈଜ୍ଞାନିକଦ୍ୱୟ ସମାଜ ପ୍ରତି ଏହାର ସମ୍ଭାବ୍ୟ ବିପଦକୁ ମଧ୍ୟ କହିଛନ୍ତି। ସୂଚନାଯୋଗ୍ୟ ଯେ, ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଙ୍ଗ ମଧ୍ୟ ପ୍ରକାଶ କରିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା ଯେପରି ଭାବେ ବିକଶିତ ହେଉଛି। ଦିନ ଆସିବ ଏହା ଅଧିକ ଶକ୍ତିଶାଳୀ ହୋଇ ଆମ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ମେଶିନ୍‌ ମନୁଷ୍ୟ ସମାଜକୁ ଦାସ ଭାବେ ରଖିବ। ନୋବେଲ କମିଟି ମଧ୍ୟ ଏହି ଆଶଙ୍କା ପ୍ରକାଶ କରିଛି। ଏଣୁ ମାନବ ସମାଜ ଏହି ନୂତନ ପ୍ରଯୁକ୍ତିବିଦ୍ୟାକୁ ନିରାପଦ ଓ ନୈତିକତାର ସହିତ ବ୍ୟବହାର କରିବା ଉଚିତ୍‌।
୯୧ ବର୍ଷ ବୟସ୍କ ହପ୍‌ଫିଲ୍‌ଡ ଉଭୟ ପଦାର୍ଥ ବିଜ୍ଞାନ ଓ ସ୍ନାୟୁ ବିଜ୍ଞାନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଣା। ସେ ୧୯୫୮ ମସିହାରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ଲାଭ କରିଛନ୍ତି। ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଓ କାଲ୍‌ଟେକ୍‌ରେ ଅଧ୍ୟାପନା କରି ବର୍ତ୍ତମାନ ପ୍ରିନ୍‌ସଟନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।
ଅନ୍ୟପକ୍ଷରେ ୭୬ ବର୍ଷ ବୟସ୍କ ହିଣ୍ଟନ ୧୯୭୮ ମସିହାରେ କୃତ୍ରିମ ବୁଦ୍ଧିମତ୍ତା ଉପରେ ଗବେଷଣା କରି ଏଡିନବର୍ଗ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି।ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?