ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ ଗ୍ରାମାଞ୍ଚଳରେ ଶ୍ରମିକଙ୍କ ବଦଳରେ ମେଶିନରେ କାମ କରି ଅର୍ଥ ହରିଲୁଟ୍‌ କରାଯାଉଛି। ଫଳରେ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ନ ପାଇ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି। ଖୋଲାଖୋଲି ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ଆଖି ବୁଜିଦେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ସାନହୁଲା ପଞ୍ଚାୟତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଅନିୟମିତତା ବିରୋଧରେ ଅଞ୍ଚଳବାସୀ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠମଲ୍ଲିକ ବିଡିଓ, ଆଠମଲ୍ଲିକ ଉପଜିଲାପାଳ, ଲୋକପାଳ ପତ୍ର ମାଧ୍ୟମରେ ସେମାନେ ଅବଗତ କରାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ସିନ୍ଦୂରଖୋଳ-ଭଗାମୁଣ୍ଡା ଗ୍ରାମ ରାସ୍ତାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରାଯାଇଛି। ୮ ଲକ୍ଷ ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି। ହେଲେ ଏ ସମ୍ପର୍କିତ ସୂଚନା ଫଳକ ନାହିଁ। ପଞ୍ଚାୟତରେ ୧୧୨୫ ଜବକାର୍ଡଧାରୀ ଥିବା ସତ୍ତ୍ୱେ ସେମାନଙ୍କୁ ଏଥିରେ ନିୟୋଜିତ କରାଯାଉନାହିଁ। ଶ୍ରମିକଙ୍କ ଜବ୍‌କାର୍ଡ ସଂଗ୍ରହ କରି ଜେସିବି ମେଶିନରେ କାମ ଚାଲିଛି। ପଞ୍ଚାୟତ କାର୍ଯ୍ୟାଳୟରେ କାମ ପାଇଁ ଆବେଦନ କରିବା ସତ୍ତ୍ୱେ ଶ୍ରମିକଙ୍କୁ କାମ ଦିଆଯାଉନାହିଁ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ଉକ୍ତ କାମର ତଦନ୍ତ ଭିଜିଲାନ୍ସ ଏବଂ ଲୋକପାଳଙ୍କ ଜରିଆରେ କରିବା ପାଇଁ ଗ୍ରାମର ମୂଳିଆ ରାଉତ, ଲୋଚନ ରାଉତ, ଦେବହରି ସାହୁ, ନିରଞ୍ଜନ ପ୍ରଧାନ, ଚକ୍ରଧର ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବିଡିଓ ସୌଭାଗ୍ୟ ବେହେରା କୁହନ୍ତି, ଉକ୍ତ ରାସ୍ତା କାମ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ ଲୋକପାଳ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri